ପ୍ରମୂଖ ଖବର
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

କଚ୍ଚା ରାସ୍ତା ପାଇଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହା ହେଲେ ଗୁରୁତର ମହିଳା

Published By : Suraj Kumar | June 3, 2025 11:14 PM

ଲାଞ୍ଜିଗଡ଼,୩/୬(ଆପ୍ର)-  କଚ୍ଚା ରାସ୍ତା ପାଇଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ଗୁରୁତର ମହିଳା। ଦୀର୍ଘ ଦୁଇ କିଲୋମିଟିର ଗାଁ ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ।ଲାଞ୍ଜିଗଡ଼ ବ୍ଲକ୍ ବେଡା ଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ମନସ୍ତରା ଗାଁର ଏହି ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି। 

ମନସ୍ତରା ଗାଁର  ପାଗ ମାଝୀଙ୍କ ସ୍ତ୍ରୀ ପଦ୍ମା ମାଝୀ ସୋମବାର ରାତି ସାଢ଼େ ୮ ଟା ସମୟରେ ନିଜ ଘର ଛାତ ଉପରେ ଚଡ଼ିଥିବା ବେଳେ ଛାତ ଉପରୁ ତଳେ ପଡିଯାଇଥିଲେ। ପରେ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍ସ ଆସିଲା ସତ ତେବେ ଗାଁକୁ କଂଚା ରାସ୍ତା ଯୋଗୁଁ ଯାଇ ପାରିଲା ନାହିଁ।।ଯାହା ଫଳରେ ଦେହେଡା ଗାଁ ଛକ ପର୍ଯ୍ୟନ୍ତ ଦୁଇ କିଲୋମିଟର ଖଟିଆରେ ବୋହି ଗୁରୁତର ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ  ଗାଁ ଲୋକେ। ବର୍ତ୍ତମାନ ମହିଳା ଜଣକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛନ୍ତି। ତେବେ ରାସ୍ତା ଖଣ୍ଡେ   ନଥିବାରୁ ମନସ୍ତରା ଗାଁର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.