ପ୍ରମୂଖ ଖବର
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ହୋଇସାରିଛି ସୀମା ହାଇଦରଙ୍କ ରିଟର୍ଣ୍ଣ ଟିକେଟ୍‌ ! ଏବେ କଣ ହେବ ସଚ୍ଚିନଙ୍କ ଅବସ୍ଥା ?

ନୂଆଦିଲ୍ଲୀ ୧୧/୦୮: ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ପାକିସ୍ତାନରୁ ନେପାଳ ରାସ୍ତା ଦେଇ ଭାରତରେ ପହଞ୍ଚିବା ପରଠାରୁ ସୀମା ଚର୍ଚ୍ଚାର ପରିସରକୁ ଆସିଥିଲେ । ପ୍ରେମିକ ସଚ୍ଚିନ ମୀନାଙ୍କୁ ପାଇବା ପାଇଁ ଦେଶ ଛାଡ଼ି ଚାଲିଆସିଛନ୍ତି ସୀମା । ଏକଥା ଖୋଦ ସୀମା ଦାବି କରିଆସିଥିବା ବେଳେ ତାଙ୍କର ଭାରତ ଆସିବା ପଛରେ ପାକିସ୍ତାନର ଗୁଇନ୍ଦାଗିରିର ଗନ୍ଧ ମଧ୍ୟ କେହି କେହି ବାରୁଛନ୍ତି । ସୀମାଙ୍କୁ ନେଇ ଏତେ ଚର୍ଚ୍ଚା ହୋଇଛି ଯେ, ଏବେ ସୀମା ଏବଂ ସଚ୍ଚିନଙ୍କ କାହାଣୀ  ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମିତ ହେବାକୁ ଯାଉଛି । ଦୁଇ ଜଣଙ୍କ ଉପରେ ଅମିତ ଜାନୀ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିସାରିଛନ୍ତି । ଏଥିପାଇଁ ଅମିତ ଜାନୀଙ୍କୁ ଧମକ ମଧ୍ୟ ମିଳିଛି । ଇତିମଧ୍ୟରେ ସୀମା ପାକିସ୍ତାନ ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ତାଙ୍କ ସହ ପାକିସ୍ତାନର କରାଚି ପାଇଁ ଅମିତ ଜାନୀଙ୍କର ବିମାନ ଟିକେଟ୍‌ ହୋଇସାରିଛି ।  ଏବେ ପ୍ରଶ୍ନ ଯେ, ସତରେ କଣ ସୀମା ନିଜ ପ୍ରେମିକଙ୍କୁ ଛାଡ଼ି ପୁଣି ଥରେ ପାକିସ୍ତାନ ଫେରିଯିବେ ?

ପଢ଼ନ୍ତୁ: ମୁଁ ଆଇଏସଆଇର ଏଜେଣ୍ଟ ନୁହେଁ …’ , ସୀମା ହାଇଦର ଏହି ସବୁ ପ୍ରଶ୍ନରେ ଦେଲେ ଆଶ୍ଚର୍ଯ୍ୟକର ଜବାବ

ଗତ କିଛି ଦିନ ହେଲା ସୀମା ହାଇଦର  ଗ୍ରେଟର ନୋଏଡାସ୍ଥିତ ପ୍ରେମିକ ସଚ୍ଚିନ ମୀନାଙ୍କ ଘରେ ରହୁଛନ୍ତି। ସୀମାଙ୍କ ସୀମା ପାର୍‌ ପ୍ରେମକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ତାଙ୍କୁ ପୁଣି ଥରେ ପାକିସ୍ତାନ ଫେରାଇବାକୁ ବିମାନ ଟିକେଟ୍‌ ହୋଇଛି । ଆଉ  ଏହି ଟିକେଟ୍‌ କରିଛନ୍ତି ସମାଜବାଦି ପାର୍ଟି ନେତା ଠାକୁର ଅଭିଷେକ ସୋମ । ଅଭିଷେକ ଉଭୟ ସୀମା ଏବଂ ଅମିତଙ୍କ ପାଇଁ ମୁମ୍ବାଇରୁ କରାଚି ପାଇଁ ଟିକେଟ କରିଛନ୍ତି । ଏହି ଟିକେଟକୁ ସୋସିଆଲ ମିଡିଆରେ ସେ ସେୟାର ମଧ୍ୟ କରିଛନ୍ତି । ନିଜ ପୋଷ୍ଟ ଜରିଆରେ ସେ ଲେଖିଛନ୍ତି ଯେ, ଦେଶର ଶତ୍ରୁଙ୍କୁ ହିନ୍ଦୁସ୍ତାନରେ ରହିବାର କୌଣସି ସ୍ଥାନ ନାହିଁ । ନିଜର ହିରୋଇନଙ୍କୁ ନେଇ ପାକିସ୍ତାନ ପଳାଅ । ଅମିତ ଜାନୀ ଦେଶ ଭିତରେ ହିନ୍ଦୁ-ମୁସଲିମ୍‌ଙ୍କ ମଧ୍ୟରେ ଦଙ୍ଗା କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଅଭିଷେକ ଲେଖିଛନ୍ତି ।

