ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କାଶ୍ମୀର ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା, ଉତ୍ପନ୍ନ କଲେ ଦେଶର ପ୍ରଥମ ଜିନ୍‌-ସଂଶୋଧିତ ମେଣ୍ଢା

Published By : Krishna Priya | May 28, 2025 10:49 AM

ଶ୍ରୀନଗର ୨୮/୦୫: ଶ୍ରୀନଗର ସ୍ଥିତ ଶେର୍‌-ଇ-କାଶ୍ମୀର ବିଶ୍ୱବିଦ୍ୟାଳୟର ଏଗ୍ରିକଲ୍‌ଚରାଲ ସାଇନ୍ସେସ୍‌ର ଗବେଷକ ଟିମ୍‌ ଭାରତର ପ୍ରଥମ ଜିନ୍‌ସଂଶୋଧିତ ମେଣ୍ଢା ଉତ୍ପନ୍ନ କରିଛନ୍ତି । ଦୀର୍ଘ ୪ ବର୍ଷର ଅନୁସନ୍ଧାନ ପରେ ମେଣ୍ଢାର ଜିନ୍‌ସଂଶୋଧନ ସମ୍ଭବ ହୋଇଛି । ଗବେଷକଙ୍କ ଅନୁସାରେ, ଏହା ମେଣ୍ଢାର ମାଂସପେଶୀକୁ ୩୦ ପ୍ରତିଶତ ବୃଦ୍ଧି କରିବ । ନିକଟରେ ଭାରତର ପ୍ରଥମ ଜିନ୍‌-ସଂଶୋଧିତ ଚାଉଳ ଉତ୍ପାଦନ ପରେ ଏହା ବଡ଼ ସଫଳତା ।

ଅଧ୍ୟୟନରେ ସାମିଲ ୫ ଜଣ ଅଧ୍ୟୟନକର୍ତ୍ତାଙ୍କ ନେତୃତ୍ୱ ନେଇଥିବା ପ୍ରଫେସର ରିଆଜ ଅହମଦ ଶାହ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହା ଅଧ୍ୟୟନ ସ୍ତରରେ ହୋଇଥିଲା । ଏହି କୌଶଳର ଅନେକ ପ୍ରୟୋଗ ରହିଛି । ରୋଗ-ପ୍ରତିରୋଧୀ ଜୀବ ଉତ୍ପନ୍ନ ଲାଗି ରୋଗ ପାଇଁ ଦାୟୀ ଜିନ୍‌ଗୁଡ଼ିକୁ ଆମେ ସଂଶୋଧନ କରିପାରିବୁ । ଯମଜ ସନ୍ତାନ ଜନ୍ମରେ ମଧ୍ୟ ଏହା ସହାୟକ ହୋଇପାରିବ । ଅଧ୍ୟୟନକର୍ତ୍ତା ମେଣ୍ଢାଛୁଆର ମାୟୋଷ୍ଟାଟିନ୍‌ ଜିନ୍‌ର ସଂଶୋଧନ କରିଥିଲେ । ଏହି ଜିନ୍‌ ମେଣ୍ଢାର ମାଂସପେଶୀ ବୃଦ୍ଧି ପରିଚାଳନା ପାଇଁ ଦାୟୀ । ମେଣ୍ଢାକୁ ବାଧା ଦେବା ଦ୍ୱାରା ତା’ର ମାଂସପେଶୀ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ହୋଇଥାଏ । ଏହି ଗୁଣ ଭାରତୀୟ ମେଣ୍ଡା ପ୍ରଜାତିରେ ପ୍ରାକୃତିକ ଭାବେ ନାହିଁ । କିନ୍ତୁ ଟେକ୍ସେଲ ଭଳି କିଛି ୟୁରୋପୀୟ ମେଣ୍ଢା ପ୍ରଜାତିରେ ଏହା ରହିଛି । ପାରମ୍ପରିକ କ୍ରସ୍‌ବ୍ରିଡିଂ ଜରିଆରେ ନୁହେଁ, ଜିନ୍‌ ସଂଶୋଧନ ଜରିଆରେ ଏହି ମ୍ୟୁଟେସନ୍‌ ଟେକ୍ନୋଲୋଜିରେ ବଡ଼ ଲମ୍ଫକୁ ଦର୍ଶାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନ୍ୟାସ୍‌ନାଲ ଡାଏରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ ଏକ ମଇଁଷିର ଜିନ୍‌-ସଂଶୋଧିତ ଭ୍ରୂଣ ବିକଶିତ କରିଥିଲେ । ତେବେ ସଦ୍ୟ ସଫଳତା କେବଳ ଏକ ମେଣ୍ଢା ଛୁଆର ଜନ୍ମକୁ ଦର୍ଶାଇ ନାହିଁ, ଭାରତରେ ପଶୁପାଳନ ଜେନେଟିକ୍ସରେ ଏକ ନୂଆ ଯୁଗର ଆରମ୍ଭ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ଡ. ନାଜିର ଅହମଦ ଗନାଇ କହିଛନ୍ତି । ବିଦେଶୀ ଡିଏନ୍‌ଏକୁ ସାମିଲ କରିବା ପରିବର୍ତ୍ତେ ସଠିକ୍‌ ଓ ଲାଭକର ପରିବର୍ତ୍ତନ ଆଣିବାରେ ଆମେ ସକ୍ଷମ ବୋଲି ସେ କହିଛନ୍ତି । ଏହି ପ୍ରୋଜେକ୍ଟକୁ ପାଣ୍ଠି ଯୋଗାଇଥିଲା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ । ଶାହ କହିଛନ୍ତି, ସିଆର୍‌ଆଇଏସ୍‌ପିଆର୍‌ସିଏଏସ୍‌୯ ଟେକ୍ନୋଲୋଜି ମାଧ୍ୟମରେ ଏହି ଜିନ୍‌-ସଂଶୋଧନ ହୋଇଥିଲା ଏବଂ ଅନ୍ତର୍ଜାତୀୟ ଜୈବସୁରକ୍ଷା ନିୟମ ମଧ୍ୟ ପାଳନ କରାଯାଇଥିଲା । ଜିନ୍‌-ସଂଶୋଧନ କୌଶଳ ‘ସିଆର୍‌ଆଇଏସ୍‌ପିଆର୍‌’ (କ୍ଲଷ୍ଟର୍ଡ ରେଗୁଲାର୍‌ଲି ଇଣ୍ଟର୍‌ସ୍ପେସ୍‌ଡ ଶର୍ଟ ପାଲିନଡ୍ରୋମିକ୍‌ ରିପିଟ୍ସ) ୨୦୨୦ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.