ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଛୋଟ ସହର ନିବେଶକଙ୍କ ମ୍ୟୁଚୁଆଲ ଫଣ୍ଡ ନିଶା, ଏପ୍ରିଲ-ଅଗଷ୍ଟରେ ଯୋଡ଼ି ହେଲେ ୧.୧୫ କୋଟି

ନୂଆଦିଲ୍ଲୀ ୦୭/୧୦: ଏବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ନେଇ  ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି ।  କେବଳ ଦେଶର ସହରାଞ୍ଚଳ ନୁହେଁ  ଛୋଟ ସହର ଗୁଡିକରୁ ମଧ୍ୟ ନିବେଶକ ଏ  କ୍ଷେତ୍ରରେ ବେଶ ସକ୍ରିୟତା ଦେଖାଉଛନ୍ତି ।  ପ୍ରତି ମାସ ଏହି ସଂଖ୍ୟାରେ ବୃଦ୍ଧି ହେଉଛି ।  ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ଅବଧିରେ  ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ସହ ୨.୩ କୋଟି  ନିବେଶକ ଯୋଡି ହୋଇଛନ୍ତି । ଏହା  ମଧ୍ୟରେ ଛୋଟ ସହରର ଅଂଶ ୫୦%  ରହିଥିବା ଜିରୋଧା ଫଣ୍ଡ ହାଉସ ପକ୍ଷରୁ  ସୂଚନା ମିଳିଛି । 

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ମୋଟ  ପରିଚାଳନା ସମ୍ପତ୍ତିକୁ ଦେଖିଲେ ଛୋଟ  ସହର ଗୁଡିକର ଅଂଶ ୧୯% ରହିଛି । ଏହାକୁ ଦେଖିଲେ ଏବେ ଏସବୁ ସହରରୁ ଅଧିକ ନିବେଶକ ମ୍ୟୁଚୁଆଲ ଫଣ୍ଡ ପ୍ରତି  ଆକୃଷ୍ଟ ହେଉଛନ୍ତି । ସେହିଭଳି ସହରାଞ୍ଚଳ  ତୁଳନାରେ ମଧ୍ୟ ହାରାହାରି ନିବେଶ ଅଧିକ ରହୁଛି । ଏସବୁ ଛୋଟ ସହର  ଗୁଡିକୁ ବି-୩୦ ସହର ଭାବେ ବିବେଚିତ କରାଯାଇଥିବା ଆସୋସିଏସନ ଅଫ୍‌  ମ୍ୟୁଚୁଆଲ ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ ପକ୍ଷରୁ  କୁହାଯାଇଛି । ୨୦୨୪ ଅଗଷ୍ଟ ସୁଦ୍ଧା ସମସ୍ତ  ଏସ୍‌ଆଇପି ଆକାଉଣ୍ଟ ମଧ୍ୟରୁ ଛୋଟ  ସହର ଗୁଡିକର ଆକାଉଣ୍ଟ ସଂଖ୍ୟା ରହିଛି  ୫୪% । ସରଳ ଭାବେ କହିବାରେ ଗଲେ  ଏସବୁ ସହର ଗୁଡିକରେ ବୃହତ୍ତ ସଂଖ୍ୟକ  ଏସ୍‌ଆଇପି ଆକାଉଣ୍ଟ ଖୋଲାଯାଉଛି ।  

ଚଳିତ ବର୍ଷ ଏପ୍ରିଲ ଅଗଷ୍ଟ ଅବଧିରେ  ଇଣ୍ଡେକ୍ସ ଫଣ୍ଡ କ୍ଷେତ୍ରରେ ଛୋଟ ସହରର  ଏସ୍‌ଆଇପି ଆକାଉଣ୍ଟ ଅଭିବୃଦ୍ଧି ହାର  ରହିଛି ୧୮.୭% । ଯାହା ଅନ୍ୟ ବର୍ଗର ଆକାଉଣ୍ଟ ତୁଳନାରେ ଅଧିକ । ଏହି  ସହର ଗୁଡିକର ୭୯% ଆକାଉଣ୍ଟ ଅଭିବୃଦ୍ଧି ଏବଂ ଇକ୍ୱିଟି ଭିତ୍ତିକ ସ୍କିମରେ ନିବେଶ ହେଉଥିବା ଜିରୋଧା ପକ୍ଷରୁ ପ୍ରକାଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.