ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ, ଶନିଙ୍କର ବକ୍ର ଚଳନରୁ ମିଳିବ ମୁକ୍ତି...

ଭୁବନେଶ୍ୱର: ଆସୁଛି ପବିତ୍ର ଶ୍ରାବଣ ମାସ। ଭଗବାନ ଶିବଙ୍କର ଏହା ପ୍ରିୟ ମାସ । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ତାରିଖରେ ଶେଷ ହେବ । ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଏବଂ ଶନିବାର ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏଥର ଶ୍ରାବଣ ମାସରେ ୫ଟି ସୋମବାର ଏବଂ ୪ଟି ଶନିବାର ରହିଛି। ଏହି ମାସରେ ଆପଣ ଶିବଙ୍କୁ ପ୍ରସନ୍ନ କରିବା ସହ ଶନି ଦେବଙ୍କୁ ମଧ୍ୟ ପ୍ରସନ୍ନ କରି ପାରିବେ। ଯେଉଁମାନେ ଶ୍ରାବଣ ମାସରେ ଶନିଙ୍କର ଉପାସନା କରିଥାନ୍ତି, ତାଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ। ଏଥି ସହିତ ଶନି ମହାଦଶାର ପ୍ରକୋପ ମଧ୍ୟ କମ୍ ହୋଇଥାଏ । ବର୍ତ୍ତମାନ ଶନିଙ୍କର ବକ୍ରଚଳନ ସମୟ ଚାଲିଛି। ଏହା ଲୋକଙ୍କର ଚିନ୍ତାର କାରଣ ପାଲଟିଛି। ଯଦି ଆପଣ ଶନିଙ୍କର ବକ୍ର ଚଳନର ଶିକାର ହୋଇଛନ୍ତି, ତେବେ ଆପଣାନ୍ତୁ ଏହି ସବୁ ଉପାୟ। 

ଶିବ-ଶନି ପୂଜା-

ଶ୍ରାବଣ ମାସର ଶନିବାରରେ ଭଗବାନ ଶିବଙ୍କ ଉପରେ କଞ୍ଚାକ୍ଷୀର ଚଢାନ୍ତୁ ଏବଂ ରାଶି ତେଲରେ ପ୍ରସ୍ତୁତ ପରଠା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଶିବ ପ୍ରସନ୍ନ ହେବା ସହ ଶନିଙ୍କର କୃପା ମଧ୍ୟ ମିଳିଥାଏ। ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ସମସ୍ତ କାମ ସମ୍ପର୍ଣ୍ଣ ହୋଇଥାଏ ।

ହନୁମାନ ହେବେ ସାହା-  

ଶ୍ରାବଣ ମାସର ପ୍ରତ୍ୟେକ ମଙ୍ଗଳବାରରେ ଶିବଙ୍କର ପୂଜା କରିବା ପରେ ହନୁମାନଙ୍କୁ ବସ୍ତ୍ର ଚଢାନ୍ତୁ । ପରେ ଚଣା ଭୋଗ କରି ୭ ଥର ହନୁମାନ ଚାଳିସା ପାଠ କରନ୍ତୁ । ଏପରି କରିବା ଦ୍ୱାରା ଶନିଙ୍କର ବକ୍ରଚଳନ ସଂକଟରୁ ମୁକ୍ତି ମିଳିବା ସହ କୁପ୍ରଭାବରୁ ମଧ୍ୟ ରକ୍ଷା ମିଳିଥାଏ । 

କଳା ବସ୍ତୁର ବ୍ୟବହାର କରନ୍ତୁ-

ଶନିଙ୍କର ବକ୍ର ଚଳନ କାରଣରୁ ଚାକିରୀରେ ବାଧା ଉତ୍ପର୍ଣ୍ଣ ହୋଇଥାଏ । ଏଥିପାଇଁ ଶ୍ରାବଣ ମାସରେ ଶନିଦେବଙ୍କ ପାଖରେ ସୋରିଷ ତେଲରେ ପ୍ରସ୍ତୁତ ଦୀପ ଜଳାନ୍ତୁ । ସେଥିରେ କଳା ବିରି, କଳା ରାଶି ଏବଂ ଏକ ଲୁହା କଣ୍ଟା ପକାନ୍ତୁ। ଏହା ପରେ “ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନୈଶ୍ଚରାୟ ନମଃ” ମନ୍ତ୍ରର ୧୦୮ ଥର ଜପ କରନ୍ତୁ । ଏହା ଦ୍ୱାରା ଶନିଙ୍କର ଅଶୁଭ ପ୍ରଭାବ ଶେଷ ହେବା ସହ ଜୀବନ ସୁଖମୟ ହୋଇଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.