ନବରଙ୍ଗପୁର ୦୯।୬: ନବରଙ୍ଗପୁର ସହର ମହାରାଣୀ କ୍ଳବ ଜମିରେ ଥିବା ଷ୍ଟଲ ଗୁଡିକୁ ଉଚ୍ଛେଦ ପାଇଁ କ୍ଳବ୍ ପକ୍ଷରୁ ଜେସିବି ଆଣି ଭାଙ୍ଗିବାକୁ ଉଦ୍ୟମ କରିଥିବା ଵେଳେ ଏହାକୁ ବିରୋଧ କରି ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ କିଛି ଦୋକାନୀ। ଦୀର୍ଘ ବର୍ଷ ଧରି ୧୩ ଜଣ ଦୋକାନୀ କ୍ଳବକୁ ଭଡ଼ା ଦେଇ ଦୋକନା କରି ଆସୁଛନ୍ତି। ତେବେ କ୍ଲବ ପକ୍ଷରୁ ସେମାନଙ୍କୁ ଉଚ୍ଛେଦ ପାଇଁ କୁହାଯାଇଥିଲା। ଏନେଇ ୧୩ ଜଣ ଦୋକାନୀ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିଲେ ମଧ୍ୟ ଜୋବରଦସ୍ତି କ୍ଳବ୍ ପକ୍ଷରୁ ସୋମବାର ଉଚ୍ଛେଦ କରିବାକୁ ଉଦ୍ୟମ ହୋଇଥିଲା। ଆଉ ଏହାକୁ ପ୍ରତିବାଦ କରି ଦୋକାନୀ ଓ ସ୍ଥାନୀୟ ଲୋକେ ସରକାରୀ ବସ ଷ୍ଟାଣ୍ଡ ଛକରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଧାରଣାରେ ବସି ରାସ୍ତାରୋକ କରିଥିଲେ। ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ଏହି ରାସ୍ତାରୋକ ହଟିଥିଲା। ତେବେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି ।

ଡିଏମକେକୁ କ୍ଷମତାଚ୍ୟୁତ କରିବେ ତାମିଲନାଡୁ ଲୋକେ, ଷ୍...