ପ୍ରମୂଖ ଖବର
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ପର୍ସନାଲ ଲ ନୁହେଁ, ସେକୁଲାର ପ୍ରପଟି ଆଇନ ଦରକାର: ଏଭଳି ଦାବି ରଖି ସୁପ୍ରିମକୋର୍ଟରେ ପହଁଞ୍ଚିଲେ ମୁସଲମାନ ମହିଳା

Published By : Prameya | January 28, 2025 8:33 PM

ନୂଆଦିଲ୍ଲୀ,୨୮।୧:  ସାରା ଦେଶରେ ୟୁନିଫର୍ମ ସିଭିଲ କୋଡ୍‌କୁ ନେଇ ଡିବେଟ ଜାରି ରହିଛି। ଏହା ଭିତରେ ସୁପ୍ରିମକୋର୍ଟରେ ସେକୁଲାର ପ୍ରପଟି ଆଇନର ଦାବି ଉଠାଇ ଏକ ମୁସଲିମ୍ ମହିଳା ଆବେଦନ କରିଥିଲେ। ଏହା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ମହିଳା ଜଣକ କୋର୍ଟରେ ଅପିଲ କରିଛନ୍ତି ଯଦି କୌଣସି ଚାହାନ୍ତି ତେବେ ତାଙ୍କୁ ଉତ୍ତରାଧିକାରୀ ଆଇନ ଅନୁସାରେ ପ୍ରପଟିରେ ଅଧିକାର ଦିଆଯିବ। ଏହା ଉପରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି, କିଭଳି ଜଣେ ମହିଳା ଶରିଆ ଆଇନ ବଦଳରେ ଆଇନ ଅନୁସାରେ ସମ୍ପତ୍ତିରେ ଅଧିକାର ଦିଆଯାଇ ହେବ। ଚିଫ୍ ଜଷ୍ଟିସ୍ ସଞ୍ଜିବ ଖାନ୍ନାଙ୍କ ନେତୃତ୍ବରେ ଖଣ୍ଡପୀଠ ଆଗାମୀ ଶୁଣାଣି ତାରିଖ ୫ ମଇରୁ ଧାର୍ଯ୍ୟ କରିଛି। ଏହି ଆବେଦନ କେରଳରେ ରହୁଥିବା ମହିଳା ସାଫିୟା ଦାଖଲ କରିଛନ୍ତି। ମହିଳା ଜଣକ କହିଛନ୍ତି, ସେ ନିଜର ସମସ୍ତ ସମ୍ପତ୍ତି ଝିଅକୁ ଦେବାକୁ ଚାହାନ୍ତି।

ମହିଳାଙ୍କ କହିବା ଅନୁସାରେ,ମୋର ପୁଅ ମନଇଛା କାମ କରେ। ହେଲେ ମୋ ଝିଅ ମୋର ସବୁବେଳେ ଦେଖାଶୁଣା କରେ। ତେଣୁ ମୋର ସବୁ ସମ୍ପତ୍ତି ଝିଅ ନାଁରେ କରିବାକୁ ଚାହୁଁଛି। କିନ୍ତୁ ଏଥିରେ ସମସ୍ୟା ହେଉଛି ଯେ, ସେ ଶରିଆ ଆଇନ ଅନୁସାରେ ଏଭଳି କରିପାରିବେନି। ମୁସଲିମ୍ ପର୍ସନାଲ ଲ ଅନୁସାରେ, ଯଦି ପୈତୃକ ସମ୍ପତ୍ତି ବଣ୍ଟାଯାଏ ତେବେ ପୁଅକୁ ଝିଅ ତୁଳନାରେ ଦୁଇଗୁଣା ମିଳିଥାଏ। ପରିବାର ଗୋଟିଏ ପୁଅ ଓ ଗୋଟିଏ ଝିଅ। ସମ୍ପତ୍ତି ବଣ୍ଟାଗଲେ ପୁଅକୁ ୬୬% ମିଳିବ ଏବଂ ଝିଅକୁ ୩୩% ମିଳିବ। ଏହି କାରଣରୁ ମହିଳା ଜଣକ ନିଜ ସମ୍ପତ୍ତିକୁ ଝିଅ ନାଁରେ କରିପାରୁ ନାହାନ୍ତି। କାରଣ ମୁସଲିମ୍ ପର୍ସନାଲ ଲ’ ଅନୁସାରେ, ପୁଅର  ଦୁଇ ତୃତୀୟାଶଂ ସମ୍ପତ୍ତି ଉପରେ ଅଧିକାର ରହିଛି। 

ମହିଳାଙ୍କ କହିବା ଅନୁସାରେ, ତାଙ୍କୁ ଶରିୟତ ଆଇନରେ ବିଶ୍ବାସ ନାହିଁ। ତେଣୁ  ସେ ଚାହୁଁଛନ୍ତି ଏହା ଉପରେ ଉତ୍ତରାଧିକାରୀ ଆଇନ ଲାଗୁ ହେବ। ଏବେ କୋର୍ଟ ଏହା ଉପରେ କେନ୍ଦ୍ର ସରକାରଙ୍କ ରାୟ ମାଗିଛି। ଏକ୍ସ ମୁସଲିମ୍ ଅଫ୍ କେରଳର ମହାସଚିବ ଓ ଅଲ୍ଲାପୁଝାରେ ରହୁଥିବା ସାଫିୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଆବେଦନ ଦାଖଲ କରିଛନ୍ତି। ଏହା ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। କେନ୍ଦ୍ରରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ଆବେଦନକାରୀ ମହିଳାଙ୍କ ଜନ୍ମରୁ ମୁସଲମାନ। ଏବେ ତାଙ୍କର କହିବା ଅନୁସାରେ ସେ ଶରିୟତରେ ବିଶ୍ବାସ କରନ୍ତି ନାହିଁ। ତାଙ୍କୁ ଲାଗୁଛି ଏହା ପଛଆ ଆଇନ। ମେହେତା ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟରେ ତିନି ସପ୍ତାହର ସମୟ ମାଗିଛନ୍ତି। ଖଣ୍ଡପୀଠ ତାଙ୍କୁ ୪ ସପ୍ତାହ ସମୟ ଦେବା ସହ କହିଛନ୍ତି। ମାମଲା ଆଗାମୀ ଶୁଣାଣି ୫ ମଇରୁ ଆରମ୍ଭ ହେଉଥିବା ସପ୍ତାହରୁ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.