ପ୍ରମୂଖ ଖବର
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ସାଂସଦଙ୍କ ଗୁଡଭେଲା ପ୍ରତିନିଧିଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅଶୋକଙ୍କ ସମର୍ଥକ

Published By : Suraj Kumar | June 4, 2025 10:48 PM

ଗୁଡଭେଲା/ତୁଷରା : ଗୁଡଭେଲା ବ୍ଳକରେ ଏବେ ରାଜନୀତି ପାଣିପାଗ ବେଶ ସରଗରମ। ବିଜେପି ବଲାଂଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଙ୍କ ଗୁଡଭେଲା ପ୍ରତିନିଧିଙ୍କ ଅଭିଯୋଗ ପରେ ଥାନାରେ ବୁଧବାର ଅଶୋକ ଦୋରା ଙ୍କ ସମର୍ଥନ ରେ ଶତାଧିକ ଲୋକ ସାଂସଦଙ୍କ ପ୍ରତିନିଧି ମିଥ୍ୟା ମାମଲା ଦେଇଥିବା ଅଭିଯୋଗ କରିଛନ୍ତି ।ସୂଚନା ଅନୁସାରେ ଗତ ୩୦ -୫-୨୫ ରେ ବଲାଂଗୀର ସାଂସଦ ଙ୍କ ଗୁଡଭେଲା ପ୍ରତିନିଧି ଦିନବନ୍ଧୁ ବେହେରା ଗୁଡଭେଲା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଜାମୁଟ ସମିତି ସଭ୍ୟ ଅଶୋକ ଦୋରାଙ୍କ ନାଁରେ ଜୀବନ ରୁ ମାରିଦେବାକୁ ଧମକ ଦେଉଥିବା ସହ କାର୍ଯ୍ୟକ୍ରମ ରେ ଗାଲି ଗୁଲଜ କରିଥିବା ଅଭିଯୋଗ କରିଥିଲେ। କିନ୍ତୁ ବୁଧବାର ଶ୍ରୀ ଅଶୋକ ଦୋରା ଙ୍କ ସପକ୍ଷରେ ଶତାଧିକ ଲୋକେ ତୁଷୁରା ଥାନା ରେ ଦୀନ ବନ୍ଧୁ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି। 

ଅଭିଯୋଗ ରେ ଦର୍ଶାଯାଇଛି ଜେ ଗତ ମାର୍ଚ୍ଚ ୩୦ ତାରିଖ ରେ ମୁଖ୍ୟ ମନ୍ତ୍ରୀ ଦ୍ବାରା ଆୟୋଜିତ ଅନ୍ତୋଦୟ ଗୃହ ଯୋଜନା କାଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ସେଥିରେ ସାଂସଦ ଙ୍କ ଗୁଡଭେଲା ପ୍ରତିନିଧି ଦିନବନ୍ଧୁ ବେହେରା ମଧ୍ୟ ଉପସ୍ଥିତ ଥିଲେ। ବିଧାୟକଙ୍କ ସମର୍ଥକ ମାନେ ନବୀନ ଜୈନ ଜିନ୍ଦାବାଦ ନାରା ଦେଇଥିଲେ। ପରେ ଶ୍ରୀ ବେହେରା ଉକ୍ତ ସଭାରେ ବିଧାୟକଙ୍କ ସମର୍ଥକଙ୍କୁ ଗାଳିଗୁଳଜ କରିଥିଲେ। ତେବେ ପରେ ଦୋରା ପହଞ୍ଚିବାରୁ ଶ୍ରୀ ବେହେରାଙ୍କୁ କାହିଁକି ଗାଳିଗୁଳଜ କରୁଛ ପଚାରିଥିଲେ।ତେବେ ସେ ଦୀର୍ଘ ୨ ମାସ ପରେ ତୁଷରା ଥାନାରେ ଏପରି ଭିତ୍ତିହିନ ଅଭିଯୋଗ କରିଛନ୍ତି। ମିଥ୍ୟା ଅଭିଯୋଗ ଓ ଗାଳିଗୁଜ  ଦେଇଥିବାରୁ ଶ୍ରୀ ବେହେରା ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରିଛନ୍ତି। ଏହି ଦାବୀପତ୍ର ଦେବା ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.