ପ୍ରମୂଖ ଖବର
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଦନ୍ତା ନେଇଗଲା ଜୀବନ, ହାତୀକୁ ଘଉଡ଼ାଇବା ବେଳେ ଯୁବକ ମୃତ

ଝାରସୁଗୁଡା,୧୬/୦୮:  ହାତୀକୁ ଘଉଡ଼ାଇବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଭାଲୁପତ୍ରା ଗ୍ରାମରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣକ ଫକିର କିସାନ୍ (୩୦ ବର୍ଷ) ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ଏକ ଦନ୍ତା ହାତୀ କିର୍ମିରା ବ୍ଲକ ଭାଳୁପତ୍ରା ଗ୍ରାମରେ ଫସଲ ନଷ୍ଟ କରୁଥିଲା । ଏହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ହଠାତ୍ ହାତୀ ପଛକୁ ଫେରି ଆସି ଆକ୍ରମଣ କରିଥିଲା । ଫକିର କିସାନ ନାମକ ଜଣେ ଯୁବକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ସେଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ । ଫକିର ଉଠିବା ପୂର୍ବରୁ ହାତୀ ତାଙ୍କୁ ଦଳି ଦେଇଥିଲା । ଏହା ଦେଖି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି କିର୍ମିରା ହସ୍ପିଟାଲ୍ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.