ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗୋରା ହେବାପାଇଁ କରୁଛନ୍ତି କି ଫେୟାରନେସ୍ ଟ୍ରିଟମେଣ୍ଟ୍? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | March 23, 2025 2:47 PM

ଆଜିର ଦିନରେ କିଏ ବା ଗୋରା ହେବାକୁ ଚାହେଁନା ? ପୁଅ ହୁଅନ୍ତୁ କି ଝିଅ, ସମସ୍ତେ ସୁନ୍ଦର ଏବଂ ଗୋରା ଦେଖାଯିବାକୁ ଚାହାଁନ୍ତି। ଅଧିକାଂଶ ସ୍ଥାନରେ, ଗୋରା ରଙ୍ଗକୁ ସୌନ୍ଦର୍ଯ୍ୟର ଏକ ମାପକାଠି ଭାବରେ ବିବେଚନା କରାଯାଏ। ଏହି କାରଣରୁ ବଜାରରେ ଅନେକ ପ୍ରକାରର କ୍ରିମ୍ ଏବଂ ଚିକିତ୍ସା ଉପଲବ୍ଧ ହେଉଛି, ଯାହା ଆପଣଙ୍କୁ ତୁରନ୍ତ ଗୋରା କରିବାର ଦାବି କରିଥାଏ । ଅନେକ ଲୋକ ଗୋରା ହେବା ପାଇଁ ଚିକିତ୍ସାର ଆଶ୍ରୟ ମଧ୍ୟ ନେଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଚର୍ମର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ତେଣୁ ଚର୍ମକୁ ଚମକଦାର କରିବା ପାଇଁ ଚିକିତ୍ସା, ରାସାୟନିକ ପିଲ୍ସ ଏବଂ ଲେଜର ଥେରାପି ଅଧିକ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଏହି ଚିକିତ୍ସାଗୁଡ଼ିକ ଆପଣଙ୍କ ଚର୍ମ ଏବଂ ସ୍ୱାସ୍ଥ୍ୟକୁ କେତେ ବିପଦପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରେ ? ଆସନ୍ତୁ ଜାଣିବା ଫେୟାରନେସ୍ ଟ୍ରିଟମେଣ୍ଟ୍ କେତେ ବିପଦପୂର୍ଣ୍ଣ । 

ଫେୟାରନେସ୍ ଟ୍ରିଟମେଣ୍ଟ୍ କ'ଣ?

ଫେୟାରନେସ୍ ଟ୍ରିଟମେଣ୍ଟ୍‌ର ଉଦ୍ଦେଶ୍ୟ ହେଉଛି ଚର୍ମର ରଙ୍ଗକୁ ଗୋରା କରିବ ଏବଂ ତ୍ୱଚାରୁ ପିଗ୍‌ମେଣ୍ଟେସନ୍ କମାଇବା । ଏହି କାରଣରୁ କଳା ଚର୍ମ ଗୋରା ଦେଖାଯିବାକୁ ଲାଗିଥାଏ । ଏହି ଚିକିତ୍ସାଗୁଡ଼ିକ ଦାବି କରନ୍ତି ଯେ, ଏହା ଚର୍ମକୁ ଉଜ୍ଜ୍ୱଳ ଏବଂ ଗୋରା କରିଥାଏ । ଫେୟାରନେସ୍ ଟ୍ରିଟମେଣ୍ଟ୍‌ର ଅନେକ ପ୍ରକ୍ରିୟା ରହିଛି। 

ଫେୟାରନେସ୍ ଟ୍ରିଟମେଣ୍ଟ୍‌ ପ୍ରକ୍ରିୟା

ରାସାୟନିକ ପିଲ୍ - ଏଥିରେ ଚର୍ମର ଉପର ସ୍ତରକୁ ବାହାର କରିବା ପାଇଁ ଏସିଡ୍ ବ୍ୟବହାର କରାଯାଏ।

ଲେଜର୍‌ ଟ୍ରିଟମେଣ୍ଟ୍‌- ଚର୍ମର ମେଲାନିନ୍ ସ୍ତରକୁ ଦୂର କରିବା ପାଇଁ ଲେଜର ଟ୍ରିଟମେଣ୍ଟ୍‌ ବ୍ୟବହାର କରାଯାଇଥାଏ।

ବ୍ଲିଚିଂ ଏଜେଣ୍ଟ୍‌ - ଚର୍ମର ରଙ୍ଗକୁ ହାଲୁକା କରିବା ପାଇଁ ହାଇଡ୍ରୋକ୍ୱିନୋନ୍ ଏବଂ ଷ୍ଟେରଏଡ୍ ଯୁକ୍ତ କ୍ରିମ୍ ବ୍ୟବହାର କରାଯାଏ।

ମାଇକ୍ରୋଡର୍ମାବ୍ରାସନ୍‌- ଏହି ପ୍ରକ୍ରିୟା ଚର୍ମକୁ ଏକ୍ସଫୋଲିଏଟ୍ କରେ ଏବଂ ଏକ ନୂତନ ସ୍ତର ବାହାରକୁ ଆଣିଥାଏ।

