ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ପ୍ରେମିକା ଗଳା କାଟିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା : ପ୍ରେମ ପ୍ରତାରଣାରୁ ଜଘନ୍ୟ କାଣ୍ଡ, ସମ୍ପର୍କୀୟ ଶାଳୀ ଥାନାରେ ଅଟକ

Published By : Rasmita Pradhan | July 24, 2025 10:53 AM

କେନ୍ଦ୍ରାପଡ଼ା, ୨୩/୦୭ : ପ୍ରେମିକା ଗଳା କାଟିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ପ୍ରେମ ପ୍ରତାରଣାରୁ ଜଘନ୍ୟ କାଣ୍ଡ। ଧରା ପଡ଼ିଲା ମୁଖ୍ୟ ଅଭିଯୁକ୍ତ। ସମ୍ପର୍କୀୟ ଶାଳୀ ଥାନାରେ ଅଟକ। ଅନୈତିକ ସମ୍ପର୍କର ଲୋଭ ଦେଖାଇ ଭିଣୋଇକୁ ନିଛାଟିଆ ସ୍ଥାନକୁ ଡାକି ଶାଳୀ ରଚିଥିଲା ଷଡ଼ଯନ୍ତ୍ର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଘୁଆଠେଙ୍ଗର ସତ୍ୟଜିତ ଷଡ଼ଙ୍ଗୀଙ୍କୁ ମଙ୍ଗଳବାର ରାତିରେ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ହଜାରି-ଛଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 

ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଅଞ୍ଚଳରୁ ଯାହା ସୂଚନା  ମିଳୁଛି, ସତ୍ୟଜିତଙ୍କ ସହ ପ୍ରେମିକା ଏକ ସ୍କୁଟିରେ ଆସିଥିଲେ। ଏବେ ପାରାଦୀପ-ଚଣ୍ଡିଖୋଲ ଜାତୀୟ  ରାଜପଥରେ କାମ ଚାଲିଥିବାରୁ ସେଠାରେ ନିର୍ମାଣ  ପାଇଁ ଆସିଥିବା ବଡ଼ ସିମେଣ୍ଟ ଖୁଣ୍ଟ ପଡ଼ିରହିଛି ।  ମନ୍ଦ ଉଦ୍ଦେଶ୍ୟ ସାଧନ ଲାଗି ପ୍ରେମିକାଙ୍କ ସହ  ସତ୍ୟଜିତ ହଜାରି-ଛଘରିଆ ମଧ୍ୟବର୍ତ୍ତୀ ସ୍ଥାନରେ  ଅଟକିଥିଲେ। ଯାହାକି ନିଛାଟିଆ ଓ ଅନ୍ଧାରିଆ ଥିଲା । ଏଠାରେ ଅନୈତିକ ସମ୍ପର୍କ ରଖିବାକୁ  ପ୍ରଲୋଭିତ କରି ପ୍ରେମିକା ତାଙ୍କୁ ଡାକି ନେଇଥିଲେ ଓ  ସତ୍ୟଜିତ ତାଙ୍କ କଥା ବିଶ୍ୱାସ କରି ଚାଲି ଯାଇଥିଲେ ।  ଯାହାର ସୁଯୋଗ ନେଇ ପ୍ରେମିକା ଛୁରିରେ ତାଙ୍କ  ଗଳାରେ ବାରମ୍ବାର ଆଘାତ ଦେଇ ଚାଲିଥିଲେ । ସତ୍ୟଜିତ ଗୁରୁତର ହୋଇପଡ଼ିବା ତଥା ଯନ୍ତ୍ରଣାରେ ଚିତ୍କାର କରିବା ଦେଖି ପ୍ରେମିକା ଧରାପଡ଼ିଯିବା ଭୟରେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ। ତେବେ ପ୍ରେମିକା ଏକା ଆସିଥିଲେ ନା ତାଙ୍କ ସହ ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ପୁଲିସ ପ୍ରେମିକାକୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଏଥିପାଇଁ ୨ଟି ଟିମ୍‌ ନିୟୋଜିତ  କରାଯାଇଛି। ପ୍ରେମିକାଙ୍କୁ ସଖୀ ସଟ୍‌ ଷ୍ଟେ ହୋମ୍‌ରେ ରଖାଯାଇଛି।

ପ୍ରେମ-ପ୍ରତାରଣାରୁ ଏଭଳି କାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ଶାଳୀ କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ସେଠାରେ ତାଙ୍କର ଜଣେ ପୁରୁଷ ସହକର୍ମୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସତ୍ୟଜିତ ତାଙ୍କୁ ବାରମ୍ବାର ଗାଳି କରୁଥିଲେ। ଏଥିରେ ବିରକ୍ତ ହୋଇ ଶାଳୀ ଜୁଲାଇ ୨୨ ତାରିଖରେ ସତ୍ୟଜିତଙ୍କୁ ବୁଲିଯିବା ପାଇଁ ଡ଼ାକି ଏକ ସ୍କୁଟି ଯୋଗେ କେନ୍ଦ୍ରାପଡା ଚାଲି ଆସିଥିଲେ। ୫୩ ନମ୍ବର ଜାତୀୟ ରାଜପଥ ହଜାରୀ ଛକଠାରେ ସ୍କୁଟି ଅଟକାଇ ରାସ୍ତା କଡକୁ ଡାକି ନେଇ ଏକ ଧାରୁଆ ଛୁରୀରେ ସତ୍ୟଜିତଙ୍କ ଗଳାକାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, କିଛି ଟଙ୍କା ଓ ଏକ ଟିସାର୍ଟ ଜବତ କରିଛି। 

ପ୍ରାଥମିକ ତଦନ୍ତ ଅନୁଯାୟୀ, କୁଜଙ୍ଗ ଥାନା ବାଘୁଆଠେଙ୍ଗର ସତ୍ୟଜିତ ଷଡ଼ଙ୍ଗୀପୂର୍ବରୁ ବିବାହିତ। ଦେଢ ବର୍ଷ ଆଗରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇତିଲା। ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହେଲେ ସତ୍ୟଜିତଙ୍କ ପତ୍ନୀଙ୍କ ମୃତ୍ୟୁ ଏବେବି ରହସ୍ୟାବୃତ୍ତ। ତାଙ୍କର ଏକ ପୁତ୍ର ସନ୍ତାନ ରହିଛି। ସତ୍ୟଜିତ ତାଙ୍କର ଜଣେ ସମ୍ପର୍କୀୟ ଶାଳୀଙ୍କ ସହ ପ୍ରେମ ସମ୍ପର୍କରେ ଥିବାରୁ ତାଙ୍କ ଶ୍ଵଶୁର ଘର ଲୋକେ ତାଙ୍କର ସମସ୍ତ ସମ୍ପତ୍ତି ପୁଅ ନାଁରେ କରାଇବାକୁ ଚାହୁଁଥିଲେ। ଯାହାକୁ ନେଇ ବିବାଦ ରହିଥିଲା ଓ ନିକଟରେ ଏହାର ସମାଧାନ ହେବାର ଥିଲା। ଏପରିକି ପତ୍ନୀଙ୍କ ମୃତ୍ୟୁ ପଛରେ ସତ୍ୟଜିତଙ୍କ ପରକୀୟା ପ୍ରୀତି ଥିଲା ବୋଲି ଚର୍ଚ୍ଚା ହେଉଛି। 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.