ବିଞ୍ଝାରପୁର ୦୯/୬: ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରାଉତରା ଗ୍ରାମରେ ବଜ୍ରାଘାତରେ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ଟଙ୍କା ମିଳିବ ବୋଲି ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି । ସୂଚନା ମୁତାବକ ସୋମବାର ଅପରାହ୍ନ ଦିବା ୩ ଘଟିକା ସମୟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଗ୍ରାମ ନିକଟରେ ଥିବା ଏକ କିର୍ତ୍ତିନ ମଣ୍ଡପ ନିକଟରେ କିଛି ବଳଦ ଓ ଗାଈ ଚରୁଥିବା ବେଳେ ବର୍ଷା ଯୋଗୁଁ ସେମାନେ ନିକଟସ୍ଥ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ତେବେ ହଠାତ ବଜ୍ରପାତ ହେବା ଫଳରେ ଗଛ ମୂଳରେ ଥିବା ଗୋରୁ ଗୁଡିକ ସଂଜ୍ଞାହୀନ ହୋଇ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଚନ୍ଦ୍ରମୁହଁ ପଞ୍ଚାୟତର ସରପଞ୍ଚ ମାନସ ରଂଜନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।
ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଂଞ୍ଜିତା କୁମାରୀ ଦାସ ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରିବା ସହ ତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ବିଭାଗ ଏବଂ ତହସିଲ କାର୍ଯ୍ୟାଳୟ ତରଫରୁ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ଟଙ୍କା ମିଳିବ ବୋଲି ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି । ସହାୟତା ରାଶି ସ୍ଥାନୀୟ ତହସିଲଦାର ପ୍ରଦାନ କରିବେ ବୋଲି ପ୍ରାଣୀ ବିଭାଗ ଅଧିକାରୀ ଶ୍ରୀ ରାଜ ନାରାୟଣ ବେହେରା କହିଛନ୍ତି ।