ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଦେବରାଜ ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ

Published By : Swapna Ray | June 9, 2025 12:16 PM

ବରଗଡ଼, ୯।୬: ପଞ୍ଚାୟତ କଲେଜ ଅଧ୍ୟାପକ କଲୋନୀ ପଛପଟୁ ମିଳିଥିବା ଅଧା ପୋତା ଶବ ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପୁଲିସ l ଦେବରାଜ ପାଣିଗ୍ରାହୀ ହତ୍ୟା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ମୃତକଙ୍କ ପଡ଼ାର ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର ଭୋଇ ଓ ରାକେଶ ବିଶାର ବୋଲି ଜଣାପଡ଼ିଛି । ପୂର୍ବ କଳହ ଓ ପ୍ରତିଶୋଧକୁ ନେଇ ହତ୍ୟା କରିଥିବା ଏନେଇ ସେମାନଙ୍କ ସ୍ୱୀକାରୋକ୍ତିରୁ ସ୍ପଷ୍ଟ ହୋଇଛି l ତେବେ ପୁଲିସ ସୋମବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରଏସନ କରିଛି । 

କହିରଖୁ କି, ଗତ ଶୁକ୍ରବାର ବିଳମ୍ବିତ ରାତିରେ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଣ୍ଡରିପଥର ପଞ୍ଚାୟତ କଲେଜ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦେବରାଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ବିଲରେ ଅଧା ପୋତି ଦେଇଥିଲେ ଅଭିଯୁକ୍ତ । ଶନିବାର ସକାଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିଲା । ତେବେ ଦେବରାଜଙ୍କ ପଡ଼ୋଶୀଙ୍କର ଏଭଳି କାରନାମା ଏବେ ହଇଚଇ ସୃଷ୍ଟି କରିଛି l

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.