ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମେଷ ରାଶିରେ ପ୍ରବେଶ କରିବେ ମଙ୍ଗଳ,୪୧ ଦିନ ପର୍ଯ୍ୟନ୍ତ ଏହି ରାଶି ମାଲାମାଲ୍

Published By : Anindita | May 21, 2024 2:04 PM

ଗ୍ରହଙ୍କ ସେନାପତି ମଙ୍ଗଳ ଖୁବଶୀଘ୍ର ମେଷ ରାଶିରେ ଗୋଚର କରିବାକୁ ଯାଉଛନ୍ତି।  ମେଷ ରାଶିଙ୍କ ସ୍ବାମୀ ଗ୍ରହ ମଙ୍ଗଳ ଅଟନ୍ତି। ତେଣୁ ମେଷ ରାଶିରେ ମଙ୍ଗଳ ଗ୍ରହର ପ୍ରବେଶ ବେଶ ଭଲ ରହିବ। ବର୍ତ୍ତମାନ ମଙ୍ଗଳ ମୀନ ରାଶିରେ ଅଛନ୍ତି ହେଲେ ଜୁନ ୧ରୁ ସେ ମେଷ ରାଶିରେ ପ୍ରବେଶ କରି ଆସନ୍ତା ଜୁଲାଇ ମାସ ୧୨ ତାରିଖ ଯାଏଁ ରହିବେ । ତେବେ ୪୧ ଦିନ ଧରି ମଙ୍ଗଳଙ୍କ ଗୋଚର ପ୍ରଭାବ କିଛି ରାଶି ପାଇଁ ବେଶ ଲାଭଦାୟକ ରହିବ । 

ମେଷ ରାଶି:ମଙ୍ଗଳ ଗ୍ରହ ନିଜ ରାଶି ମେଷରେ ପ୍ରବେଶ କରିବା ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଭଲ ସମୟ ଆରମ୍ଭ ହେବ।ବ୍ୟବସାୟୀଙ୍କ ଶୁଭଫଳ ମିଳିବ। ଅଫିସରେ ଆପଙ୍କର ପ୍ରଶଂସା ହେବ। ଶରୀର ସୁସ୍ଥ ରହିବ । ପରିବାରର ସହଯୋଗ ମିଳିବ। ଘରେ ସୁଖ ଶାନ୍ତି ବଜାୟ ରହିବ। 

ଧନୁ ରାଶି: ଧନୁ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ବେଶ ଭଲ ଅଟେ। ଧନପ୍ରାପ୍ତିର ସୁଯୋଗ ରହିଛି।ଅର୍ଥାଭାବ ଦୂର ହେବ।କୌଣସି କାମରେ ବିଦେଶ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ପରିବାରରେ ଖୁସି ଦେଖାଦେବ। 

ମୀନ ରାଶି: ମଙ୍ଗଳଙ୍କ ଗୋଚର ଯୋଗୁଁ ମୀନ ରାଶିର ବ୍ୟକ୍ତିମାନଙ୍କ ଶୁଭଫଳ ମିଳିବ। ଯାହାଫଳରେ ଆପଣଙ୍କୁ ପଜିଟିଭ ଏନର୍ଜି ମିଳିବି।ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।ବ୍ୟକ୍ତିଗତ ଜୀବନ ଭଲରେ ଚାଲିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.