ପ୍ରମୂଖ ଖବର
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୭ ଗୁରୁତର

Published By : Harapriya Sethi | June 5, 2025 7:28 AM

କୋକସରା/ଜୁନାଗଡ଼,୦୫/୦୬; ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌ । ଏହି ଭୀଷଣ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ସ୍ୱର୍ଗତ ବିନୋଦ ବେହେରା (୪୮ବର୍ଷ)। ବସ୍‌ଟି ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୂଚନା ମୁତାବକ, ଭୁବନେଶ୍ୱରରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଯାଉଥିଲା ରଘୁନାଥ ନାମକ ଯାତ୍ରୀବାହୀ ବସ୍‌ । ବସ୍ ମଧ୍ୟରେ ସବୁ ସିଟ୍‌ରେ ଯାତ୍ରୀ ଥିଲେ । ଚାହାରବାଲ ବିଦ୍ୟାଳୟ ନିକଟରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରକ୍‌କୁ ଦ୍ରୁତ ଗତିରେ ପଛପଟୁ ଧକ୍କା ଦେଅଥିଲା ରଘୁନାଥ ବସ୍। ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ହେବା ଫଳରେ ବସ୍‌ର ଅଗ୍ର ଭାଗ ଭାଙ୍ଗି ଚୁନା ହୋଇଯାଇଛି। ଗୁରୁତର ଆହତ ମାନଙ୍କୁ ମୋଟର ଓ କୋକସରା ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ରେସ୍କ୍ୟୁ କରି ଜୁନାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଡ୍ରାଇଭର ଓ ହେଲପର୍‌ ସମେତ ଆଉ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ସ୍ବର୍ଗତ ବିନୋଦ ବେହେରା । ଏହି ଖବର ପ୍ରସାରଣ ପରେ ଝରିଗାଁ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ବ୍ଲକ କର୍ମଚାରୀଙ୍କ ଏକ ଦଳ ଘଟଣାସ୍ଥଳ ଅଭିମୁଖେ ବାହାରି ଥିବା ବେଳେ ମୃତ ଯନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଗାଁ ଅନୁଗୁଳ ଜିଲ୍ଲା ଅନତ୍ରି ବେଡ଼ା ଗ୍ରାମକୁ ନେବା ପାଇଁ ପ୍ରସ୍ତୁତି ଚାଲିଥିବା ବ୍ଲକ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି।





ଭୁବନେଶ୍ୱରରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଯାଉଥିଲା ରଘୁନାଥ ନାମକ ଯାତ୍ରୀବାହୀ ବସ୍‌ । ବସ୍‌ଟି କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଗୁରୁବାର ଭୋରୁ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ପାର୍ଶ୍ବ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍‌ରେ ଅନେକ ଯାତ୍ରୀ ବସ୍‌ ମଧ୍ୟରେ ଫସି ରହିଥିଲେ । କିଛି ସ୍ଥାନୀୟଲୋକ ଓ କୋକସରା ଅଗ୍ନିଶମ କର୍ମଚାରୀ ମିଶି ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ଓ ଅନ୍ୟ ୫ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.