ଫେୟାରନେସ୍ ଟ୍ରିଟମେଣ୍ଟ୍‌ର ବିପଦ

ଚର୍ମର ପ୍ରାକୃତିକ ସ୍ତର କ୍ଷତିଗ୍ରସ୍ତ ହୋଇପାରେ-

ଫେୟାରନେସ୍ ଟ୍ରିଟମେଣ୍ଟ୍‌ କରାଇବା ଆପଣଙ୍କ ତ୍ୱଚା ପ୍ରତି ବିପଦଜନକ ସାବ୍ୟସ୍ତ ହୋଇପାରେ । କାରଣ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ଏସିଡ୍ ଚର୍ମର ପ୍ରାକୃତିକ ମଇଶ୍ଚରାଇଜିଂ ତଥା ସୁରକ୍ଷା ସ୍ତରକୁ ଦୁର୍ବଳ କରିପାରେ । ଏହି କାରଣରୁ ଚର୍ମ ଅଧିକ ସମ୍ବେଦନଶୀଳ ହୋଇଯାଏ । ଯାହା ଫଳରେ ତ୍ୱଚା ସାମାନ୍ୟ ଖରା ସହି ପାରିନଥାଏ ।

କର୍କଟ ରୋଗର ଆଶଙ୍କା-

କିଛି ଫେୟାରନେସ୍ କ୍ରିମ୍‌ରେ ହାଇଡ୍ରୋକ୍ୱିନୋନ୍, ପାରଦ ଏବଂ ଷ୍ଟେରଏଡ୍ ଥାଏ । ଯାହା ନିରନ୍ତର ବ୍ୟବହାର କଲେ ଚର୍ମ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । WHO ଚେତାବନୀ ଦେଇ କହିଛି ଯେ, ଏପରି ରାସାୟନିକ ପଦାର୍ଥ ଦୀର୍ଘ ସମୟ ଧରି ବ୍ୟବହାର କଲେ ବିପଦଜନକ ହୋଇପାରେ।

ହରମୋନ ଅସନ୍ତୁଳନ-

ଷ୍ଟେରଏଡ୍ ଯୁକ୍ତ କ୍ରିମ୍‌ର ଦୀର୍ଘକାଳୀନ ବ୍ୟବହାର ଶରୀରରେ ହରମୋନ୍ ଅସନ୍ତୁଳନ ସୃଷ୍ଟି କରିପାର । ଯାହା ବ୍ରଣ, ଅନାବଶ୍ୟକ କେଶ ଏବଂ ଦ୍ରୁତ ଗତିରେ ଓଜନ ବୃଦ୍ଧି କରିବା ଭଳି ସମସ୍ୟା ସୃଷ୍ଟି କରିପାରେ।

ହାଇପରପିଗ୍‌ମେଣ୍ଟେସନ୍-

ଫେୟାରନେସ୍ ଚିକିତ୍ସା ଚର୍ମର ପ୍ରାକୃତିକ ରଙ୍ଗକୁ ପରିବର୍ତ୍ତନ କରିପାରେ । କିନ୍ତୁ ଏହା ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ । କିଛି ସ୍ଥାନରେ ହାଇପରପିଗ୍‌ମେଣ୍ଟେସନ୍ (ଚର୍ମ କଳା ହେବା) ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିପାରେ । ଯାହା ଆପଣଙ୍କ ତ୍ୱଚାର ସୁନ୍ଦରତାକୁ କମାଇ ଦେଇଥାଏ । 

ଚର୍ମ ସଂକ୍ରମଣର ଆଶଙ୍କା-

ରାସାୟନିକ ପିଲ୍ସ ଏବଂ ଲେଜର ଥେରାପି ଭଳି କିଛି ଚିକିତ୍ସା ପରେ ଚର୍ମ ବହୁତ ସମ୍ବେଦନଶୀଳ ହୋଇଯାଏ । ଯାହା ଫଳରେ ଜୀବାଣୁ କିମ୍ବା ଫଙ୍ଗାଲ୍ ସଂକ୍ରମଣର ଆଶଙ୍କା ବଢ଼ିଯାଇଥାଏ ।

ଶୀଘ୍ର କୁଞ୍ଚନ ଦେଖାଯିବା ଏବଂ ବୟସ୍କ ହେବାର ଲକ୍ଷଣ-

ଫେୟାରନେସ୍ ଟ୍ରିଟମେଣ୍ଟରେ ବ୍ୟବହୃତ କଠୋର ରାସାୟନିକ ପଦାର୍ଥ ଚର୍ମର ନମନୀୟତାକୁ କ୍ଷତି ପହଞ୍ଚାଏ । ଯାହା ଫଳରେ ଶୀଘ୍ର କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ଦେଖାଯାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.