ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ

Published By : Ankita S | May 21, 2025 12:29 PM

ଇସଲାମାବାଦ,୨୧/୦୫: ଭୟଙ୍କର ବିସ୍ଫୋରଣରେ ପୁଣିଥରେ ଥରିଲା  ପାକିସ୍ତାନ । ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଖୁଜଦାର୍‌ ଜିଲ୍ଲାରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି ।  ଗୋଟିଏ ସ୍କୁଲ ବସ୍‌କୁ ଟାର୍ଗେଟ କରାଯାଇଛି । ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାକିସ୍ତାନୀ ନ୍ୟୁଜ ୱେବସାଇଟ୍‌ ମୁତାବିକ, ସ୍କୁଲ ବସ୍‌ଟି ପିଲାକୁ ନେଇ ଜିରୋ ପଏଣ୍ଟ ପାଖାପାଖି ଥିଲା । ଏହି ସମୟରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ବସ୍‌ଟି ଛିନଛତ୍ର ହୋଇଯାଇଥିଲା । ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଥିଲା ଅଞ୍ଚଳ । ପ୍ରଶାସନ ପକ୍ଷରୁ  ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ୪ ଶିଶୁଙ୍କର ମୃତ୍ୟୁ ହୋଇଛି । ୩୮ ଜଣ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ତଥାପି ଏହା ପଛରେ ବଲୁଚିସ୍ତାନ ଲିବରେସନ ଆର୍ମିର ହାତ ଥିବା ପାକିସ୍ତାନ ସୁରକ୍ଷା ଏଜେନ୍ସିଂ ଆନୁମାନ କରୁଛନ୍ତି । କାରଣ ପୂର୍ବରୁ ଅନେକ ଥର ବଲୁଚି ବିଦ୍ରୋହୀ ପାକିସ୍ତାନ ସେନା ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣରେ ଉଡାଇ ଦେଇଛନ୍ତି ।

ଦେଶ ବିରୋଧରେ ଷଡଯନ୍ତ୍ର- ପାକିସ୍ତାନ ଗୃହମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ ସେୟାର କରିଛି । ମୋହସିନ୍‌ ନକଭି ଏହି ଆକ୍ରମଣକୁ ନିନ୍ଦା କରି ନିଷ୍ପାପ ଶିଶୁଙ୍କ ପ୍ରତି ବର୍ବରତା ବୋଲି କହିଛନ୍ତି । ଶତ୍ରୁ ନୀରିବ ଶିଶୁଙ୍କୁ ଟାର୍ଗେଟ କରିଛନ୍ତି । ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଘୃଣ୍ୟ ଷଡଯନ୍ତ୍ର ହୋଇଛି । ଯିଏ ବି ଏହି ଘଟଣା ପାଇଁ ଦାୟୀ ତଙ୍କୁ କଠୋର ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି ।

କହି ରଖୁଛୁ କି, ବଲୁଚିସ୍ତାନ ସହ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ପାକିସ୍ତାନଠୁ ଅଲଗା ହୋଇ ଅଲଗା ଦେଶ ହେବାକୁ ଚାହୁଁଛି । ବଲୁଚିସ୍ତାନରେ ଅନେକ ସମୟ ଧରି ଆତଙ୍କବାଦୀ ଗତିବିଧି ଜାରି ରହିଛି । ଭାରତ ଓ ପକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ବଲୁଚିସ୍ତାନ ପାକ୍ ସେନାକୁ ଟାର୍ଗେଟ କରିଥିଲା ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.