ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଆପଣ ଅବସାଦଗ୍ରସ୍ତ କି? ଜାଣନ୍ତୁ ଏହାର ପ୍ରାରମ୍ଭିକ ଲକ୍ଷଣ

Published By : Prameya | January 29, 2025 10:41 AM

ନୂଆଦିଲ୍ଲୀ ୨୯/୦୧: ସମ୍ପ୍ରତି ବିଶ୍ୱବ୍ୟାପୀ ଅବସାଦ ଓ ଉଦ୍‌ବେଗ ପରି ମାନସିକ ରୋଗ ଦିନକୁ ଦିନ ବଢିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ବିଶ୍ୱର ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଅବସାଦଗ୍ରସ୍ତ ହୋଇଥିବା ବେଳେ ୨୬ କୋଟିରୁ ଅଧିକ ଲୋକଙ୍କୁ ଉଦ୍‌ବେଗ ବ୍ୟାଧି ଘାରିଛି। ଏହି ଉଭୟ ମାନସିକ ସ୍ୱାସ୍ଥ୍ୟାବସ୍ଥା ଦୈନନ୍ଦିନ ଜୀବନ, ସମ୍ପର୍କ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଭୀଷଣ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମସ୍ୟାକୁ ଅଣଦେଖା କରାଯାଏ କିମ୍ବା ଭୁଲ୍‌ ବୁଝାଯାଏ। ବିଶେଷ କରି ଏହାର ପ୍ରାରମ୍ଭିକ ଲକ୍ଷଣଗୁଡିକୁ ଅଣଦେଖା କରାଯାଇଥାଏ। ତେବେ ଚାଲନ୍ତୁ ଜାଣିବା ମାନସିକ ଅବସାଦର କିଛି ଲକ୍ଷଣ ବିଷୟରେ...

ମନ ଦୁଃଖ ଲାଗିବାକୁ ମାନସିକ ଅବସାଦ ବୋଲି କହି ହେବ ନାହିଁ। ଯଦି ଅନେକ ଦିନ ଧରି ମନରେ ଏପରି ଦୁଃଖାନୁଭବ କି ଶୂନ୍ୟତା ଭାବ କିମ୍ବା ନିରାଶା ଜାରି ରହେ, ତେବେ ଆପଣ ଅବସାଦଗ୍ରସ୍ତ ହୋଇଥିବାର ସମ୍ଭାବନା ରହିଛି। ପୂର୍ବରୁ ଉପଭୋଗ କରୁଥିବା କାର୍ଯ୍ୟ ବା ସଉକ ଏବଂ ସାମାଜିକ କାର୍ଯ୍ୟକଳାପ ଆଦିରେ ଆଗ୍ରହ ନ ରହିବା ମଧ୍ୟ ହେଉଛି ଅବସାଦର ଲକ୍ଷଣ। ଭୋକରେ ପରିବର୍ତ୍ତନ ହେତୁ ଓଜନ ବଢିବା କି କମିବା ମଧ୍ୟ ଅବସାଦ ଯୋଗୁଁ ହୋଇଥାଏ। ସେହିପରି ଅନିଦ୍ରା ବା ଅଧିକ ନିଦ୍ରା  ମଧ୍ୟ ଅବସାଦ ସହ ଜଡିତ। ବିଶ୍ରାମ ପରେ ମଧ୍ୟ କ୍ଳାନ୍ତ ବା ଦୁର୍ବଳ ଅନୁଭବ କରିବା ଅବସାଦର ଆଉ ଏକ ସଙ୍କେତ। ଅବସାଦ ମଧ୍ୟ ନିଷ୍ପତ୍ତି ଗ୍ରହଣ, ସ୍ମୃତି ଓ ଏକାଗ୍ରତାକୁ ପ୍ରଭାବିତ କରିଥାଏ। ସର୍ବୋପରି ମୃତ୍ୟୁ କିମ୍ବା ଆତ୍ମହତ୍ୟାର ଭାବନା ବାରମ୍ବାର ଆସିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ  ଲକ୍ଷଣ, ଯାହାପ୍ରତି ତୁରନ୍ତ ଧ୍ୟାନ ଦେବା ଜରୁରୀ। ଏଭଳି ଲକ୍ଷଣ ଥିଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବା ଗୁରୁତ୍ୱପୂର୍ଣ୍ଣ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.