ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଉଦଘାଟନର ୬ ମାସ ପରେ ମଧ୍ୟ ଶେଷ ହୋଇପାରୁନି ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ

ଫିରିଙ୍ଗିଆ,୧୦।୬ : ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଅଧୀନରେ ଥିବା ସରୁକୋଈ ଗାଁ ରେ  ସ୍ମାର୍ଟ ସ୍କୁଲ ଉଦଘାଟନର ୬ ମାସ ବିତିଗଲାଣି  ଏବେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। 

ସରୁକୋଇ ଗାଁ ରେ ଥିବା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଛି I ପ୍ରଥମତଃ ଏହି ବିଦ୍ୟାଳୟଟି ଚତୃର୍ଥ ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଥିବା ବେଳେ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଗତ ଜାନୁୟାରୀ ମାସରେ ଉଦଘାଟନ କରାଯାଇଥିଲା I ତେବେ ନିର୍ମାଣ ଶେଷ ନହୋଇ ଉଦଘାଟନ କରାଯାଇଥିବାରୁ ସେତେବେଳେ ଗ୍ରାମବାସୀ ଓ ଅଭିଭାବକଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘୋର ବିରୋଧ କରିଥିଲେ I ଏହାପରେ ଖୋଦ ବ୍ଲକ ର ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା ଓ ବିଡ଼ିଓ ଅନୁପ ଅଭିଷେକ ବେହେରା ଏହି ସ୍କୁଲର ରୂପାନ୍ତରିତ କାମ ନିଜ ଦାୟିତ୍ୱ ରେ କରିବା ସହ ପନ୍ଦର ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ପ୍ରତିଶୃତି ଦେଇଥିଲେ I କିନ୍ତୁ ପନ୍ଦର ଦିନ ଜାଗାରେ ଆଜକୁ ଏହି ବିଦ୍ୟାଳୟଟି ଉଦଘାଟନ ହେବାର ଛଅ ମାସ ବିତିଯାଇଥିଲେ ମଧ୍ୟ୍ୟ ବିଦ୍ୟାଳୟ ରୂପାନ୍ତରିତ କାମ ସରିବାର ନା ଧରୁନି I 

ସବୁଠୁ ବଡ଼କଥା ହେଲା ବିଦ୍ୟାଳୟର ଫାଟକ କାମ ଏପର୍ଯ୍ୟନ୍ତ ସରିପାରିନଥିବା ବେଳେ ସାଇକେଲ ଷ୍ଟାଣ୍ଡ ସହ ଆହୁରି ଅନେକ କାମ ଏପର୍ଯ୍ୟନ୍ତ ବାକି ରହିଛି I ଅନ୍ୟପଟେ ବ୍ଲକ ପ୍ରଶାସନ ତରବରିଆ ଭାବରେ କାମଟିକୁ କରିଥିବାରୁ କାମଟି ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି I ସେପଟେ ଆସନ୍ତା କିଛିଦିନ ମଧ୍ୟରେ ବିଦ୍ୟାଳୟ ଗୁଡିକ ଖୋଲୁଥିବାରୁ ଏହି ବିଦ୍ୟାଳୟରେ ବାକି ରହିଥିବା ସମସ୍ତ କାମ ଶୀଘ୍ର ସରିବା ପାଇଁ ସ୍ଥାନୀୟ ସରପଞ୍ଚ ମଧ୍ୟ୍ୟ ବ୍ଲକ ପ୍ରଶାସନକୁ ଜଣାଇଛନ୍ତି। 

ଏ ନେଇ  ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କୁ ପଚାରିବାରୁ ବିଦ୍ୟାଳୟର ଫାଟକ କାମ ଓ ସାଇକେଲ ଷ୍ଟାଣ୍ଡ କାମ ବାକି ଅଛି ବୋଲି କହିବା ସହ କାମ କରିବା ପାଇଁ ଲୋକ ମିଳୁନାହାଁନ୍ତି ବୋଲି କହିଛନ୍ତି I ସେପଟେ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ଟି ଅସମ୍ପୂର୍ଣ ହୋଇ ପଡିରହିଥିବାରୁ ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ବିଦ୍ୟାଳୟ ପରିଚଲାନା କମିଟି ର ସଦସ୍ୟ ମାନଙ୍କ ମାଧ୍ୟ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ସରିବା ପାଇଁ ଦାବି କରିଛନ୍ତି I ଅନ୍ୟପଟେ ଏହି ଅବହେଳା ପାଇଁ ଦାୟୀ ଥିବା କର୍ମଚାରୀ ମାନଙ୍କ ବିରୁଦ୍ଧରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସରପଞ୍ଚ ରଜିତା ମଲ୍ଲିକଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.