ପ୍ରମୂଖ ଖବର
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମୋଟର ସାଇକେଲ ପୋଡ଼ିଦେଲେ ଦୃର୍ବୁତ୍ତ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୋଡିଥିବା ଅଭିଯୋଗ

କଟକ,୨୭/୦୭: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୋଟର ସାଇକେଲ ପୋଡ଼ିଦେଲେ ଦୃର୍ବୁତ୍ତ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ଅମୁଣିଆ ସାହିରେ ଘର ଅଗଣାରେ ଥୁଆ ହୋଇଥିବା ବାଇକକୁ ବାହାରକୁ ନେଇ ନିଆଁ ଲଗାଇଥିବା ନେଇ ଅଭିଯୋଗ କରିଛନ୍ତି ଚଗଲା ଦାସ ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଏପରି କାଣ୍ଡ ହୋଇଛି । ଅମୁଣିଆସାହିର ଚଗଲା ଦାସଙ୍କ ମୋଟର ସାଇକେଲକୁ କେହି ଦୁର୍ବୁତ୍ତ ଘର ଅଗଣାରୁ ନେଇ କିଛି ଦୂରରେ ନିଆଁ ଲଗାଇ ଦେଇଛି । ତେବେ ନିଆଁ ଲାଗିବାରୁ ବାଇକ୍ ଟାଙ୍କି ଫାଟିଥିଲା । ଏହାର ଶବ୍ଦ ଶୁଣି ଘଟଣା ସମ୍ପର୍କରେ ଅବଗତ ହୋଇ ତିଗିରିଆ ଅଗ୍ନିସମ ବାହିନୀକୁ ଜଣାଇଥିଲେ ଚଗଲା । ଖବର ପାଇ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ସେତେବେଳକୁ ସମ୍ପୂର୍ଣ୍ଣ ବାଇକଟି ଜଳି ଯାଇଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବାଇକ ପୋଡାଜଳା ହୋଇଥିବା ଅଭିଯୋଗ ହୋଇଛି l ଅଭିଯୋଗକୁ ଭିତ୍ତିକରି ତିଗିରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.