ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଚୈତ୍ର ନବରାତ୍ରିରେ ବଦଳିବ ଏହି ୨ ରାଶିଙ୍କ ଭାଗ୍ୟ, ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା

Published By : Harapriya Sethi | March 27, 2025 1:14 PM

ବୈଦିକ ପଞ୍ଚାଙ୍ଗ ଅନୁସାରେ, ଚଳିତ ମାସ ୩୦ ତାରଖରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି । ଏହି ପବିତ୍ର ପର୍ବ ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଲପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ଯାଏଁ ପାଳନ କରାଯାଇଥାଏ । ଏହି ୯ ଦିନରେ ମାଆ ଦୁର୍ଗାଙ୍କ ୯ ଟି ରୂପର ପୂଜା କରି ନବରାତ୍ରିର ବ୍ରତ ପାଳନ କରାଯାଇଥାଏ । ଏହି ବ୍ରତ ପାଳନ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହେବା ସହ ଅର୍ଥର ଅଭାବ ଦୂର ହୋଇଥାଏ ଏବଂ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । 

ଜ୍ୟୋତିର୍ବିଦ୍‌ଙ୍କ ମତ ଅନୁସାରେ, ଚୈତ୍ର ନବରାତ୍ରିର ନଅ ଦିନ ମଧ୍ୟରେ ଉର୍ଜାର କାରକ ମଙ୍ଗଳ ନିଜର ରାଶି ପରିବର୍ତ୍ତନ କରିବେ । ଏହି ଗ୍ରହ ଗୋଚର ହେବା ଫଳରେ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହା ସହିତ ମାଆ ଦୁର୍ଗାଙ୍କ କୃପାରୁ ଲୋକଙ୍କର ମଙ୍ଗଳ ହେବା ସହ ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ...

ମଙ୍ଗଳଙ୍କ ରାଶି ପରିବର୍ତ୍ତନ-

ଜ୍ୟୋତିର୍ବିଦ୍‌ଙ୍କ ମତ ଅନୁସାରେ, ଗ୍ରହମାନଙ୍କର ସେନାପତି ମଙ୍ଗଳ ଏପ୍ରିଲ ୩ ତାରିଖରେ ରାଶି ପରିବର୍ତ୍ତନ କରିବେ । ମଙ୍ଗଳ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବେ । କର୍କଟ ରାଶିରେ ମଙ୍ଗଳ ଜୁନ୍‌ ୬ ତାରିଖ ଯାଏଁ ରହିବେ । ଏହି ସମୟ ଅବଧି ମଧ୍ୟରେ ମଙ୍ଗଳ ଅନେକ ଥର ନକ୍ଷତ୍ରଙ୍କ ସ୍ଥିତି ବଦଳିବେ । 

କନ୍ୟା ରାଶି- 

ଚୈତ୍ର ନବରାତ୍ରି ଠାରୁ କନ୍ୟା ରାଶିର ବ୍ୟକ୍ତିଙ୍କ ଭାଗ୍ୟୋଦୟ ହେବ । ଏହି ରାଶିର ବ୍ୟକ୍ତି କୌଣସି ଯାତ୍ରାରେ ଯାଇପାରନ୍ତି । ଧନ ସମ୍ପତ୍ତି ବୃଦ୍ଧି ହେବ । ଆୟର ନୂତନ ବାଟ ଖୋଲିବ । ଆପଣ କୌଣସି ଯାନବାହାନ ମଧ୍ୟ କ୍ରୟ କରିପାରନ୍ତି । ପଦ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆପଣ ଜୀବନରେ ସଫଳତାର ଶୃଙ୍ଗ ଛୁଇଁବେ । ଟ୍ରାନ୍ସପୋର୍ଟ, ଇଲେକ୍ଟ୍ରୋନିକ୍‌ ଏବଂ ଇଂଜିନିୟରିଂ ସହ ଜଡ଼ିତ ବ୍ୟକ୍ତିଙ୍କୁ ଅନେକ ଦିଗରେ ଲାଭ ମିଳିପାରେ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହି ରାଶିର ବ୍ୟକ୍ତିଙ୍କୁ ଅସୀମ ସଫଳତା ମିଳିବ । ବଡ଼ ଭାଇ ଏବଂ ଭଉଣୀଙ୍କଠାରୁ ଶ୍ରଦ୍ଧା ମିଳିବ । ଜଗତ ଜନନୀ ମାଆ ଦୁର୍ଗଙ୍କ କୃପା ପାଇବା ପାଇଁ ପୂଜା କରିବା ବେଳେ ମାଆଙ୍କୁ ନାଲି ରଙ୍ଗର ଫଳ ଏବଂ ଫୁଲ ନିଶ୍ଚୟ ଅର୍ପଣ କରନ୍ତୁ ।

ତୁଳା ରାଶି-

ଚୈତ୍ର ନବରାତ୍ରିରେ ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ବର୍ଷିବ ମଙ୍ଗଳଦେବଙ୍କ କୃପା । ଏହି ସମୟରେ ଆପଣଙ୍କ କୌଣସି ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ଦେବ ଦର୍ଶନ କରିବା ପାଇଁ ପରିବାର ସହ ଯାତ୍ରା କରିବେ । ଏହି ସମୟରେ ତାମସିକ ଭୋଜନ ତ୍ୟାଗ କରନ୍ତୁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ କ୍ରୋଧିତ ହୁଅନ୍ତୁ ନାହିଁ, ନଚେତ୍‌ ଆପଣଙ୍କ କାମ ବିଗିଡ଼ିପାରେ । ସେଥାପାଇଁ ନିଜର ଆସ୍ମବିଶ୍ୱାସକୁ ସୁଦୃଢ କରନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ବ୍ୟବସାୟରେ ଦୁଇଗୁଣା ଲାଭ ହେବ । ଧନ ଲାଭର ସଂଯୋଗ ସୃଷ୍ଟି ହେବ । ଚାକିରିରେ ପଦୋନ୍ନତି ହୋଇପାରେ । ତେଣୁ ଚୈତ୍ର ନବରାତ୍ରିରେ ବ୍ରତ ପାଳନ କରି ଶ୍ରଦ୍ଧା ମନରେ ମାଆଙ୍କ ପୂଜାର୍ଚ୍ଚନା କରନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.