ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ରାସ୍ତାରୁ ପାଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ୍, ହଜିଲା ଜିନିଷ ଫେରାଇ ମାନବିକତା ଦେଖାଇଲେ ନରସିଂହପୁରର ପ୍ରଶାନ୍ତ

Published By : Rasmita Pradhan | June 9, 2025 12:15 PM

ନରସିଂହପୁର, ୯/୬ : ରାସ୍ତାରୁ ପାଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ମୋବାଇଲ୍। ହେଲେ ଏହାକୁ ନିଜ ପାଖରେ ନରଖି ହଜାଇଥିବା ଲୋକଙ୍କୁ ଫେରାଇ ଦେଲେ। ଏପରି କାମ କରି ମାନବିକତାର ପରିଚୟ ଦେଇଛନ୍ତି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ପ୍ରଶାନ୍ତ ମହାପାତ୍ର। ତାଙ୍କର ଏପରି ମହତ କାମ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। 

ସୂଚନାନୁଯାୟୀ, କଟକ ନରସିଂହପୁର ମୁଖ୍ୟ ରାସ୍ତାର ନରସିଂହପୁର ପଞ୍ଚମୁଖୀ ଛକ ନିକଟରୁ ପ୍ରଶାନ୍ତ ମହାପାତ୍ର ଗୋଟିଏ ବ୍ୟାଗ୍ ପାଇ ପ୍ରମେୟ ସାମ୍ବାଦିକ ଅଜୟ ପଣ୍ଡାଙ୍କୁ ଦେଇଥିଲେ। ସେଥିରେ ଗୋଟିଏ ମୋବାଇଲ ଫୋନ୍, ୧୭ଟି ପାଞ୍ଚ ଶହ ଟଙ୍କିଆ ଓ ୩୯ଟି ଦୁଇ ଶହ ଟଙ୍କିଆ ନୋଟ୍ ଥିଲା। ମୋଟ ୧୬ ହଜାର ୩୦୦ ଟଙ୍କା ସହିତ, ରୁପାର ଏକ ହନୁମାନ ମୂର୍ତ୍ତି ଥିଲା। ଏହାକୁ ଅଜୟ ପଣ୍ଡା ଫେସବୁକ୍‌ରେ ପୋଷ୍ଟ କରିବା ପରେ ମୋବାଇଲ୍ ଫୋନ୍ ଓ ଟଙ୍କା ରୋଜାଲିନ ମିଶ୍ରଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ରୋଜାଲିନଙ୍କୁ ତାଙ୍କର ଟଙ୍କା ଓ ବ୍ୟାଗ୍ ଫେରାଇ ଦିଆଯାଇଛି। ନିଃସ୍ଵାର୍ଥପର ଭାବେ ସଚ୍ଚୋଟତା ଦେଖାଇ ସବୁ ଫେରାଇ ଦେଇଥିବାରୁ ରୋଜାଲିନ୍ ପ୍ରଶାନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ପୂର୍ବରୁ ପ୍ରଶାନ୍ତ ମଧ୍ୟ ମାଣିଆବନ୍ଧରୁ ରୁପା ପାଉଁଜି ଓ ସ୍କୁଲ ବ୍ୟାଗ୍ ପାଇ ପ୍ରମେୟ ସାମ୍ବାଦିକ ଅଜୟ ପଣ୍ଡାଙ୍କୁ ଜଣାଇଥିଲେ। ଏହାକୁ ମଧ୍ୟ ଫେସବୁକରେ ପୋଷ୍ଟ କରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କର ହଜିଥିବା ରୁପା ପାଉଁଜି ଓ ସ୍କୁଲ ବ୍ୟାଗ୍ ଫେରି ପାଇଥିଲେ। ତେବେ ପ୍ରଶାନ୍ତଙ୍କ ସଚୋଟ୍ଟତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.