ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସୋଫିଆ ରାଜ୍ୟର ପ୍ରଥମ ମୁସଲମାନ ମହିଳା ବିଧାୟିକ

ଭୁବନେଶ୍ୱର,୦୯/୦୬: କଂଗ୍ରେସର ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋଷ ରାଜ୍ୟର ମୁସଲମାନ ସମ୍ପ୍ରଦାୟରୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟିକା । ପୂର୍ବରୁ ରାଜ୍ୟରେ  ମୁସଲମାନ ସମ୍ପ୍ରଦାୟରୁ  କୌଣସି ମହିଳା ଓଡ଼ିଶାର  ବିଧାୟିକା ହୋଇ ନଥିଲେ। ସୋଫିଆ ବାରବାଟୀ-କଟକର ପୂର୍ବତନ ବିଧାୟକ  ମହମ୍ମଦ ମୋକିମଙ୍କ ଝିଅ ।  

ଚଳିତ ଥର ଆଇନଗତ ସମସ୍ୟା ଯୋଗୁଁ ତାଙ୍କ ବାପା ନିର୍ବାଚନ  ଲଢ଼ିନଥିଲେ । ହେଲେ ପୂର୍ବ ନିର୍ବାଚନଗୁଡ଼ିକରେ ସୋଫିଆ  ବାପାଙ୍କ ପାଇଁ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା ସହିତ  ସୋସିଆଲ୍‌ ମିଡିଆରେ ମଧ୍ୟ ପ୍ରଚାର କରୁଥିଲେ । ଗତ ଦିନରେ  ଲୋକଙ୍କ ସହ ରଖିଥିବା ଜନସମ୍ପର୍କ ଓ ଅନୁଭୂତି ତାଙ୍କୁ  ଜିତିବାରେ ସାହାଯ୍ୟ କରିଛି । ସେ ବିଜେପି ପ୍ରାର୍ଥୀ ତଥା ପ୍ରସିଦ୍ଧ  ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ  ୮ ହଜାର ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି । ବିଜେଡିରୁ  ଲଢ଼ୁଥିବା ପ୍ରକାଶ ଚନ୍ଦ୍ର ବେହେରା ତୃତୀୟ ସ୍ଥାନରେ ରହିଥିଲେ ।  

ସୋଫିଆଙ୍କର ବାପାଙ୍କ ଘର ଓ ଶ୍ୱଶୁର ଘର କଟକ ।  କଟକର ସେଣ୍ଟ ଯୋସେଫ୍‌ ବାଳିକା ଉଚ୍ଚ ବିଦ୍ୟାଳୟରୁ  ୨୦୦୭ରେ ସେ ଦଶମ ପାସ୍‌ କରିଥିଲେ । ପରେ ୨୦୦୯ରେ  ରେଭେନ୍ସା ଜୁନିୟର୍‌ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲେ ।  ସିଭିଲ୍‌ ଇଞ୍ଜିନିୟରିଂରେ ବିଟେକ୍‌ କରିବା ପରେ ବେଙ୍ଗାଲୁରୁସ୍ଥିତ  ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରୁ ଏମ୍‌ବିଏ  କରିଥିଲେ । ଏବେ ସେ ତାଙ୍କ ବାପାଙ୍କ କମ୍ପାନି ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶିକା ଅଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.