ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ସଞ୍ଜ ନଇଁଲେ ମାଡ଼ି ଆସେ ଅନ୍ଧାର...କନ୍ଧମାଳର ୩୪୨ ଗାଁ ଦେଖିନାହାନ୍ତି ବିଦ୍ୟୁତ୍‌ ଆଲୋକ

Published By : Manoj | August 14, 2025 2:47 PM

ଫୁଲବାଣୀ,୧୪/୦୮: କନ୍ଧମାଳ ଜିଲ୍ଲାର ତିନିଶହରୁ ବେଶୀ ଗାଁ ଦେଖିନାହାନ୍ତି ବିଦ୍ୟୁତ ଆଲୋକ । ବିଶେଷ କରି  ଦୁର୍ଗମ ଅଞ୍ଚଳରେ ରହିଛି ସର୍ବାଧିକ ସମସ୍ୟା । ପାହାଡ଼ ଜଙ୍ଗଲ ମଧ୍ୟରେ ରହିଥିବା ଏହିସବୁ ଗାଁରେ ସଞ୍ଜ ନଇଁଲେ ମାଡ଼ି ଆସେ ଅନ୍ଧାର । ବନ୍ୟଜନ୍ତୁଙ୍କ ଭୟରେ ବିତେ ରାତି ।  ଏପଟେ ବିଦ୍ୟୁତ୍‌ ଅଭାବରୁ ମୋବାଇଲ୍‌ ସେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅନ୍‌ଲାଇନ୍‌ କାମ ପାଇଁ ସମସ୍ୟାର  ସମ୍ମୁଖୀନ ହେବାକୁ ପଡୁଛି । 

ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଏଭଳି ଅବସ୍ଥା । ଜିଲ୍ଲାରେ ୧୭୧ଟି ପଞ୍ଚାୟତରେ ରହିଛି  ୨୫୯୯ ଗ୍ରାମ । ଏଥି ମଧ୍ୟରୁ ୩୪୨ଟିରେ ପହଞ୍ଚି ପାରିନି  ବିଦ୍ୟୁତ୍‌ ଆଲୋକ । ବିଶେଷ କରି ବାଲିଗୁଡା, କୋଟଗଡ,  ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ବ୍ଲକରେ ରହିଛି ସର୍ବାଧିକ  ସମସ୍ୟା । ଜିଲ୍ଲାର ଫୁଲବାଣୀ ଓ ଜି.ଉଦୟଗିରିରେ  ୧୩୨ କେଭି କ୍ଷମତା ବିଶିଷ୍ଟ ଦୁଇଟି ବିଦ୍ୟୁତ ଗ୍ରୀଡ୍‌  ରହିଛି । ଦାରିଙ୍ଗବାଡ଼ି ନିକଟବର୍ତ୍ତୀ ସିର୍ତ୍ତିଗୁଡ଼ାରେ ପ୍ରାୟ  ୧୦୦ କୋଟି ଟଙ୍କା ବ୍ୟୟରେ ୨୨୦ କେଭି କ୍ଷମତା ବିଶିଷ୍ଟ  ଗ୍ରୀଡ୍‌ ନିର୍ମିତ ହୋଇ ୬ ବର୍ଷ ବିତିଥିଲେ ମଧ୍ୟ ଏହା  କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଜଙ୍ଗଲ ବିଭାଗ ଅନୁମତି  ମିଳୁ ନଥିବାରୁ ଟାୱାର ନିର୍ମାଣ କାମ ଅଟକି ରହିଛି । ଅନ୍ୟ  ପକ୍ଷରେ ବିଦ୍ୟୁତ୍‌କରଣ ହୋଇ ନ ଥିବା ସମସ୍ତ ଗ୍ରାମକୁ  ବିଦ୍ୟୁତ ସଂଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା  କରାଯାଇଛି । ଏଥିପାଇଁ ସରକାରଙ୍କ ନିକଟକୁ ୩୦ କୋଟି  ଟଙ୍କାର ଏକ ଡିପିଆର ପଠା ଯାଇଥିବା ସୂଚନା ଦେଇଛନ୍ତି  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ । ଏହି  ପ୍ରସ୍ତାବ ଗୃହୀତ ହେଲେ ବିଦ୍ୟୁତ୍‌କରଣ କାର୍ଯ୍ୟ ଆରମ୍ଭ  ହେବ ବୋଲି ସେ କହିଛନ୍ତି ।  

ସୂଚନାଯୋଗ୍ୟ, ଫୁଲବାଣୀ ଡିଭିଜନ ଅଧୀନରେ ବିଦ୍ୟୁତ  ସଂଯୋଗ ହୋଇଥିବା ଘର ସଂଖ୍ୟା ୧ ଲକ୍ଷ ୬୭ ହଜାର ।  ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍‌ ଶକ୍ତି ଅଭାବରୁ ଅନେକ  ସ୍ଥାନରେ ଲୋ ଭାଲଟେଜ୍‌ ସମସ୍ୟା ରହୁଛି । ଏହାର  ସମାଧାନ ପାଇଁ ନୂତନ ଗ୍ରୀଡ୍‌ ସ୍ଥାପନର ଆବଶ୍ୟକତା  ରହିଥିବା କୁହାଯାଉଛି । ଏପଟେ କନ୍ଧମାଳ ଜିଲ୍ଲାରେ ବିକଳ୍ପ  ଶକ୍ତି ଉପଯୋଗ ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ନିରୁତ୍ସାହ ଜନକ ରହିଛି । ବିଦ୍ୟୁତ୍‌ ବିଭାଗର ସୂଚନା ଅନୁସାରେ ସମଗ୍ର ଜିଲ୍ଲାରେ  ଆଜି ପର୍ଯ୍ୟନ୍ତ ମାତ୍ର ୧୨ଟି ଘରକୁ ଏହି ଯୋଜନାରେ ସାମିଲ କରାଯାଇଛି । ଡିଭିଜନ ପାଇଁ ଲକ୍ଷ୍ୟ ରହିଛି ୧୦  ହଜାର । ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଏହି ଯୋଜନା ପାଇଁ ଆବେଦନ ଆସୁନାହିଁ । ମାଗଣା  ବିଜୁଳି ମିଳୁଥିବାରୁ ଆକର୍ଷଣୀୟ ସବ୍‌ସିଡି ବ୍ୟବସ୍ଥା  ଥିବା ସତ୍ତେ୍ୱ ଟଙ୍କା ଖର୍ଚ୍ଚ କରି ସୌର ବିଦ୍ୟୁତ ନେବା  ପାଇଁ ଲୋକ ଅନିଚ୍ଛା ପ୍ରକାଶ କରୁଥିବା ପ୍ରକାଶ  କରିଛନ୍ତି ଅଧିକାରୀ । ବିଭାଗ ପକ୍ଷରୁ ସଚେତନତା  ସୃଷ୍ଟି କରାଯାଉଥିଲେ ମଧ୍ୟ ଲକ୍ଷ୍ୟ ହାସଲ ହେଉନାହିଁ ।  ବର୍ଷକ ଭିତରେ ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ  ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି  ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମହାରଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.