ପ୍ରମୂଖ ଖବର
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ପିଲାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣର ରହିଛି ଅନେକ କାରଣ, ଜାଣନ୍ତୁ କିପରି ରଖିବେ ଧ୍ୟାନ

Published By : Prameya | January 18, 2025 10:58 AM

ଭୁବନେଶ୍ୱର ୧୮/୦୧: ପିଲାଙ୍କଠାରେ ଫୁସ୍‌ଫୁସ୍‌ ସଂକ୍ରମଣର ଅନେକ କାରଣ ରହିଥାଏ, ଯେପରିକି ଆସ୍ଥମା, ବ୍ରୋଙ୍କାଇଟିସ୍‌ ଆଦି । ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ । ତେଣୁ ଋତୁ ଅବା ସ୍ଥାନ ପରିବର୍ତ୍ତନ ସମୟରେ ପିଲାଙ୍କର ଖାସ୍‌ ଧ୍ୟାନ ରଖିବାକୁ ପଡିଥାଏ । ଏହା  ସତ୍ତେ୍ୱ ମଧ୍ୟ କେବେ କେବେ ପିଲାଙ୍କଠାରେ ଫୁସ୍‌ଫୁସ୍‌ ସଂକ୍ରମଣ ଦେଖିବାକୁ ମିଳିଥାଏ ।  ଏହି ଫୁସ୍‌ଫୁସ୍‌ ସଂକ୍ରମଣ ଖୁବ୍‌ ସାଧାରଣ । ତେଣୁ ମା’ମାନଙ୍କୁ ପିଲାଙ୍କର ଖାସ୍‌ ଧ୍ୟାନ ରଖିବାକୁ ପଡିଥାଏ । ସଂକ୍ରମଣର ଅନେକ କାରଣ ରହିଛି, ଯେପରିକି -

ବ୍ରୋକିୟୋଲାଇଟିସ୍‌ :

ଏହା ଏକପ୍ରକାରର ଫୁସ୍‌ଫୁସ୍‌ ସଂକ୍ରମଣ, ଯାହା ପିଲାଙ୍କଠାରେ ଦେଖା ଦେଇଥାଏ ।  ବିଶେଷକରି ପିଲାଙ୍କ ଫୁସ୍‌ଫୁସ୍‌ରେ ଥିବା ଏୟାରୱେଜ୍‌ରେ ପ୍ରଦାହ ହୋଇଯାଏ ।  ଫଳରେ ଅତିରିକ୍ତ କଫ ସୃଷ୍ଟି କରିଥାଏ । ଏହି ସ୍ଥିତିରେ ପିଲାକୁ ନିଶ୍ୱାସ ନେବାରେ   ସମସ୍ୟା ସୃଷ୍ଟି ହୋଇଥାଏ । ଏହା ମୁଖ୍ୟତଃ ଭାଇରସ୍‌ ଯୋଗୁ ହୋଇଥାଏ ।  ବ୍ରୋକିୟୋଲାଇଟିସ୍‌ ଥଣ୍ଡାକାଶ ଲକ୍ଷଣ ସହ ଆରମ୍ଭ ହୋଇଥାଏ । କିନ୍ତୁ ତୁରନ୍ତ  ଉପଚାର ନ କରିବା ଦ୍ୱାରା ସ୍ୱାସ୍ଥ୍ୟବସ୍ଥା ବିଗିଡି ଚାଲେ ।  

ଆସ୍ଥମା :

ଏହା ଏକ କ୍ରନିକ୍‌ ରୋଗ । ପ୍ରଦୂଷଣ ସ୍ତର ବଢିଲେ ମଧ୍ୟ ଆସ୍ଥମା ପ୍ରଭାବିତ ହୋଇଥାଏ । ଏପରିକି ଫୁସ୍‌ଫୁସ୍‌ ସଂକ୍ରମଣର ପ୍ରମୁଖ କାରଣ ମଧ୍ୟ ସାଜିଥାଏ । ଏହା ରେସ୍ପାରେଟୋରୀ ଜିନତ ଏକ ସଂକ୍ରମଣ । ଆସ୍ଥମା ହେବା ଦ୍ୱାରା ଏୟାର୍‌ୱେଜ୍‌  ସଂକୀର୍ଣ୍ଣ ହୋଇପଡେ । ଫଳରେ ପିଲା ନିଶ୍ୱାସ ନେବାରେ ସମସ୍ୟା ଦେଖା ଦିଏ ।  

ବ୍ରୋଙ୍କାଇଟିସ୍‌ : 

ବ୍ରୋଙ୍କାଇଟିସ୍‌ ହେବା ଦ୍ୱାରା ରେସ୍ପାରେଟୋରୀର ତଳ ଭାଗ ଅଧିକ ପ୍ରଭାବିତ   ହୋଇଥାଏ । ଫଳରେ ପିଲାଠାରେ କାଶ, ଜ୍ୱର ଓ ଗଳା ସଂକ୍ରମଣ ପରି ଲକ୍ଷଣ  ଦେଖା ଦେଇଥାଏ । ଏହି ସମସ୍ୟା ପ୍ରାୟ ଏକ ସପ୍ତାହ ପରେ ଠିକ୍‌ ହେବା ଆରମ୍ଭ  ହୋଇଥାଏ । କିନ୍ତୁ ଚିକିତ୍ସା କରା ନଗଲେ ସ୍ୱାସ୍ଥ୍ୟ ବିଗିଡିପାରେ ।   

ନିମୋନିଆ :

ଏହା ଏକ ଗମ୍ଭୀର ଫୁସ୍‌ଫୁସ୍‌ ସଂକ୍ରମଣ, ଯାହା ଉଭୟ ପିଲା ଓ ବୟସ୍କଙ୍କୁ ହୋଇଥାଏ ।  ବିଶେଷଜ୍ଞଙ୍କ ମତରେ ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କଠାରେ ଫୁସ୍‌ଫୁସ୍‌ ସଂକ୍ରମଣ   ଯେପରିକି ନିମୋନିଆ ପରି ସମସ୍ୟା ଦେଖା ଦେଇଥାଏ । ନିମୋନିଆ ହେଲେ ପିଲାଙ୍କୁ  କାଶ ସହ ନିଶ୍ୱାସ ନେବାରେ ସମସ୍ୟା, ଜ୍ୱର ଓ ଥଣ୍ଡା ଲାଗିବା ପରି ଲକ୍ଷଣମାନ  ଦେଖିବାକୁ ମିଳିଥାଏ । ଏପରିକି ପିଲାକୁ ନିଦ ମଧ୍ୟ ହୋଇ ନଥାଏ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.