ପ୍ରମୂଖ ଖବର
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆଇନ ବନାମ ଦୟା; ବୁଲା କୁକୁରଙ୍କ ଉପରେ ଆଜି ନିଷ୍ପତ୍ତି, ରାୟ ଶୁଣାଇବେ ସୁପ୍ରିମ୍‌କୋର୍ଟ

Published By : Ankita S | August 22, 2025 8:04 AM

tv9

ନୂଆଦିଲ୍ଲୀ,୨୨/୦୮: ଆଇନ ବନାମ ଦୟା । ମଣିଷଙ୍କ ସୁରକ୍ଷା ଜରୁରୀ ନା ପଶୁ ପ୍ରେମ ? କୁକୁର ପ୍ରେମୀଙ୍କୁ ମିଳିବ ଆଶ୍ୱସ୍ତି ନା ଝଟକା ? ବୁଲା କୁକୁର ରାସ୍ତାରେ ରହିବେ ନା ସେଲ୍ଟର ହୋମ୍‌ ପଠାଇ ଦିଆଯିବ ? ଏ ପ୍ରଶ୍ନର ଆଜି ମିଳିବ ସୁପ୍ରିମ୍‌ ଉତ୍ତର । ଦିଲ୍ଲୀ-ଏନ୍‌ସିଆରରେ ବୁଲା କୁକୁରଙ୍କୁ ହଟାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆବେଦନ ଉପରେ ଆଜି ୩ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ ।

ଆଇନ ବନାମ ଦୟା- ଜଷ୍ଟିସ ଏନ୍‌ଭି ଅଞ୍ଜରିଆଙ୍କୁ ନେଇ ଗଠିକ ତିନି ଜଣିଆ ଖଣ୍ଡପୀଠ ଅଗଷ୍ଟ ୧୪ରେ ଏହି ମାମଲାର ଶୁଣାଣି କରିଥିଲେ । ରାୟ ସଂରକ୍ଷିତ ରଖିଥିଲେ । ଆଜି ଏ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଦିଲ୍ଲୀରେ ବୁଲା କୁକୁରଙ୍କୁ ସାମୂହିକ ଭାବେ ଧରିବା ଓ ଆଶ୍ରୟ ଦେବା ପାଇଁ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡ଼ି) ଜାରି କରିଥିବା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି କୋର୍ଟ । ଅଗଷ୍ଟ ୧୪ରୁ ହୋଇଥିବା ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ, ୨୦୨୪ ମସିହାରେ ପ୍ରାୟ ୩୭.୧୫ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜିକୃତ ହୋଇଥିଲା, ଅର୍ଥାତ୍ ପ୍ରତିଦିନ ପ୍ରାୟ ୧୦ ହଜାର ମାମଲା ସାମ୍ନାକୁ ଆସୁଛି ।

ଗତ ଅଗଷ୍ଟ ୧୧ ତାରିଖରେ ଜାରି ହୋଇଥିବା ଆଦେଶରେ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଦିଲ୍ଲୀରୁ ବୁଲା କୁକୁରଙ୍କୁ ଧରିବା ଆରମ୍ଭ କରନ୍ତୁ ଏବଂ ୮ ସପ୍ତାହ ମଧ୍ୟରେ ଅତି କମ୍‌ରେ ୫,୦୦୦ ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରନ୍ତୁ । ଏହି ନିର୍ଦ୍ଦେଶନାମା ବିବାଦୀୟ ହୋଇଥିଲା । କୁକୁର ପ୍ରେମୀ ଏହାକୁ ବିରୋଧ କରିଥିଲେ । କୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ପଶୁପ୍ରେମୀମାନେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ମଧ୍ୟ କରିଥିଲେ । ସେମାନେ କୋର୍ଟକୁ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । କୋର୍ଟରେ ଲୋକଙ୍କ ଆବେଦନ ସଂଖ୍ୟା ବୃଦ୍ଧି ପାଉଥିବାରୁ, ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ୩ ଜଣ ବିଚାରପତିଙ୍କ ଏକ ନୂଆ ଖଣ୍ଡପୀଠ ଗଠନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.