ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପଞ୍ଚମ ଚନ୍ଦ୍ର ଯୋଗୁ ଏହି ରାଶିର ବ୍ୟକ୍ତିଙ୍କ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ

ମେଷ : ନବମ ଓ ଦଶମ ଚନ୍ଦ୍ର ଭୋଗ ହେଉଥିବାରୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଗୁରୁତ୍ୱ ଦେବେ । କର୍ମ ପ୍ରତି ଏକାଗ୍ରତା, ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ ଅଟକିଥିବା କାମ, ଗୃହକର୍ମ ଓ ବନ୍ଦ ହୋଇଥିବା କାମ ସଫଳତାର ସହ ସମ୍ପାଦନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଦେହ ମନ ସୁସ୍ଥ ରହିବ । ଘାତବାରର ପ୍ରଭାବ ରହିବ ନାହିଁ । ଯେଉଁମାନଙ୍କର କୃତ୍ତିକା ମେଷ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଧଳା, ସଂଖ୍ୟା : ୩, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ବୃଷ : ସକାଳ ୭ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ଯୋଗୁ ଏବଂ ଶୁକ୍ଳପକ୍ଷ ଅପରାହ୍ଣ ୩ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ରହୁଥବାରୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ମିଳିବ ଏବଂ ମନରେ ଉନ୍ନତ ଚିନ୍ତାଧାରା ପ୍ରକାଶ ପାଇବ । ଅପରାହ୍ଣ ୩ଟା ୪୭ ମିନିଟ୍‌ ପରେ କୃଷ୍ଣପକ୍ଷ ଭୋଗ ହେଉଥିବାରୁ ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଓ କର୍ମରେ ବାଧା ଦେଖାଦେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ସିଲଭର, ସଂଖ୍ୟା : ୨, ଆରାଧନା : ମା’ କମଳା ।

ମିଥୁନ : ଅପରାହ୍ଣ ୩ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଶାଜନକ ସଫଳତା ମିଳିବ । ଏହା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ କର୍ମରେ ଓ ବ୍ୟବସାୟରେ ଅଶୁଭଫଳ ମିଳିବ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ମେରୁନ୍‌, ସଂଖ୍ୟା : ୪, ଆରାଧନା: ଭଗବାନ ବିଷ୍ଣୁ ।

କର୍କଟ : ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ  କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ: ଲାଲ୍‌, ସଂଖ୍ୟା: ୫, ଆରାଧନା : ମା’ ଭୁବନେଶ୍ୱରୀ ।

ସିଂହ : ପଞ୍ଚମ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିବ । ଅପରାହ୍ଣ ୩ଟା ୪୭ ମିନିଟ୍‌ ପରେ ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ଧଳା, ସଂଖ୍ୟା : ୧୧, ଆରାଧନା: ପ୍ରଭୁ ଗଜାନନ ।

କନ୍ୟା : ଚତୁର୍ଥ ଓ ପଞ୍ଚମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଅପରାହ୍ଣ ୩ଟା ୪୭ ମିନିଟ୍‌ ପରେ କୃଷ୍ଣପକ୍ଷ ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହ କଥାବାର୍ତ୍ତା ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା : ମା’ ଛିନ୍ନମସ୍ତା ।

ତୁଳା :  ସକାଳ ୭ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ଏବଂ ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ଓ ଅପରାହ୍ଣ ୩ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ଶୁକ୍ଳପକ୍ଷ ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଆର୍ଥିକ ଠକାମିରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖାଦେବ । ଅପରାହ୍ଣ ୩ଟା ୪୭ ମିନିଟ୍‌ ପରେ କୃଷ୍ଣପକ୍ଷ ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୬, ଆରାଧନା : ମା’ ସମଲେଶ୍ୱରୀ ।

ବିଛା :   ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ରବିବାର ଯୋଗୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ଅସମାପ୍ତ କାମକୁ ସମ୍ପୂର୍ଣ୍ଣ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ଉପକୃତ ହେବେ ।  

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା :  ମା’ ଚଣ୍ଡୀ ।

ଧନୁ: ଶ୍ରୀଚନ୍ଦ୍ର ଏବଂ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସହ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଅପରାହ୍ଣ ୩ଟା ୪୭ ମିନିଟ୍‌ ପରେ କୃଷ୍ଣପକ୍ଷ ଯୋଗୁ ସମସ୍ତ କର୍ମରେ, ବ୍ୟବସାୟରେ ଅଶୁଭଫଳ ମିଳିବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୨, ଆରାଧନା : ମା’ ଧୂମାବତୀ ।

ମକର: ଦ୍ୱାଦଶ ଚନ୍ଦ୍ର ସକାଳ ୭ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବାରୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ କିଛି ଅଶୁଭଫଳ ମିଳିବ । ଏହା ପରେ ଶ୍ରୀଚନ୍ଦ୍ର ଯୋଗୁ ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ମାନ, ସମ୍ମାନ, ଲକ୍ଷ୍ମୀଙ୍କର କୃପା, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ସୁଫଳ ପାଇବେ ।   

ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା :  ମା’ ବିମଳା ।

କୁମ୍ଭ : ସକାଳ ୭ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ସମସ୍ତ କର୍ମରେ ଅଯଥା ବିଳମ୍ବ, ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅପରାହ୍ଣ ୩ଟା ୪୭ ମିନିଟ୍‌ ପରେ କୃଷ୍ଣପକ୍ଷ ଭୋଗ ହେଉଥିବାରୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ ।  

ଶୁଭ ରଙ୍ଗ : ମାଟିଆ, ସଂଖ୍ୟା : ୩, ଆରାଧନା :ମା’ ଭୈରବୀ ।

ମୀନ : ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା ଓ ଉଚ୍ଚ ପଦବୀ ମିଳିବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ତାରା ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ  

ଯୋଗାଯୋଗ : ୯୪୩୭୧୩୩୪୭୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.