ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଦିଲ୍ଲୀରେ ପ୍ରବଳ ଝଡ଼ ବର୍ଷା , IMDର ଅରେଞ୍ଜ ୱାର୍ଣ୍ଣିଂ : ଏୟାରପୋର୍ଟରେ ୧୫ ବିମାନକୁ କରାଗଲା ଡାଇଭର୍ଟ

Published By : Prameya | April 11, 2025 9:13 PM

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍‌ ପାଣିପାଗର ପରିବର୍ତ୍ତନ ଘଟିବାର , ଏହାର ପ୍ରଭାବ ମାଟିରୁ ଆକାଶ ଯାଏ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳରେ ପ୍ରଥମେ ପ୍ରବଳ ଝଡ଼ ତୋଫାନ ଏବଂ ପରେ ଖୁବ୍‌ ବର୍ଷା ଆରମ୍ଭ ହୋଇ ଯାଇଛି। ଝଡ଼ ତୋଫାନ ଯୋଗୁଁ ଗୋଟେପଟେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ଖସି ପଡ଼ିଥିବା ବେଳେ ଅନ୍ୟପଟେ ପାଣିପାଗର ପ୍ରଭାବ ଉଡ଼ାଣ ଉପରେ ମଧ୍ୟ ପଡ଼ିଛି। ଏହି କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ୧୫ରୁ ଅଧିକ ବିମାନ ଡାଇଭର୍ଟ କରିଦିଆ ଯାଇଛି।

ସୂଚନା ମୁତାବିକ , ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟ ( ଆଇଜିଆଇଏ)ରେ ୧୫ରୁ ଅଧିକ ଉଡ଼ାଣକୁ ଡାଇଭର୍ଟ କରାଯାଇଛି। ବିମାନ ବନ୍ଦରର ଅପରେଟର DIAL ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କହିଛି , ଦିଲ୍ଲୀ ରେ ଖରାପ ପାଣିପାଗର କାରଣରୁ , ଦିଲ୍ଲୀ ଏୟାରପୋର୍ଟରେ କିଛି ବିମାନ ପ୍ରଭାବିତ ହୋଇଛି। ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି କି, ସେମାନେ ଉଡ଼ାଣ ସଂପର୍କିତ ନୂଆ ଅପଡେଟ୍‌ ପାଇଁ ନିଜର ସମ୍ୱନ୍ଧିତ ଏୟାରଲାଇନ୍‌ ଗୁଡ଼ିକ ସହ ସଂପର୍କ କରନ୍ତୁ। 

ଇଣ୍ଡିଗୋ କହିଛି ଯେ, ଦିଲ୍ଲୀ ଓ ଜୟପୁରରେ ଧୂଳି ଝଡ଼ ହେଉଛି, ଯେଉଁଥିରେ ଉଡାଣ ଓ ଅବତରଣ ପ୍ରଭାବିତ ହେଉଛି ଏବଂ ସମ୍ଭାବ୍ୟ ଭାବେ ବିମାନ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଅପରେଟର ପୋଷ୍ଟରେ କହିଛି କି ଏଥିରେ ବିଳମ୍ୱ ବା ପରିବର୍ତ୍ତନ( ଡାଇଭର୍ଜନ) ହୋଇପାରେ।

ଆଜି ପ୍ରବଳ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଥିଲା। ଏହାସହ ଏକ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଖରାପ ପାଗ ଯୋଗୁଁ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.