ମୟୂରଭଞ୍ଜ,୩୧/୧୦: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବା ବାଘୁଣୀ ଯମୁନାକୁ ବର୍ତ୍ତମାନ ଏନକ୍ଲୋଜରରେ ରଖାଯାଇଛି । ତାର ଖାଇବା ଲାଗି ଭିତରେ ଛଡ଼ା ଯାଇଥିବା ଜନ୍ତୁଙ୍କ ମଧ୍ୟରୁ ବୁଧବାର ପ୍ରଥମ ଥର ପାଇଁ ଏକ ବାର୍ହା ଶିକାର କରିଛି ବୋଲି ଜଣାପଡ଼ିଛି । ଏନେଇ ଏସଟିଆର ପକ୍ଷରୁ ସୂଚନା ମିଳିଛି ।
ବାଘୁଣୀ ଯମୁନାକୁ କିଛି ଦିନ ପାଇଁ ୧ ହେକ୍ଟର ପରିମିତି ଅଞ୍ଚଳରେ ଏକ ତାରଜାଲି ଘେରା ଏନକ୍ଲୋଜରରେ ରଖାଯାଇଛି । ଏହି ସମୟରେ ତାର ଗତିବିଧି ଓ ସ୍ଵାସ୍ଥ୍ୟ ଅବସ୍ଥାକୁ ନିରୀକ୍ଷଣରେ ରଖାଯାଇଛି । ସେତିକି ଦିନ ତାର ଶିକାର ଲାଗି ହରିଣ, ବାରହା ଓ ସମ୍ବର ମଧ୍ୟ ଏନକ୍ଲୋଜରରେ ଛଡାଯାଇଛି । ସେ ନିଜେ ଶିକାର କରି ଖାଦ୍ୟ ଖାଇବ ବୋଲି ଫୋନ୍ ମାଧ୍ୟମରେ କହିଛନ୍ତି ଏସ.ଟି.ଆର୍ର ମୁଖ୍ୟ ବନ ସଂରକ୍ଷକ ।