ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ରାତି ପାହିଲେ ମୀନ ରାଶିରେ ପ୍ରବେଶ କରିବେ ଶନି, ବଦଳିବ ଏହି ୩ ରାଶିର ଭାଗ୍ୟ

Published By : Harapriya Sethi | March 28, 2025 2:48 PM

କର୍ମଫଳ ଦାତା ଶନି ସମସ୍ତଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି । ଆମେ ସମସ୍ତେ ଜାଣିଛେ ଯେ, ମାର୍ଚ୍ଚ ୨୯ ତାରିଖ ଅର୍ଥାତ ଆସନ୍ତା କାଲି ଶନି ନିଜର କାଳପୁରୁଷର ରାଶି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ଗୋଚର କରିବେ । ଶନିଙ୍କର ଏହି ଗୋଚର ଦେଶ ବିଦେଶ ସହ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ଶନିଙ୍କର ଏହି ରାଶି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରଦାନ କରିବ । ତେବେ ଜ୍ୟୋତିର୍ବିଦଙ୍କ ଗଣନା ଅନୁଯାୟୀ, ଶନି ମୀନ ରାଶିରେ ପ୍ରବେଶ କରିବା ପରେ, ଏହି ୩ ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବ । 

ବୃଷ ରାଶି- ବୃଷ ରାଶିର ବ୍ୟକ୍ତିଙ୍କୁ ଶନିଙ୍କର ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ଶନିଙ୍କର ମୀନ ରାଶିରେ ଗୋଚାର କରିବା ଫଳରେ ବୃଷ ରାଶିର ବ୍ୟକ୍ତିଙ୍କୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଏହା ସହ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆୟର ନୂତନ ସୋତ୍ର ଖୋଲିବ । ପୁଞ୍ଜି ନିବେଶର ସୁବର୍ଣ୍ଣ ସୁଯୋଗ ମିଳିବ । ଏହା ସହ ଧର୍ମ କର୍ମରେ ମଧ୍ୟ ନିୟୋଯିତ ହେବେ ।

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତିଙ୍କୁ ଶନିଙ୍କର ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । କାରଣ ଶନି ଏହି ରାଶିର ବ୍ୟକ୍ତିଙ୍କ ନବମ ଭାଗରେ ପ୍ରବେଶ କରିବେ । ଏହି କାରଣରୁ ଆପଣଙ୍କ କର୍ମ କ୍ଷେତ୍ରରେ ଉନ୍ନତି ହେବା ସହ ପରିବର୍ତ୍ତନ ମଧ୍ୟ ହୋଇପାରେ । ସମାଜରେ ପ୍ରତିଷ୍ଠା ବଢିବ । କର୍ମସ୍ଥଳରେ ସିନିୟର୍‌ଙ୍କ ସହଯୋଗ ମିଳିବ । ଆପଣଙ୍କୁ କୌଣସି ବଡ଼ ପଦର ଦାୟିତ୍ୱ ମଧ୍ୟ ମିଳିପାରେ । ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ । 

ତୁଳା ରାଶି- ତୁଳା ରାଶିର ଷଷ୍ଠ ଭାଗରେ ଶନି ଗୋଚର କରିବେ । ତୁଳା ରାଶିର ବ୍ୟକ୍ତି ସେମାନଙ୍କ ଶତ୍ରୁଙ୍କ ଉପରେ ବିଜୟ ହାସଲ କରିପାରିବେ । କୋର୍ଟ ସମ୍ୱନ୍ଧୀୟ ମାମଲାର ଅନ୍ତ ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଆସିବ । ଏହି ସମୟରେ ଆପଣ ଭୂମି, ବାହନ ଇତ୍ୟାଦି କିଣିବେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.