ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଏପ୍ରିଲରେ ରାଶି ପରିବର୍ତ୍ତନ କରିବେ ୪ଟି ଗ୍ରହ, ଏହି ୩ ରାଶିର ଖୋଲିବ ଭାଗ୍ୟ

Published By : Harapriya Sethi | March 27, 2025 10:03 AM

ସୌର ମଣ୍ଡଳରେ ଗ୍ରହମାନେ କିଛି କିଛି ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଗ୍ରହମାନଙ୍କର ଏହି ଗୋଚର କେବଳ ରାଶିମାନଙ୍କ ଉପରେ ନୁହେଁ, ସମଗ୍ର ସଂସାରରେ ପ୍ରଭାବ ପକାଇଥାଏ । ଆମେ ସମସ୍ତେ ଜାଣିଛେ ଯେ, କର୍ମଫଳ ଦାତା ଶନି ଆସନ୍ତା ୨୯ ତାରିଖ ଅର୍ଥାତ ଆଉ ଗୋଟିଏ ଦିନ ପରେ ରାଶି ପରବର୍ତ୍ତନ କରିବେ । ଦୀର୍ଘ ୩୦ ବର୍ଷ ପରେ ନିଜ କାଳପୁରୁଷ ରାଶି ଅର୍ଥାତ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ଗୋଚର କରିବେ ଶନି । ଯାହା ସମଗ୍ର ବ୍ରହ୍ମାଣ୍ଡ ଉପରେ ପ୍ରଭାବ ପକାଇବ । ଏହା ପରେ ପରେ ଏପ୍ରିଲ ମାସସରେ ମଧ୍ୟ ଅନେକ ଗୁଡ଼ିଏ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏପ୍ରିଲ ମାସରେ କେଉଁ କେଉଁ ଗ୍ରହ ନିଜ ନିଜର ରାଶି ପରିବର୍ତ୍ତନ କରିବେ ଏବଂ କେଉଁ ରାଶି ଉପରେ ଏହାର କଣ ପ୍ରଭାବ ପଡ଼ିବ । 

ଏପ୍ରିଲ ମାସର ସମସ୍ତ ଗ୍ରହ ଗୋଚର-

ମଙ୍ଗଳ ଗ୍ରହ ସାହସ, ଶକ୍ତି ଏବଂ ଶକ୍ତିର ପ୍ରତୀକ । ମଙ୍ଗଳ ଏପ୍ରିଲ ମାସ ୩ ତାରିଖ (ଗୁରୁବାର) ଦିନ ୧ଟା୫୬ରେ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ସେହିପରି ବୁଧ ଗ୍ରହ ଏପ୍ରିଲ ୭ ତାରିଖ (ସୋମବାର) ଅପରାହ୍ନ ୪ଟା ୩୬ ରେ ମାର୍ଗୀ ଚଳନ ବା ସିଧାସଳଖ ଭାବରେ ଗତି କରିବେ । ବର୍ତ୍ତମାନ ବୁଧ ମୀନ ରାଶିରେ ଗୋଚର କରୁଛନ୍ତି । ବୁଧ ମାର୍ଗୀ ହେବା ମାତ୍ରେ ଏହାର ଶୁଭ ପ୍ରଭାବ ଅନେକ ରାଶି ଉପରେ ଦେଖିବାକୁ ମିଳିବ । 

ଏହା ପରେ ଏପ୍ରିଲ ୧୩ ତାରିଖ (ରବିବାର) ସକାଳ ୬ଟା ୩୧ ମିନିଟରେ ଶୁକ୍ର ମଧ୍ୟ ମାର୍ଗୀ ହେବେ ଅର୍ଥାତ ସିଧାସଳଖ ଭାବେ ଗତି କରିବେ । ବର୍ତ୍ତମାନ ଶୁକ୍ର ମଧ୍ୟ ମୀନ ରାଶିରେ ଗୋଚର କରୁଛନ୍ତି । ଶୁକ୍ର ଧନ, ସୁଖ, ସମୃଦ୍ଧି ଏବଂ ଯଶର କାରକ । ତେଣୁ ଶୁକ୍ରଙ୍କର ରାଶି ପରିବର୍ତ୍ତନ ଦ୍ୱାରା ଅନେକ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ । ଏପ୍ରିଲ ୧୪ ତାରିଖ (ସୋମବାର) ଦିନ ଭୋର ୩ଟା ୩୦ରେ ସୂର୍ଯ୍ୟ ତାଙ୍କର ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କରିବେ। ଏହି ଦିନ ଖର ମାସ ଶେଷ ହୋଇ ଏକ ନୂତନ ସୌର ମାସ ମଧ୍ୟ ଆରମ୍ଭ ହେବ। 

ବୃଷ ରାଶି- ବୃଷ ରାଶିର ଲୋକଙ୍କର ଦ୍ୱାଦଶ ଘରେ ସୂର୍ଯ୍ୟଙ୍କ ଗୋଚର ହେବାକୁ ଯାଉଛି । ଏହି ସମୟରେ ବୃଷ ରାଶିର କର୍ତ୍ତା ଶୁକ୍ର ଏକ ଅତ୍ୟନ୍ତ ଶୁଭ ସ୍ଥିତିରେ ରହିବେ । ତେଣୁ ବୃଶ ରାଶିର ବ୍ୟକ୍ତିଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ ଏବଂ ଆପଣ ପୁରୁଣା ଋଣ ପରିଶୋଧ କରିପାରିବେ।

ତୁଳା ଏବଂ ଧନୁ ରାଶି- ତୁଳା ରାଶିର ବ୍ୟକ୍ତିଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ହେବ । ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଏହି ରାଶିର ବ୍ୟକ୍ତିଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିବ । ଧନୁ ରାଶିର ବ୍ୟକ୍ତି ଏପ୍ରିଲରେ କୌଣସି ବଡ଼ କାମ କରିପାରନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.