ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କବାଡି ଖେଳିଲା ବେଳେ ଟଳି ପଡିଲେ ଖେଳାଳି

ନୂଆପଡା,୧୪।୧୦: କବାଡି ଖେଳୁ ଖେଳୁ ଟଳି ପଡିଲେ ଖେଳାଳି। ଚାଲିଗଲା ଜୀବନ। କୋମନା ଥାନା ତରବୋଡ଼ରେ ଏପରି ଘଟଣା ଘଟିଛି। ମୃତକ ଜଣକ ହେଲେ ଛତିଶଗଡ ରାଜ୍ୟ ବସନା ଥାନା ବରିହାପାଲିର ଖିଳେଶ ରାଠିଆ ।

ତରବୋଡ଼ ଦୁର୍ଗାପୂଜା କମିଟି ତରଫରୁ କବାଡି ଟୁର୍ନାମେଣ୍ଟ ଚାଲିଥିଲା । ଆଜି ଫାଇନାଲ ମ୍ୟାଚ ଥିଲା । ପିଥୋଡା ପୋଟାପଡା ଦଳ ପକ୍ଷରୁ ବରିହାପାଲିର ଖିଳେଶ ରାଠିଆ କବାଡି ଖେଳୁଥିଲେ ।  ଖେଳୁଥିବା ବେଳେ ହଠାତସେ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ  ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ। ତେବେ ହୃଦଘାତରେ  ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.