ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

IIT-BHU: କ୍ୟାମ୍ପସ୍‌ ପ୍ଲେସମେଣ୍ଟରେ ବଡ଼ ରେକର୍ଡ, ପ୍ୟାକେଜ୍‌ ୨ କୋଟି ୨୦ ଲକ୍ଷ ଟଙ୍କା

Published By : Tapas Panda | February 5, 2025 6:19 PM

Image Courtesy: navbharatlive

ନୂଆଦିଲ୍ଲୀ: ପ୍ଲେସମେଣ୍ଟ କ୍ଷେତ୍ରରେ  ବଡ଼ ରେକର୍ଡ କରିଛି ଆଇଆଇଟି(ବିଏଚୟୁ) ବାରଣାସୀ । ୨୦୨୧ ପରେ ଆଇଆଇଟି ଏବେ ବିଏଚୟୁ ଛାତ୍ରଙ୍କୁ ସର୍ବାଧିକ ୨.୨୦ କୋଟି ଟଙ୍କା ପ୍ୟାକେଜ୍‌ର ଚାକିରି ମିଳିଛି । ତେବେ ସବୁ ଆଇଆଇଟି ପ୍ରତିଷ୍ଠାନ ଅପେକ୍ଷା ଏହି ପ୍ୟାକେଜ୍‌ ଅଧିକ । ଏହା ପୂର୍ବରୁ ୨୦୨୧ରେ ଜଣେ ଛାତ୍ରଙ୍କୁ ସର୍ବାଧିକ ୨.୧୫ କୋଟି ଟଙ୍କାର ପ୍ୟାକେଜ୍ ମିଳିଥିଲା। ଏହି ସିଜିନରେ ୧୧୨୮ ଛାତ୍ରଙ୍କୁ ଜବ୍ ଅଫର ହୋଇଥିବା ବେଳେ ୪୨୪ ଜଣଙ୍କୁ ଇଣ୍ଟର୍ଣ୍ଣଶିପ୍ ପାଇଁ ସୁଯୋଗ ମିଳିଛି । ଗତ ଏକ ଦଶନ୍ଧୀରେ ଆଇଆଇଟିର ସବୁଠୁ ଉନ୍ନତ ପ୍ରଦର୍ଶନ । ଆଇଆଇଟି ବିଏଚୟୁ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କୁ ମିଳିଥିବା ହାରାହାରି ପ୍ୟାକେଜ୍ ୨୨.୭୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଗତ କିଛି ବର୍ଷ ହେବ ପ୍ୟାକେଜରେ ଲଗାତାର ବୃଦ୍ଧି ଘଟିଛି।

ସର୍ବାଧିକ ପ୍ୟାକେଜ୍‌

୨୦୨୪-୨୫: ୨.୨୦ କୋଟି

୨୦୨୩-୨୪: ୧.୬୮ କୋଟି

୨୯୨୨-୨୩: ୧.୨୦ କୋଟି

୨୦୨୧-୨୨: ୨.୧୫ କୋଟି

ଚଳିତ ସିଜିନରେ ୧୧ ଛାତ୍ରଙ୍କୁ ଏକ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ମିଳିଛି । ନିର୍ଦ୍ଦେଶକ ପ୍ରୋ. ଅମିତ ପାତ୍ର ସଂସ୍ଥାର ଏହି ଉପଲବ୍ଧିକୁ ନେଇ କହିଛନ୍ତି, ଏହି ବର୍ଷ ପ୍ଲେସମେଣ୍ଟ ପରିମାଣ ଆଇଆଇଟି ବିଏଚୟୁର ପ୍ରତିଷ୍ଠାକୁ ଏକ ପ୍ରମୁଖ ସଂସ୍ଥା ଭାବରେ ସ୍ଥାପିତ କରିଛି । ଆମ ଛାତ୍ରଙ୍କ ପ୍ରତିଭା ଓ ସଂସ୍ଥାର ଉଚ୍ଚମାନର ଶିକ୍ଷା ପଦ୍ଧତି ଏବଂ ଅନୁସନ୍ଧାନ ବଡ଼ ବଡ଼ ନିଯୁକ୍ତିଦାତାଙ୍କୁ ଆକର୍ଷିତ  କରୁଛି। ପ୍ରମୁଖ ନିଯୁକ୍ତିଦାତାଙ୍କ ମଧ୍ୟରେ ଗୁଗଲ, ମାଇକ୍ରୋସଫ୍ଟ, ଗୋଲ୍ଡମ୍ୟାନ ସ୍ୟାକ୍ସ, ଟାଟା ଷ୍ଟିଲ ଓ ଓ୍ଵାଲକମ ଆଦି ସାମିଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.