ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖ ଅର୍ଥାତ ଆସନ୍ତା କାଲିଠୁ ଆରମ୍ଭ ହେବ ଚୈତ୍ର ନବରାତ୍ରି । ନବରାତ୍ରି ବ୍ରତ ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୭ତାରିଖରେ ସମାପନ ହେବ। ନବରାତ୍ରୀ ମା’ ଦୁର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ରୂପକୁ ସମର୍ପିତ ହୋଇଥାଏ। ମାର୍ଚ୍ଚ ୩୦ ତାରିଖ ରବିବାର ପଡ଼ୁଛି, ଅର୍ଥାତ୍ ଏଥର ନବରାତ୍ରୀ ରବିବାରଠାରୁ ଆରମ୍ଭ ହେଉଛି । ତେଣୁ ମା’ ହାତୀ ବାହାନରେ ଆସିବେ। ଶାସ୍ତ୍ରରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ ନବରାତ୍ରିରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ରହିଛି । ଯେଉଁ କାରଣରୁ ଏହି ୯ ଦିନ ଅତ୍ୟନ୍ତ ଶୁଭପ୍ରଦ ହେବ। ବିଶେଷ ଭାବରେ କିଛି ରାଶି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା ନବରାତ୍ରିରୁ କେଉଁ ରାଶିର ବ୍ୟକ୍ତିଙ୍କ ଭଲ ଦିନ ଆସିବାକୁ ଯାଉଛି ।
କର୍କଟ ରାଶି:-
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରି ୯ ଦିନ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭପ୍ରଦ ହୋଇପାରେ। ଏହି ସମୟ ମଧ୍ୟରେ ଆପଣ ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଦେଖିପାରନ୍ତି । ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କୁ କର୍ମରେ ସଫଳତା ମିଳିବ, ପୁରୁଣା ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ ହୋଇପାରିବ, କ୍ୟାରିୟରରେ ବେଶ୍ ଉନ୍ନତି ଘଟିବ। ଏଥିସହ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।
କନ୍ୟା ରାଶି:-
ଏହି ନବରାତ୍ରି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଶୁଭ ସମୟ ଆଣିବ। ବିଶେଷ କରି କ୍ୟାରିୟର ଏବଂ ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇପାରିବେ । ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କର ପୁରୁଣା କ୍ଷତି ପୂରଣ ହେବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ସମୟ ମଧ୍ୟରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ ସମ୍ପର୍କ ମଜଭୂତ ହେବ ଏବଂ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।
ତୁଳା ରାଶି:-
ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଏହି ନବରାତ୍ରି ବେଶ୍ ଶୁଭପ୍ରଦ ହେବାକୁ ଯାଉଛି। ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି। ଘର-ପରିବାରରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ମା’ ଦୁର୍ଗାଙ୍କ କୃପାରୁ ପ୍ରଗତି ଏବଂ ସମୃଦ୍ଧି ଅନୁଭବ କରିବେ।
ମକର ରାଶି:-
ଚୈତ୍ର ନବରାତ୍ରି ମକର ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଏବଂ ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଲାଭଦାୟକ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମ ସୁଫଳ ପ୍ରଦାନ କରିବ । ଆପଣ ନୂତନ ଚାକିରିର ସୁଯୋଗ ପାଇପାରନ୍ତି। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତିର ସମ୍ଭାବନା ରହିଛି।