ନୀଳଗିରି,୮/୬ : ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ସ୍ୱତନ୍ତ୍ର ଭାବେ ରାଜଧାନୀ ଭୁବନେଶ୍ବର ସ୍ଥିତ ରାଜ ଭବନଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ରାଜ୍ୟପାଳ ଆର. ସି. ଏସ ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତସାମନ୍ତ, କମିଶନର ଯୋଗଦେଇ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି ଆନ୍ତର୍ଜାତିକ ସମବାୟ ସମାରୋହରେ ପ୍ରତି ଜିଲ୍ଲାରୁ ୨ଟି ଲେଖାଁଏ ସମିତିକୁ ନିମନ୍ତ୍ରଣ କରାଯାଇଥିଲା। ଉକ୍ତ ସମାରୋହରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ଶ୍ୟାମ ସୁନ୍ଦରପୁର ପ୍ରାଥମିକ କୃଷି ସମିତିକୁ ନିମନ୍ତ୍ରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମନୋରଞ୍ଜନ ଦାସଙ୍କୁ ରାଜ୍ୟପାଳ ମାନପତ୍ର ଓ ବ୍ୟାଚ ଦେଇ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଦାସଙ୍କ ସହ ସମିତି ସଭ୍ୟ ପୁରସ୍ତମ୍ଭ ସେଠୀ, ସମିତିର ସମ୍ପାଦକ ଗଦାଧର ପାତ୍ର, ନୀଳଗିରି ଏଆରସିଏସ କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ବିଭୂତି ଭୂଷଣ ବାରିକ ପ୍ରମୁଖ ସମାରୋହରେ ଯୋଗ ଦେଇଥିବା ଜଣାପଡ଼ିଛି ।