ପ୍ରମୁଖ ଖବର
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଏଭଳି ଲକ୍ଷଣ ଦେଖାଯାଉଥିଲେ ସାବଧାନ ! ଆପଣଙ୍କୁ ବି ହୋଇପାରେ କ୍ୟାନସର !

ନୂଆଦିଲ୍ଲୀ, ୨।୫ କ୍ୟାନସର । ଏପରି ଏକ ରୋଗ, ଯାହାର ନାଁ ଶୁଣିଲେ ଭୟଭୀତ ହୋଇଯାନ୍ତି ଲୋକେ । ଏ ରୋଗର ସମ୍ପୂର୍ଣ୍ଣ ନିରାକରଣ ନ ଥିବା ବେଳେ ଏଥିପାଇଁ କୌଣସି ଔଷଧ ମଧ୍ୟ ତିଆରି ହୋଇନାହିଁ । ତେବେ ନିକଟରେ ପ୍ରୋଷ୍ଟେଡ୍ କ୍ୟାନସରକୁ ନେଇ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ସାମନାକୁ ଆଣିଛନ୍ତି । ୧୮୫ଟି ଦେଶରୁ ପ୍ରୋଷ୍ଟେଟ କ୍ୟାନସରର ତଥ୍ୟ ନେଇ ଦି ଲ୍ୟାନସେଟ୍ କମିଶନ ଏକ ଅଧ୍ୟୟନ କରିଥିଲା । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୪୦ ମସିହା ସୁଦ୍ଧା ବିଶ୍ୱରେ ପ୍ରୋଷ୍ଚେଟ୍ କ୍ୟାନସର ମାମଲା ଦୁଇଗୁଣା ହୋଇ ୨.୯ ମିଲିୟନ ତଥା ୨୯ ଲକ୍ଷରେ ପହଞ୍ଚିବ । ଏଥିସହ ମୃତ୍ୟୁ ମାମଲା ୮୫ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ପ୍ରୋଷ୍ଟେଡ କ୍ୟାନସରର ଲକ୍ଷଣ କ’ଣ ? ବାରମ୍ୱାର ପରିସ୍ରା ଲାଗିବା, ପରିସ୍ରା ବେଳେ ଯନ୍ତ୍ରଣା ହେବା, ପରିସ୍ରାରେ ରକ୍ତ ପଡ଼ିବା, ପାଦରେ ଯନ୍ତ୍ରଣା, ଓଜନ ହ୍ରାସ, ପେଟ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା ଆଦି ପ୍ରୋଷ୍ଟେଟ୍ କ୍ୟାନସରର ଲକ୍ଷଣ । ଖରାପ ଜୀବନଶୈଳୀ, ଚିନ୍ତା, ରସାୟନଯୁକ୍ତ ଖାଦ୍ୟ ସେବନ, ମୋଟାପଣ, ଧୁମ୍ରପାନ, ମିଶ୍ରିତ ଆହାର କାରଣରୁ ଏବେ ବୈଶ୍ୱିକସ୍ତରରେ ପ୍ରୋଷ୍ଟେଟ୍ କ୍ୟାନସର ରୋଗ ବୃଦ୍ଧି ପାଇଛି । 

ପଶ୍ଚିମ ଓ ଉତ୍ତର ୟୁରୋପ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ମଧ୍ୟ ଆଫ୍ରିକା, ମାଲେସିଆ, ୟୁକେ ଆଦି ରାଷ୍ଟ୍ରରେ ଏହି କର୍କଟ ମାମଲା ଅଧିକ । ଏବେ ଦେଶରେ ମଧ୍ୟମ ବୟସ୍କଙ୍କଠାରେ ଏହି ମାମଲା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଭାରତରେ ଉଚ୍ଚ ବିପଦଜନକ କର୍କଟ ରୋଗର ୩ ପ୍ରତିଶତ ପ୍ରୋଷ୍ଟେଟ କ୍ୟାନସର । ଯାହା ୬୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କଠାରେ ପ୍ରାରମ୍ଭିକ ପରୀକ୍ଷା କରିବା ପରେ ରିପୋର୍ଟରେ ଦର୍ଶାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଣେର, ଜଣେ ୬୪ ବର୍ଷୀୟ ଜେନେରାଲ ସର୍ଜନ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିତ୍ସା କରିବା ସମୟରେ ତାଙ୍କୁ ଅସୁବିଧା ହୋଇଥିଲା । ତେବେ ତାଙ୍କଠାରେ କୌଣସି ପ୍ରାରମ୍ଭିକ ଲକ୍ଷଣ ଦେଖାଦେଇନଥିଲା । ପରୀକ୍ଷା କରିବା ପରେ ତାଙ୍କ ମେରୁଦଣ୍ଡକୁ ପ୍ରୋଷ୍ଟେଟ କ୍ୟାନସର ବ୍ୟାପିଯାଇଥିବା ଜଣାପଡ଼ିଥିଲା । ତେବେ ତାଙ୍କ ଭଳି ଅନେକ ଭାରତୀୟ ପୁରୁଷ ଶେଷ ପର୍ଯାୟରେ ଏହି କ୍ୟାନସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । 

ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସରର ଆକଳନ ଅନୁଯାୟୀ, ଲ୍ୟାନସେଟ୍ ଏହାର ବିଶ୍ଳେଷଣରେ ଦର୍ଶାଇଛି ଯେ, ୨୦୪୦ ସୁଦ୍ଧା ଭାରତରେ ପ୍ରୋଷ୍ଟେଟ କ୍ୟାନସର ମାମଲା ଦୁଇ ଗୁଣା ହୋଇ ବାର୍ଷିକ ପ୍ରାୟ ୭୧ ହଜାର ନୂଆ ମାମଲା ସାମନାକୁ ଆସିବ । ଦି ଲ୍ୟାନସେଟ୍ ରିପୋର୍ଟର ପ୍ରମୁଖ ଲେଖକ ଏବଂ ଲଣ୍ଡନର କର୍କଟ ଅନୁସନ୍ଧାନ ସଂସ୍ଥାନରେ ପ୍ରୋଷ୍ଟେଟ ଏବଂ ମୁତ୍ରାଶୟ କର୍କଟ ଅନୁସନ୍ଧାନର ପ୍ରଫେସର ନିକ୍ ଜେମ୍ସ କହିଛନ୍ତି, ଏହି ସମସ୍ୟା ଚିନ୍ତା ବୃଦ୍ଧି କରିବ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ପୁରୁଷଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏହି ରୋଗରୁ ମୁକ୍ତି ପାଇବା ପାଇଁ ଅଧିକ ମାଂସ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ଦୈନିକ ବ୍ୟାୟାମ ଏବଂ ଖାଦ୍ୟରେ ପରିବର୍ତ୍ତନ ଦ୍ୱାରା ଏହି ସଙ୍କଟକୁ ଏଡ଼ାଇ ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.