ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସେପ୍ଟେମ୍ବର ୭ରୁ ୧୬ ବୁଲିବ "ସୁଭଦ୍ରା' ସଚେତନତା ରଥ, ୧୭ରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ

ଭୁବନେଶ୍ୱର,୦୬/୦୯: ‘ସୁଭଦ୍ରା’ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ  କରାଇବାକୁ ଆସନ୍ତା ୭ରୁ ୧୬ ତାରିଖ  ପର୍ଯ୍ୟନ୍ତ ବୁଲିବ ସଚେତନତା ରଥ ।  ଗୁରୁବାର ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ  ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି । 

ଆସନ୍ତା  ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର  ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନର  ଶୁଭାରମ୍ଭ ହେବ । ତେଣୁ ତା’ର ପ୍ରସ୍ତୁତି  ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ  ଆଲୋଚନା କରିଛନ୍ତି ଶ୍ରୀ ଆହୁଜା ।  କିସ୍ତି ପ୍ରଦାନ ଶୁଭାରମ୍ଭର ସିଧା  ପ୍ରସାରଣ ସହ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା,  ପୌରାଞ୍ଚଳ, ମହାନଗର ନିଗମ ସ୍ତରରେ  ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ  ଆଲୋଚନା କରାଯାଇଥିଲା । ଏଥି ସହ  ‘ସୁଭଦ୍ରା’ ସମ୍ପର୍କିତ ସୂଚନା, ଶିକ୍ଷା ଓ  ଯୋଗାଯୋଗ(ଆଇଇସି) ଉପରେ  ଗୁରୁତ୍ୱ ଦିଆଯାଇଥିଲା ।  

ସଚେତନତା ରଥ କେଉଁ  ରାସ୍ତାରେ ଯିବ, ତାହାର ନକ୍ସା ଅଞ୍ଚଳର  ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ  ଜଣାଯିବ । ପ୍ରତି ରଥ ବା ଭ୍ୟାନ୍‌ ସହ  ଜଣେ ଜଣେ ନୋଡାଲ୍‌ ଅଧିକାରୀ  ଦାୟିତ୍ୱରେ ରହିବେ । ସବୁ କମନ୍‌  ସର୍ଭିସ୍‌ ସେଣ୍ଟର ଏବଂ ମୋ ସେବା  କେନ୍ଦ୍ରରେ ସୂଚନା ପ୍ରଚାର ପତ୍ର ଉପଲବ୍ଧ  ହେବା ସହିତ ପୋଷ୍ଟର, ବ୍ୟାନର  ଲଗାଯିବ । ଏଥିପାଇଁ ଜିଲ୍ଲାପାଳଙ୍କୁ  ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏଥିସହ ଫର୍ମ ବିତରଣ, ପଞ୍ଜୀକରଣ ଓ  ସଂଗ୍ରହ ଏବଂ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌  ଉପରେ ସମୀକ୍ଷା କରାଯାଇଥିଲା ।  ସଂଗୃହୀତ ଫର୍ମ ଗ୍ରାମ ପଞ୍ଚାୟତୱାରୀ  ଅଲଗା ଅଲଗା କରାଯାଇ ଶିଶୁ ବିକାଶ  ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ  ଅନ୍ୟାଦେଶ ପର୍ଯ୍ୟନ୍ତ ରହିବ । ଅଦ୍ୟାବଧି ରାଜ୍ୟରେ ପ୍ରାୟ ୪୦ ହଜାର କମନ୍‌  ସର୍ଭିସ୍‌ ସେଣ୍ଟର ଏବଂ ମୋ ସେବା  କେନ୍ଦ୍ରରେ ଶିବିର କରାଯାଇ ତଦାରଖ  ସହ ଫର୍ମ ସଂଗ୍ରହ କରାଯାଉଛି ।  ସୋସିଆଲ୍‌ ମିଡିଆରେ କିଛି ନକଲି  ୱେବ୍‌ସାଇଟ୍‌ କରି ହିତାଧିକାରୀଙ୍କୁ  ଭ୍ରମିତ କରୁଥିଲେ କାର୍ଯ୍ୟାନୁଷ୍ଠାନ  ନେବାକୁ ନିର୍ଦ୍ଦେଶ ହୋଇଛି ।  

ଏହାଛଡ଼ା "ସ୍ୱଚ୍ଛତା ହିଁ ସେବା' ପକ୍ଷ  ଆସନ୍ତା ୧୭ରୁ ଅକ୍ଟୋବର ୧ ତାରିଖ  ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅକ୍ଟୋବର  ୨ରେ "ସ୍ୱଚ୍ଛ ଭାରତ ଦିବସ' ଉପଲକ୍ଷେ  ଏହା ‘ସ୍ୱାଭିମାନ ସ୍ୱଚ୍ଛତା- ସଂସ୍କାର  ସ୍ୱଚ୍ଛତା' ଥିମ୍‌ ଉପରେ ପର୍ଯ୍ୟବସିତ  ହେବ ବୋଲି ଗୃହ ନିର୍ମାଣ ଓ ନଗର  ଉନ୍ନୟନ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଥିଲା ।  

ଏସବୁ ସମ୍ପର୍କରେ ରାଜସ୍ୱ ଆୟୁକ୍ତ,  ଜିଲ୍ଲାପାଳ ଏବଂ ସମସ୍ତ ମହାନଗର  ନିଗମର କମିଶନରଙ୍କ ସହିତ ମୁଖ୍ୟ  ଶାସନ ସଚିବ ଆଭାସୀ ବୈଠକ  କରିଥିଲେ । ଲୋକସେବା ଭବନରେ  ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ  କମିଶନର ଅନୁ ଗର୍ଗ, ସମ୍ପୃକ୍ତ  ବିଭାଗର କମିଶନର ଓ ସଚିବ,  ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ  ଉପସ୍ଥିତ ଥିଲେ । ଆଇଟି ସଚିବ ମଧ୍ୟ  ଆଭାସୀରେ ଯୋଡ଼ି ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.