ପ୍ରମୂଖ ଖବର
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ମୀନ ରାଶିରେ ଶନିଙ୍କ ଗୋଚର, ଜାଣନ୍ତୁ କେଉଁ ରାଶିରେ ଆରମ୍ଭ ହେଲା ସାଢେ ସାତୀ

Published By : Harapriya Sethi | March 31, 2025 12:47 PM

ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଶନି ତାଙ୍କ ରାଶି ପରିବର୍ତ୍ତନ କରିଛନ୍ତି । ନିଜର କାଳ ପୁରୁଷ ରାଶି ଅର୍ଥାତ କୁମ୍ଭ ରାଶିରୁ ବାହାରି ଶନି ଦେବ ମୀନ ରାଶିରେ ପ୍ରବେଶ କରିଛନ୍ତି । ଗ୍ରହ ମାନଙ୍କ ମଧ୍ୟରେ ଶନି ସବୁଠାରୁ ଧୀର ଗତିରେ ଚଳନ କରିଥାନ୍ତି ଏବଂ ଅଢେଇ ବର୍ଷରେ ଥରେ ନିଜର ରାଶି ପରବିର୍ତ୍ତନ କରିଥାନ୍ତି । ଏହି କାରଣରୁ ଶନିଙ୍କ ରାଶି ପରିବର୍ତ୍ତନକୁ ଜ୍ୟୋତିଷଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ତାଙ୍କର ଏହି ରାଶି ପରିବର୍ତ୍ତନ ଫଳରେ କେଉଁ ରାଶି ଉପରେ ଶନିଙ୍କର ଢୈୟା ଆରମ୍ଭ ହୋଇଥାଏ ତ ଆଉ କେଉଁ ରାଶିରେ ଶନିଙ୍କ ସାଢେ ସାତୀ ଏବଂ ଢୈୟାର ପ୍ରଭାବ ସମାପ୍ତ ହୋଇଥାଏ । 

କେତେବେଳେ ହୋଇଥାଏ ଶନିଙ୍କ ସାଢେ ସାତୀ ?

ଶନି ଯେତେବେଳେ ରାଶି ପରିବର୍ତ୍ତନ କରିଥାନ୍ତି, ସେତେବେଳେ ୩ଟି ରାଶି ଉପରେ ଶନିଙ୍କ ସାଢେ ସାତୀ ଏବଂ ୨ ଟି ରାଶି ଉପରେ ଢୈୟା ଆରମ୍ଭ ହୋଇଥାଏ । ଯେଉଁ ରାଶିକୁ ଶନି ଗତି କରିଥାନ୍ତି, ସେହି ରାଶିର ପୂର୍ବ ଏବଂ ପରବର୍ତ୍ତୀ ରାଶିରେ ସାଢେ ସାତୀ ଆରମ୍ଭ ହୋଇଥାଏ । ତାଙ୍କର ଏହି ସାଢେ ସାତୀ ସାଢେ ୭ ବର୍ଷ ଯାଏ ରହିଥାଏ । 

 କେତେବେଳେ ହୋଇଥାଏ ଶନିଙ୍କ ଢୈୟା ?

ଶନି ଦେବ ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହି ସମୟରେ ସେ ଉକ୍ତ ରାଶିର ୪ର୍ଥ କିମ୍ୱା ୮ମ ଭାଗରେ ଅବସ୍ଥାନ କରିଥାନ୍ତି । ତେଣୁ ସେହି ରାଶି ଉପରେ ଶନିଙ୍କ ଢୈୟା ଆରମ୍ଭ ହୋଇଯାଇଥାଏ । ଜ୍ୟୋତିଷ ମାନ୍ୟତାନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଥରେ ସାଢେସାତୀ ଏବ ଢୈୟା ନିଶ୍ଚୟ ଲାଗିଥାଏ । 

ମେଷ ରାଶିରେ ସାଢେ ସାତୀ ଆରମ୍ଭ-

ଶନି ଦେବ ମୀନ ରାଶିର ପ୍ରବେଶ କରିବା ମାତ୍ରେ ମେଷ ରାଶିରେ ସାଢେ ସାତୀ ଆରମ୍ଭ ହୋଇଯାଇଛି । ମେଷ ରାଶିରେ ଶନିଙ୍କ ସାଢେ ସାତୀ ୨୦୩୨ ପର୍ଯ୍ୟନ୍ତ ରହିବ । ୨୦୩୨ ରେ ଯେତେବେଳେ ଶନି ରାଶି ପରିବର୍ତ୍ତନ କରିବେ, ସେତେବେଳେ ମେଷ ରାଶିର ବ୍ୟକ୍ତିଙ୍କୁ ଶନିଙ୍କ ସାଢେ ସାତୀକୁ ମୁକ୍ତି ମିଳିବ । 

ସିଂହ ଏବଂ ଧନୁ ରାଶିରେ ଢୈୟା ଆରମ୍ଭ-

ଶନି ଦେବ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବା ମାତ୍ରେ ସିଂହ ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ଢୈୟା ଆରମ୍ଭ ହୋଇ ଯାଇଛି । ଦୀର୍ଘ ଅଢେଇ ବର୍ଷ ପର୍ଯ୍ୟନ୍ତ ସିଂହ ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ଢୈୟାର ପ୍ରଭାବ ପଡ଼ିବ । ଅଢେଇ ବର୍ଷ ପରେ ଶନି ପୁନର୍ବାର ଚଳନ କରିବେ । ସେତେବେଳେଏହି ୨ ରାଶିର ବ୍ୟକ୍ତିଙ୍କୁ ଢୈୟାରୁ ମୁକ୍ତି ମିଳିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.