ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜଗା ସେବାରେ ସମର୍ପିତ ଶବର ପରିବାର, ରଥ ନିର୍ମାଣରୁ ମନ୍ଦିରରେ ବାନା ଲଗା ନୀତି କରୁଛନ୍ତି ବାପ-ପୁଅ

Published By : Rasmita Pradhan | June 18, 2025 12:48 PM

ଗୁଣପୁର,୧୮/୬ : ପିଢି ପରେ ପିଢି ଧରି ଜଗା ସେବାରେ ନିଜକୁ ସମର୍ପି ଦେଇଛନ୍ତି ଶବର ପରିବାର । ରଥ ନିର୍ମାଣରୁ ଆରମ୍ଭ କରି ମନ୍ଦିରରେ ବର୍ଷ ତମାମ୍‌ ନୀଳଚକ୍ରରେ ବାନା ଲଗା ଏବଂ ରାତି ଜଗୁଆଳି ଭାବେ କାମ କରୁଛନ୍ତି ସ୍ଥାନୀୟ ପୁରୁଣା ଗୁଣପୁର ଗାଙ୍ଗାରାଜୁ ଶବରଙ୍କ ପରିବାର ।  

ଦକ୍ଷିଣ ଓଡ଼ିଶାର ପ୍ରମୁଖ ରଥଯାତ୍ରା ହେଉଛି ଗୁଣପୁରର ତଲାରୀ ଯାତ୍ରା । ପୁରୀ ସହ ନୀତିକାନ୍ତିରେ କୌଣସି ମେଳ ଖାଉନି । ଏଠାରେ ପ୍ରାୟ ସବୁ ପରମ୍ପରା ଭିନ୍ନ । ଦୁଇ ମନ୍ଦିରରେ ୬ ଠାକୁର ପୂଜା ପାଉଛନ୍ତି । ଏଥିପାଇଁ ରଥାଯାତ୍ରାରେ ଦୁଇଟି ରଥ ନିର୍ମାଣ ହେଉଛି । ଦୁଇଟି ଆଡ଼ପ ମଣ୍ଡପରେ ଦଶ ଅବତାରରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଏଠାରେ ପ୍ରଥମେ ସାନ ମନ୍ଦିର ଓ ପରେ ବଡ଼ ମନ୍ଦିରରେ ନେତ୍ର ଉତ୍ସବ କରାଯାଉଛି । ଠାକୁର ଆଡପ ମଣ୍ଡପରେ ଥିଲାବେଳେ ଖଡ଼ାଘାଣ୍ଟ ଖେଚୁଡି ଓ ଚାରୁ ଭୋଗ ବହୁତ ପ୍ରସିଦ୍ଧ । ଏସବୁ ଭିନ୍ନ ପରମ୍ପରା ମଧ୍ୟରେ ଦୀର୍ଘ ୪୦୦ ବର୍ଷ ପୁରାତନ ମନ୍ଦିରରେ ଜଗନ୍ନାଥଙ୍କ ସେବାରେ ଲାଗୁଛନ୍ତି ଶବର ପରିବାର । ମନ୍ଦିରରେ ବର୍ଷତମାମ ନୀଳଚକ୍ରରେ ପତାକା ପରିବର୍ତ୍ତନ ସମେତ ଠାକୁରଙ୍କ ରଥ ନିର୍ମାଣ, ମନ୍ଦିରରେ ରାତି ଜଗୁଆଳି ଭାବେ ଗୋଟିଏ ଶବର ପରିବାର ହିଁ କରିଆସୁଛନ୍ତି । ଆଗରୁ କାନ୍ଦରାମାଲୁ ଶବର ଏହି କାର୍ଯ୍ୟ କରୁଥିଲେ । ତାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଗାଙ୍ଗାରାଜୁ ଜଗାଙ୍କ କରି ଆସୁଛନ୍ତି । ଏବେ ଏହି କାର୍ଯ୍ୟରେ ଅଗ୍ରଣୀ ଭୂମିକା ନେଇଛନ୍ତି ତାଙ୍କ ଦୁଇପୁଅ ବାଲାଜୀ ଓ ଭୀମ । ଏମାନେ ୭୨ ଫୁଟ୍‌ ମନ୍ଦିର ଉପରକୁ ଚଢି ପ୍ରତିମାସ ସଂକ୍ରାନ୍ତୀରେ ପତାକା ପରିବର୍ତ୍ତନ କରୁଛନ୍ତି । 

ରଥଯାତ୍ରା ସମୟରେ ପୂରା ପରିବାର ଖରା ତରାରେ ରଥ ନିର୍ମାଣ କରୁଛନ୍ତି । ରାତିରେ ମନ୍ଦିରର ଜଗୁଆଳି ଭାବେ କାମ କରୁଛନ୍ତି । ଶତାଧିକ ବର୍ଷ ଧରି ବର୍ଷତମାମ୍‌ ଜଗାର ସେବା କରୁଛନ୍ତି । ଜଗା ମଧ୍ୟ ଏମିତି ଆର୍ଶିବାଦ ଦେଇଛନ୍ତି ଯେ, ତାଙ୍କ ପରିବାରର ଗରିବ ହଟିଯାଇଛି । ଆର୍ଥିକ ଓ ସାମାଜିକ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଯାହାଫଳରେ ପରିବାର ଲୋକେ ଜଗାର ସେବା କରି କୌଣସି ପାଉଣା ନେଉନାହାନ୍ତି । ବରଂ ଜଗାର କାମ ପାଇଁ ଦାନ ସୂତ୍ରରେ ମନଖୋଲି ଅର୍ଥ ମଧ୍ୟ ଦେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.