ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଦିଲ୍ଲୀରେ ଚାଲିଛି ନିର୍ବାଚନ, ନୋଏଡାର ବିଭିନ୍ନ ସ୍କୁଲକୁ ଆସିଲା ବୋମା ଧମକ

Published By : Tapas Panda | February 5, 2025 5:47 PM

Image Courtesy: business-standard

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ନୋଏଡାର ଚାରୋଟି ସ୍କୁଲକୁ ବୁଧବାର ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ଏହା ପରେ ସ୍କୁଲର ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଧମକ ମିଳିଥିବା ସ୍କୁଲରେ ପହଞ୍ଚି ଛାନଭିନ୍‌ କରିଥିଲେ । ତଦନ୍ତ ସମୟରେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିବାରୁ ଇମେଲ ମାଧ୍ୟମରେ ଆସିଥିବା ଧମକର ସତ୍ୟତା ନଥିବା ପ୍ରମାଣ ହୋଇଛି । ବୋମା ନଥିବା ସ୍ପଷ୍ଟ ହୋଇଯିବା ପରେ ସ୍କୁଲରେ ପୁଣି ପାଠପଢ଼ା ଆରମ୍ଭ ହୋଇଥିଲା । ହେଲେ କେତେଜଣ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ବୋମା ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ, ଷ୍ଟେପ୍ ବାଇ ଷ୍ଟେପ୍ ସ୍କୁଲ, ଦି ହେରିଟେଜ୍ ସ୍କୁଲ, ଜ୍ଞାନଶ୍ରୀ ସ୍କୁଲ ଏବଂ ମୟୂର ସ୍କୁଲ ସାମିଲ ରହିଛି ।

 ବୋମା ଧମକ ସଂପର୍କରେ ଜାଣିବା ପରେ ଅଭିଭାବକମାନେ ସ୍କୁଲକୁ ଧାଇଁ ଆସିଥିଲେ ଏବଂ ସେମାନଙ୍କ ପିଲାମାନଙ୍କୁ ଫେରାଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ, ପରିସ୍ଥିତି ସ୍ୱାଭାବିକ ଅଛି । ନୋଏଡାର ଅତିରିକ୍ତ ଡେପୁଟି ପୋଲିସ କମିଶନର (ଏଡିସିପି) ସୁମିତ ଶୁକ୍ଳା ପିଟିଆଇକୁ କହିଛନ୍ତି ଯେ, ବୁଧବାର ସକାଳ ୮ଟା ୩୦ରେ ଇମେଲ୍ ମାଧ୍ୟମରେ ଧମକ ଆସିଥିଲା  । ସେ କହିଛନ୍ତି ବୁଧବାର ସକାଳେ ଆମେ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବରରେ ସୂଚନା ପାଇଲୁ ଯେ, ଚାରୋଟି ସ୍କୁଲ - ଷ୍ଟେପ୍ ବାଇ ଷ୍ଟେପ୍, ଦି ହେରିଟେଜ୍, ଜ୍ଞାନଶ୍ରୀ ଏବଂ ମୟୁର ସ୍କୁଲକୁ ବୋମାମାଡ଼ ନେଇ ଧମକ ମିଳିଛି । ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ସ୍କ୍ୱାଡକୁ ନେଇ ଗଠିତ ପୋଲିସର ଏକ ଦଳ ସ୍କୁଲରେ ଯାଞ୍ଚ କରିଥିଲେ ଏବଂ ମେଲ୍‌ଟି ମିଥ୍ୟା ବୋଲି ଜଣାପଡ଼ିଥିଲା । 

ଏହା ପୂର୍ବରୁ ମଙ୍ଗଳବାର ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇଟି ଘରୋଇ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା । ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇଥିଲା । କିନ୍ତୁ ତଦନ୍ତ ପରେ ଜଣାପଡ଼ିଥିଲା ଯେ, ମେଲ୍‌ରେ କୌଣସି ସତ୍ୟତା ନଥିଲା । ମଙ୍ଗଳବାର ସକାଳେ ଖଣ୍ଡୱା ରୋଡରେ ଅବସ୍ଥିତ ସହରର ନ୍ୟୁ ଦିଗାମ୍ବର ପବ୍ଲିକ୍ ସ୍କୁଲ ଏବଂ ରାଉ ଅଞ୍ଚଳର ଇନ୍ଦୋର ପବ୍ଲିକ୍ ସ୍କୁଲକୁ ପୃଥକ ପୃଥକ ଇମେଲ୍ ମିଳିଥିଲା, ଯେଉଁଥିରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ RDXରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଏନେଇ ଡେପୁଟି ପୋଲିସ କମିଶନର (ଡିସିପି) ବିନୋଦ କୁମାର ମୀନା ପିଟିଆଇକୁ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.