{"id":609829,"sizeSlug":"large","linkDestination":"none"}
ସୀମା, ସଚ୍ଚିନ ଏବଂ ଅମିତ ଜାନୀ (ଫଟୋ କ୍ରେଡିଟ୍‌: ଇଣ୍ଡିଆ ଟିଭି ହିନ୍ଦୀ)

ଅନ୍ୟପଟେ ସୀମା ଏବଂ ସଚ୍ଚିନଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେବାକୁ ଯାଉଥିବା ଫିଲ୍ମର ଶୀର୍ଷକ ରହିଛି ‘କରାଚି ଟୁ ନୋଏଡା’ । ନୋଏଡାରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ଏପରିକି ସାଉଦି ଆରବରେ ରହୁଥିବା ସୀମାଙ୍କ ପୂର୍ବତନ ସ୍ବାମୀଙ୍କୁ ଭାରତ ଡାକିଛନ୍ତି ଅମିତ ଜାନୀ ।

ଅଧିକ ପଢ଼ନ୍ତୁ: ଖୁବ୍‌ କାନ୍ଦିଲେ ଗୁଲାମ ହାଇଦର , ଦେଖାଇଲେ ପତ୍ନୀ ସୀମାଙ୍କ ଭିଡ଼ିଓ ଓ ଭଏସ୍‌ ରେକର୍ଡିଂ

ସୂଚନାଯୋଗ୍ୟ, ସୀମା ହାଇଦର ଏବଂ ସଚ୍ଚିନ ମୀନାଙ୍କ ସଂପର୍କ ଅନଲାଇନ୍‌ ଗେମ୍‌ ‘ପବଜୀ’ ମାଧ୍ୟମରେ ଆରମ୍ଭ ହୋଇଥିଲା । ଧିରେଧିରେ ଏହି ସଂପର୍କ ପ୍ରେମର ରୂପ ନେଇଥିଲା । ସୀମା ପାକିସ୍ତାନର ସିନ୍ଧ ପ୍ରାନ୍ତରେ ନିଜ ୪ ଜଣ ସନ୍ତାନଙ୍କ ସହ ରୁହୁଥିଲେ । ତାଙ୍କ ସ୍ବାମୀ ସାଉଦି ଆରବରେ ରହୁଥିଲେ । ସଚ୍ଚିନଙ୍କୁ ପ୍ରେମ ହୋଇଯିବା ପରେ ନିଜ ପିଲାଙ୍କ ସହ ନେପାଳ ଚାଲିଆସିଥିଲେ ସୀମା । ସଚ୍ଚିନ ମଧ୍ୟ ନେପାଳରେ ପହଞ୍ଚିଥିଲେ । ସେଠାରେ ଦୁହେଁ ବିବାହ କରିବା ପରେ ଭାରତ ଚାଲିଆସିଥିଲେ । ପରେ ଖବର ପାଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା । କିନ୍ତୁ କୋର୍ଟରୁ ଉଭୟ ସୀମା ଏବଂ ସଚ୍ଚିନଙ୍କୁ ଜାମିନ ମିଳିବା ପରେ ଏବେ ସେମାନେ ଏକାଠି ରହୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.