ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ଦିନ ରାତି ସତେଜ ରହେ ଟଗର ଫୁଲ, ଜାଣନ୍ତୁ କାହିଁକି ଝାଉଁଳେନି କଣ କହୁଛି ବିଜ୍ଞାନ

Published By : Ankita S | December 22, 2024 11:46 AM

ନୂଆଦିଲ୍ଲୀ,୨୨/୧୨: ଫୁଲର ପ୍ରକୃତି ହେଉଛି ସକାଳୁ ଫୁଟିବ ସଂନ୍ଧ୍ୟାରେ ଝାଉଁଳିବ । ସବୁ ଫୁଲ ସକାଳ ସତେଜ ଦେଖାଯାଏ ସଂନ୍ଧ୍ୟା ହେବା ମାତ୍ର ଝାଉଁଳି ଯାଏ । ହେଲେ ଆପଣ ଜାଣିଛନ୍ତି କି ଟଗର ଫୁଲ କେବେ ବି ଝାଉଁଳେ ନାହିଁ । ତେବେ କାହିଁକି ଦିନ ରାତି ସତେଜ ରହେ ଏହି ଫୁଲ । କଣ କହୁଛି ବିଜ୍ଞାନ ଆସନ୍ତୁ ଜାଣିବା ।

ସାଧାରଣତଃ ଦେଖିବାକୁ ମିଳେ ଫୁଲ ସକାଳେ ଫୁଟି ଥାଏ ସଂନ୍ଧ୍ୟାରେ ଝଡିଯାଏ । ମାତ୍ର ଖୁବ କମ୍ ଫୁଲ ଏପରି ଦେଖିବାକୁ ମିଳେ ଯାହା ଦିନ ରାତି ଗଛରେ ସତେଜ ଥାଏ । ସେମିତି ଫୁଲ ହେଉଛି ଟଗର ବା ହ୍ବାଇଟ ଜାସମିନ୍ । ଏହି ଫୁଲ ଦିନ ରାତି ଗଛରେ ସତେଜ ରହିଥିବା ଦେଖିବାକୁ ମିଳେ । ବାକି ଫୁଲ ଝାଉଁଳଯାଏ ହେଲେ ଟଗର ଫୁଲ କାହିଁକି ଝାଉଁଳେ ନାହିଁ । ଏହା ପଛରେ ବୈଜ୍ଞାନିକ କାରଣ ରହିଛି ।

କଣ କହୁଛି ବିଜ୍ଞାନ- ଟଗର ଫୁଲ ଗଛରେ ଦିନ ରାତି ସତେଜ ରହିଥାଏ । କେବଳ ସୂର୍ଯ୍ୟ ନୁହେଁ ଜହ୍ନର କିରଣରେ ମଧ୍ୟ ଫୁଲ ସଜେତ ରହିଥାଏ । ରାତିରେ ଜହ୍ନ ଆଲୋକରେ ଫୁଲ ଫ୍ରେସ୍ ରହିଥାଏ । ଏହାକୁ ନୀଶନଲାଇଟ ଫୁଲ କୁହାଯାଏ । ଏହି ଫୁଲ ବିଭିନ୍ନ ପ୍ରକାର ଜୈବିକ ଏବଂ ପରିବେଶଜନିତ କାରଣ ଯୋଗଁ ପ୍ରଭାବିତ ହୋଇଥାଏ। ଫୁଲର ଲାଇଫ ସାଇକେଲ ରାତିରେ ଅନୁକୂଳ ହୋଇଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ତାପମାତ୍ର, ଆଦ୍ରତା ଏବଂ ଆଲୋକ ଉପରେ ନିର୍ଭର କରିଥାଏ। ରାତିରେ ସତେଜ ରହୁଥିବା ଫୁଲର ଉଦ୍ଦେଶ୍ୟ ପୋଲିନେସନ ।

ଟଗର ଫୁଲର ଔଷଧୀୟ ଗୁଣ- ଟଗର ଗଛର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଔଷଧ ତିଆରି ହେବାରେ ସାହାଯ୍ୟ କରେ । କାଛୁ କୁଣ୍ଡିଆ ପାଇଁ ତିଆରି ଔଷଧରେ ଏହାର ଚେର ଉପାଦେୟ ଅଟେ । ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ଉପକାରୀ ଅଟେ। ଏହାର ପତ୍ର କାଶ ଔଷଧ ତିଆରି ହୁଏ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.