ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ସାର୍ ନାହାଁନ୍ତି, ସିଟ୍ ଫାଙ୍କା... ଡାକ୍ତର ବାବୁଙ୍କୁ ହୋଇନି ବେଳ, ଲମ୍ଵା ଲାଇନ୍‌ରେ ରୋଗୀ ହନ୍ତସନ୍ତ

Published By : Rasmita Pradhan | August 14, 2025 1:40 PM

ରାଇରଙ୍ଗପୁର, ୧୪/୦୮ : ସାର୍ ନାହାଁନ୍ତି, ସିଟ୍ ଫାଙ୍କା। ଡାକ୍ତର ବାବୁଙ୍କୁ ହୋଇନି ବେଳ। ଲମ୍ଵା ଲାଇନ୍‌ରେ ରୋଗୀ ହନ୍ତସନ୍ତ। ପଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଦାୟିତ୍ଵହୀନତା। ରୋଗୀଙ୍କ ସେବାରେ ଚରମ ଅବହେଳା। ଓପିଡିରେ ସିଟ୍ ଖାଲି। ୬ ଜଣଙ୍କ ଜାଗାରେ ଡ୍ୟୁଟି କରୁଛନ୍ତି ୩ ଜଣ। ବିଭାଗୀୟ ଅଧିକାରୀଙ୍କ ପାଖରେ ବି ଖବର ନାହିଁ। 

ସୂଚନାନୁଯାୟୀ, ଗୁରୁବାର ସକାଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଓପିଡି ବାହାରେ ରୋଗୀଙ୍କ ଲମ୍ଵା ଲାଇନ୍ ଲାଗିଥିଲା। ବୁଝୁ ବୁଝୁ ଜଣାପଡ଼ିଲା ୬ ଜଣ ଡାକ୍ତର ଆସିବା ବଦଳରେ ମୋଟ ୩ ଜଣ ଡାକ୍ତର ଡ୍ୟୁଟି କରୁଛନ୍ତି। ବାକି ୩ ଜଣଙ୍କ ସିଟ୍ ଫାଙ୍କା ପଡ଼ିଛି। ସେହିପରି ଚକ୍ଷୁ ବିଭାଗ ଡାକ୍ତରଙ୍କ ମଧ୍ୟ ଦେଖାନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ବି ଖବର ନାହିଁ। ତେବେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବାମାନଘାଟି ଉପଖଣ୍ଡର ଛଅଟି ବ୍ଲକ ସମେତ ଝାରଖଣ୍ଡରୁ ମଧ୍ୟ ରୋଗୀ ଆସୁଛନ୍ତି। ରୋଗୀଙ୍କ ଅନୁପାତରେ ଡାକ୍ତର ନଥିବାରୁ ରୋଗୀମାନେ ଲାଇନ୍‌ରେ ଠିଆ ହେଉଛନ୍ତି। ଦୂର ବାଟରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.