ପ୍ରମୁଖ ଖବର
  • ଆଉ ୬ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଶିଳ୍ପା ଶେଟ୍ଟି ଓ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଲା, ୯୮ କୋଟି ଟଙ୍କାର ସଂପତ୍ତି ଜବତ କଲା ଇଡି

Image Courtesy: deccanchronicle

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଏବଂ ତାଙ୍କର ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି । ମନି ଲଣ୍ଡରିଂ ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶିଳ୍ପା ଏବଂ ରାଜଙ୍କ ୯୭ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏଥିରେ ଶିଳ୍ପାଙ୍କ ଜୁହୁ ସ୍ଥିତ ଫ୍ଲାଟକୁ ମଧ୍ୟ ଆଟାଚ୍‌ କରିଛି ଇଡି । 

ଏହା ସହ ପୁଣେର ଥିବା ବଙ୍ଗଳା ଏବଂ ଇକ୍ବିଟି ଶେୟାର ଜବତ ହୋଇଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଯାଞ୍ଚ କରୁଥିଲା ଇଡି । ମେସର୍ସ ଭେରିଏବଲ୍‌ ଟେକ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଅ ଅନ୍ୟମାନେ ୬୬୦୦ କୋଟି ଟଙ୍କାର ବିଟକଏନ୍ ହାସଲ କରିଥିଲେ । ମିଥ୍ୟା ପ୍ରତିଶ୍ରୁତି ଆଧାରରେ ୨୦୧୭ରେ ନିବେଶକଙ୍କୁ ପାଖରୁ ନିଆଯାଇଥିଲା । 

ନିବେଶକଙ୍କୁ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ସେ ବ୍ୟକ୍ତିଗତ ଫାଇଦା ପାଇଁ ଏହି ଅର୍ଥ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହା ଏକ ପ୍ରକା ପୋଞ୍ଜି ସ୍କାମ । ରାଜ କୁନ୍ଦ୍ରାଙ୍କ ପାଖରେ ଥିବା ୨୮୫ ବିଟକଏନର ମୂଲ୍ୟ ବର୍ତ୍ତମାନ ସମୟରେ ୧୫୦ କୋଟି ଟଙ୍କାରୁ ଅଧିକ ହେବ । ଏହି ମାମଲାରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଇଡି । ଏବେ ସେମାନେ ଜେଲ୍‌ରେ ଅଛନ୍ତି । ଏହା ପୂର୍ବରୁ ଇଡି ୬୯ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.