ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଦୀର୍ଘ ବର୍ଷ ପରେ ନିର୍ମାଣ ହେଲା ଇନ୍ଦ୍ରାବତୀ ବାମ କେନାଲ ରାସ୍ତା, ଉପକୃତ ହେଲେ ସ୍ଥାନୀୟ ଲୋକେ

Published By : Rasmita Pradhan | June 3, 2025 3:07 PM

କୋକସରା, ୦୩/୦୬ : ବହୁମୂଖୀ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପର ବାମ କେନାଲ ରାସ୍ତା ଦୀର୍ଘ ବର୍ଷ ହେବ ଶୋଚନୀୟ ହୋଇ ପଡ଼ି ରହିଥିଲା। ମଙ୍ଗଳପୁର ବ୍ୟାରେଜ୍ ଠାରୁ ଦୀର୍ଘ ୫୧ କି.ମି ରାସ୍ତା ଖରାପ ଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିଲେ। ଅନ୍ୟ ରାସ୍ତା ଦେଇ ଯାତାୟାତ କରୁଥିଲେ । ଏହାର ପୁନଃଉଦ୍ଧାର ହେଉନଥିବାରୁ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା। ବିଭିନ୍ନ ସମୟରେ ରାସ୍ତା ନିର୍ମାଣ ନେଇ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଇଷ୍ଟିମେଟ୍ କରି ଅନୁମୋଦନ ଓ ଅନୁଦାନ ପାଇଁ ଚିଠି ଲେଖିଥିଲେ। ଚାଷୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କମ୍ପାସ୍ ଯୋଜନାରେ ୫୧ କିମି ରାସ୍ତା ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରି ଟେଣ୍ଡର ଆହ୍ୱାନ କରାଗଲା। ଏହି ଟେଣ୍ଡର ଓସିସି କମ୍ପାନୀ ପାଇଥିଲା। ପରବର୍ତ୍ତୀ ସମୟରେ ମଙ୍ଗଳପୁର ଡ୍ୟାମ୍ ୦ କିଲୋମିଟରରୁ ୫୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଜୟପାଟଣା ବ୍ଲକ୍ ମଙ୍ଗଳପୁର ଡ୍ୟାମ ଠାରୁ ବାଞ୍ଜିବାହାଲ, ପ୍ରତାପପୁର, ସର୍ଗିଗୁଡା, ଭଇରିପାଳି, ବିମଳା, ମୋହନଗୁଡା, କନ୍ଦାବୁଟ୍ରା, କାଶିବାହଲ, କୁସୁମଖୁଣ୍ଟି, ପୋଡବେଡା, ତରାପୁର, ନନ୍ଦିଗାଁ, ବୋଡେ଼ନ, କାଶିବାହଲ, ଧର୍ମଗଡ଼, ଖଇର ପଦର କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି । ଏହି ଅଞ୍ଚଳର ଚାଷୀ ଓ ଜନସାଧାରଣ ଉପକୃତ ହୋଇଛନ୍ତି । ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମ କେନାଲ ଉପରେ ଚକାଚକ ରାସ୍ତା ହୋଇଥିବାରୁ ଲୋକେ ସୁବିଧାରେ ଗମନାଗମନ କରୁଛନ୍ତି । କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ମିତ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.