ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଦିଲ୍ଲୀରୁ ଫେରିଲେ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଚେହେରା ନେଇ କହିଲେ ଏମିତି...

ଭୁବନେଶ୍ଵର, ୧୦/୦୬ : ଓଡ଼ିଶାରେ କିଏ ହେବ ହେବ ମୁଖ୍ୟମନ୍ତ୍ରୀ ? ଏନେଇ ସସପେନ୍ସ ଜାରି ରହିଛି। ଏହି ମଧ୍ୟରେ ଦିଲ୍ଲୀରୁ ଫେରିଛନ୍ତି ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ। ଭୁବନେଶ୍ଵରରେ ପହଞ୍ଚିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାଉପରେ ପ୍ରତିକ୍ରିୟା ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ସୁରେଶ ସେମିତି କିଛି ସ୍ପଷ୍ଟ କରିନାହାଁନ୍ତି। ସେ କହିଛନ୍ତି ଯେ, ଦୁଇ କେନ୍ଦ୍ର ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ଵ ରହିଛି। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ବୈଠକରେ ନିଷ୍ପତିକୁ ଅପେକ୍ଷା କରିବାକୁ କହିଲେ ସୁରେଶ ପୂଜାରୀ। 

ସେପଟେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଧର୍ମେନ୍ଦ୍ର ସବା ଆଗରେ ଥିଲେ। କିନ୍ତୁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବାପରେ ଏ ଚର୍ଚ୍ଚାରେ ହଠାତ୍‌ ବିରାମ ଲାଗିଛି। ପୁଣି ଅନେକ ନୂଆ ଚେହେରା ରେସ୍‌ ଭିତରକୁ ଟାଣି ହୋଇ ଆସିଛନ୍ତି। ସୁରେଶ ପୂଜାରୀଙ୍କୁ ଦିଲ୍ଲୀରୁ ଡାକରା ଆସିବା ପରେ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା କରିପାରେ ବୋଲି ଆଶା ଆଶଙ୍କା ବଢିଲା। ଅପର ପକ୍ଷରେ ଗିରିଶ ମୂର୍ମୁ, ମୋହନ ମାଝି ଓ ସୁରମା ପାଢ଼ୀଙ୍କୁ ନେଇ ବି ଜୋର୍‌ ଚର୍ଚ୍ଚା ହେଉଛି। ରାଜସ୍ଥାନ ଫର୍ମୁଲାରେ ଆଦୌ ଚର୍ଚ୍ଚାରେ ନଥିବା ଚେହେରାଙ୍କୁ ଫାଇନାଲ କଲ୍‌ ଆସିପାରେ ବୋଲି ଆଉ କିଛି ନେତା ଅନୁମାନ କରୁଛନ୍ତି। 

ତେବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୧୧ ତାରିଖରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ବୈଠକ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଦଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଉଭୟ ନେତା ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ସଂସଦୀୟ ବୋର୍ଡ ପଠାଇଥିବା ନାଁ ଘୋଷଣା କରିବେ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ତାରିଖ ଘୁଞ୍ଚିବା ପରେ ସସ୍‌ପେନ୍ସ ଆହୁରି ବଢ଼ିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିଛି । ତାଙ୍କ ସମେତ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅନେକ ନୂଆ ନାଁ ଯୋଡ଼ି ହୋଇଛି। 

ବିଜେପିର ବରିଷ୍ଠ ନେତା ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରୁ ଡାକରା ହୋଇଥିଲା । ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନକୁ ତାଙ୍କୁ ଡାକରା ଆସିଥିଲା । ସେଠାକୁ ଯାଇ ସେ ମୋଦିଙ୍କୁ ଭେଟିଥିଲେ। ସୁରେଶଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ ଶୀର୍ଷ ନେତୃତ୍ୱ ସ୍ଥିର କରି ସାରିଛନ୍ତି। ସଂସଦୀୟ ବୋର୍ଡରେ ଏହା ଉପରେ ସହମତି ହେବା ପରେ ତାଙ୍କ ନାଁ ଘୋଷଣା ହେବ ବୋଲି ଶୁଣାଯାଉଛି। ସୁରେଶ ଜଣେ ନିର୍ବିବାଦୀୟ ଓ ସ୍ୱଚ୍ଛ ଚେହେରା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପାଇଁ ସେ ପ୍ରମୁଖ ଦାବିଦାର। ସେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ସାଂଗଠନିକ ଦକ୍ଷତା ରହିଛି। ତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ବିଜେପି ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଉଥିବା ବାର୍ତ୍ତା ଯିବ । ପୂର୍ବ ବା ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଭିତରେ ଥିବା ଆଞ୍ଚଳିକତା ମନୋଭାବ ଦୂର କରିବାରେ ଏହା ସନ୍ତୁଳନ ରଖିବ । ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ଚୟନ କରି ବିଜେପି ନିଜ ପୁରୁଣା ଗଡ଼କୁ ଆହୁରି ବଳୁଆ କରିବ ବୋଲି ଅନୁମାନ କରାଯାଉଛି । ସୁରେଶଙ୍କ ନାଁକୁ ନେଇ ଚର୍ଚ୍ଚା ବଢ଼ିବା ପରେ ତାଙ୍କର ହଜାର ହଜାର ସମର୍ଥକ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ରାଜଧାନୀ ମୁହାଁ ହେଉଥିବା ଖବର ମିଳିଛି । 

ତେବେ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଲକ୍ଷ୍ମଣ ବାଗ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ସରପ୍ରାଇଜ୍‌ କାର୍ଡ ଖେଳିପାରେ । ସିଏଜି ତଥା ବରିଷ୍ଠ ପ୍ରଶାସକ ଗିରିଶ ଚନ୍ଦ୍ର ମୂର୍ମୁ, ଆଦିବାସୀ ନେତା ମୋହନ ମାଝି ଓ ମହିଳା ଚେହେରା ସୁରମା ପାଢ଼ୀ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି । ଯୁବନେତା ସୂର୍ଯ୍ୟବଂଶୀ ସୂରଜଙ୍କୁ ବି ଫାଇନାଲ୍‌ କଲ ଯାଇପାରେ ବୋଲି ଆଉ କିଛି ସୂତ୍ର ଦାବି କରୁଛନ୍ତି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଆଦୌ ଚର୍ଚ୍ଚାରେ ନଥିବା ଦୁଇ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଥିଲା । ଓଡ଼ିଶାରେ ବି ବିଜେପି ସେହି ଫର୍ମୁଲା ଆପଣାଇପାରେ ବୋଲି କିଛି ନେତା ଅନୁମାନ କରୁଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନେଇ ବି ଚର୍ଚ୍ଚା ଜୋର୍‌ ହେଉଛି । ସେ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହାନ୍ତି ବୋଲି ବାରମ୍ବାର କହୁଥିଲେ ବି ରେସ୍‌ରେ ଅଛନ୍ତି । ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ନିର୍ବାଚନରେ ପରାଜୟ ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟରେ ବିଜେପିର ବଡ଼ ବିଜୟ ପାଇଁ ପୁରସ୍କାର ଭାବେ ମନମୋହନଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇପାରନ୍ତି ବୋଲି ଶୁଣାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.