ମଖାନା, ଯାହାକୁ ଫାକ୍ସ ନଟ୍ସ ବା ପଦ୍ମ ମଞ୍ଜି ମଧ୍ୟ କୁହାଯାଏ । ଏହା ଶରୀର ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟକର । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୂର, ଯେଉଁଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଓଜନ କମାଇବାରେ ସାହାଯ୍ୟ କରେ । ବ୍ଲଡପ୍ରେସର ଓ ବ୍ଲଡସୁଗାର ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ମଖାନା ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ ।
ଓଜନ ନିୟନ୍ତ୍ରଣ: ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ହେଲ୍ଦି ସ୍ନାକ୍ସ ମଖାନା । ମଖାନାରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଯଦି ଆପଣ ଭୋକିଲା ଅନୁଭବ କରୁଛନ୍ତି, ମଖାନା ଖାଇଲେ ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହୁଏ । ଯାହା ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
ବ୍ଲଡସୁଗାର ନିୟନ୍ତ୍ରଣ : ମଧୁମେହ ରୋଗୀଙ୍କ ପାଇଁ ମଖାନା ଅତ୍ୟନ୍ତ ଲାଭଦାୟକ । ଏହାକୁ ସେମାନେ ଜଳଖିଆ ଭାବେ ଖାଇପାରିବେ । ମଖାନାର ଗ୍ଲାଇସେମିକ ଇଣ୍ଡେକ୍ସ ଖୁବ୍ କମ୍, ଯାହା ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରେ ।
ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର: ମଖାନାରେ ଫ୍ଲାଭୋନଏଡ ଓ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା କ୍ଷତିକାରକ ଫ୍ରି ରାଡିକାଲ୍ସରୁ ଶରୀରକୁ ରକ୍ଷା କରେ । ଅକ୍ସିଡେଟିଭ ଷ୍ଟ୍ରେସ କମ୍ କରି ସେଲ୍ ଡ୍ୟାମେଜ ରୋକିଥାଏ ଏବଂ କ୍ରନିକ ରୋଗ ଆଶଙ୍କା କମାଇଥାଏ ।
ବ୍ଲଡପ୍ରେସର କଣ୍ଟ୍ରୋଲ: ମଖାନା ପୋଟାସିୟମ ଓ ମ୍ୟାଗ୍ନେସିୟମରେ ଭରପୁର ହୋଇଥିବାରୁ ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଏଥିରେ ସୋଡିୟମ ମାତ୍ରା କମ୍ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଦୁର୍ବଳତା ଦୂର କରେ: ମଖାନାରେ ଭରପୂର ମାତ୍ରାରେ ଆଇରନ ଥାଏ । ଯେଉଁମାନଙ୍କ ରକ୍ତହୀନତା ବା ଏନିମିଆ ସମସ୍ୟା ରହିଛି ଏବଂ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି ସେମାନେ ନିୟମିତ ମଖାନା ଖାଇଲେ ଫାଇଦା ମିଳିଥାଏ ।