ପ୍ରମୂଖ ଖବର
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ସଚିନ ତେନ୍ଦୁଲକରଙ୍କ ଏକ ପୋଷ୍ଟ ସୁଶୀଳାଙ୍କୁ କରିଦେଲା ଷ୍ଟାର୍, ଜାଣନ୍ତୁ କିଏ ଗିଫ୍ଟ କଲେ ଜୋତା

Published By : Prameya | December 22, 2024 8:48 PM

ନୂଆଦିଲ୍ଲୀ, ୨୨/୧୨ :  ସଚିନ ତେନ୍ଦୁଲକରଙ୍କ ନିକଟରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଏକ ଛୋଟ ଝିଅର ପୋଷ୍ଟ କରିଥିଲେ । ଯାହାଙ୍କ ନାଁ ଥିଲା ସୁଶୀଳା ମୀନା। ସେ ରାତାରାତି ଏବେ ଷ୍ଟାର୍ ହୋଇପାରିଛନ୍ତି । ସୁଶୀଳାଙ୍କ ବୋଲିଂ ସଚିନଙ୍କୁ ବହୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ଜଣେ ସାମାଜିକ କର୍ମୀ ସୁଶୀଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଉପହାର ସ୍ୱରୂପ ସୁଶୀଳାଙ୍କୁ ଏକ ଜୋତା ଦେଇଛନ୍ତି । ଏହା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।

ନିକଟରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାର ସୁଶୀଳାଙ୍କ ସହ ଫୋନରେ କଥା ହୋଇଥିଲେ। ସେ ସୁଶୀଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁଶୀଳାଙ୍କ ବୋଲିଂ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସଚିନ ତାଙ୍କ ଭିଡିଓ ସେୟାର କରି ଜହିର ଖାନଙ୍କୁ ବି ଟ୍ୟାଗ କରିଥିଲେ। ବର୍ତ୍ତମାନ ଜଣେ ସାମାଜିକ କର୍ମୀ ସୁଶୀଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଇନଷ୍ଟାଗ୍ରାମରେ ଜୟା ମୀନାଙ୍କ ନାମରେ ଏକ ଆକାଉଣ୍ଟ ଅଛି । ଏଥିରେ ସୁଶୀଳାଙ୍କ ଭିଡିଓ ସେୟାର କରାଯାଇଛି । ପୋଷ୍ଟ ଅନୁଯାୟୀ ସୁଶୀଳା ଜୋତା ଉପହାର ସ୍ୱରୂପ ଗ୍ରହଣ କରିଛନ୍ତି। ଏହା ସହ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି ।

ସୁଶୀଲା ବୟସରେ ବହୁତ ଛୋଟ ଏବଂ ତାଙ୍କ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଯଦି ୧୩ବର୍ଷର ସୁଶୀଳାଙ୍କୁ ସଠିକ୍ ତାଲିମ ଦିଆଯାଏ, ତେବେ ସେ ଭବିଷ୍ୟତରେ ମଧ୍ୟ ଭାରତୀୟ ଦଳର ଏକ ଅଂଶ ହୋଇପାରନ୍ତି । ଭାରତର ୧୯ବର୍ଷରୁ କମ୍ ମହିଳା ଦଳରେ ସୁଶୀଳା ସ୍ଥାନ ପାଇପାରିବେ। କିନ୍ତୁ ଏହା ପୂର୍ବରୁ ରାଜସ୍ଥାନ କ୍ରିକେଟ୍ ବୋର୍ଡ ସୁଶୀଳାଙ୍କୁ ସାହାଯ୍ୟ କରିବାକୁ ପଡିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.