ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟ ପୂଜା

Published By : Suraj Kumar | January 9, 2025 4:15 PM

 କୋଣାର୍କ,୯।୧(ଆପ୍ର) : କୋଣାର୍କ ସୁରକ୍ଷା ସମିତି,ବିଶ୍ବ ହିନ୍ଦୁ ପରିଷଦ,ସୌରମହାଯଜ୍ଞ ପରିଚାଳନା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ପରିକ୍ରମା ଓ ଜଗମୋହନରେ ସୂର୍ଯ୍ୟ ପୂଜା କରାଯାଇଛି। ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସ୍ନାନ ସାରି ଶ୍ରଦ୍ଧାଳୁମାନେ ସୂର୍ଯ୍ୟପୂଜା କରିଥିଲେ । 

କୋଣାର୍କ ଜଗନ୍ନାଥ ମନ୍ଦିର ପରିସର ସୌରମହାଯଜ୍ଞ ପୀଠରୁ ଶତାଧିକ ଶ୍ରଦ୍ଧାଳୁ ଏକ ବିରାଟ ପଟୁଆରରେ ଘଣ୍ଟ ମର୍ଦ୍ଦଳ ଓ ସଂକୀର୍ତନ ଦଳ ସହିତ ଶୋଭାଯାତ୍ରାରେ ବାହାରି ସୂର୍ଯ୍ୟମନ୍ଦିରରେ ପହଞ୍ଚିଥିଲେ। ସୂର୍ଯ୍ୟମନ୍ଦିର ପରିକ୍ରମା କରିବା ପରେ ଜଗମୋହନ ଦ୍ବାରରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ତ୍ରିଦିବସୀୟ ସୌରମହାଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇଛି। ଶାମ୍ବଦଶମୀ ଅବସରରେ କୋଣାର୍କରେ ସାଧୁସନ୍ଥମାନଙ୍କ ସମାଗମ ହୋଇଥିଲା। ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିଥିବାରୁ ଦିନତମାମ ପର୍ଯ୍ୟଟକମାନଙ୍କ ଭିଡ ଜମିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.