ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମୋତେ ଭାରତରେ ରହିବାକୁ ଅନୁମତି ଦିଆଯାଉ ... ଭାରତୀୟ ନାଗରିକତା ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରୀ କଲେ ସୀମା ହାଇଦର

ନୋଏଡ଼ା - ପ୍ରେମ ପାଇଁ ବେଆଇନ ଉପାୟରେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର, ନିଜର ପ୍ରେମିକ ସଚିନ ମୀଣାଙ୍କ ସହ ଭାରତରେ ରହିବାକୁ ଚାହୁଁଛନ୍ତି । ପାକିସ୍ତାନ ପୁଣି ପଠାଇ ଦିଆ ଯିବାକୁ ଲୋକଙ୍କ ଚର୍ଚ୍ଚା ମଧ୍ୟରେ ସୀମା ହାଇଦର , ଭାରତୀୟ ନାଗରିକତା ପାଇଁ ଦାବି କରିଛନ୍ତି। ସୀମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖରେ ନିଜର ଗୁହାରୀ ଜଣାଇଛନ୍ତି । ୪ଜଣ ପିଲାଙ୍କ ସହ ଭାରତ ଆସିଥିବା ସୀମା ଗୁହାରୀ କରି ଭାରତର ନାଗରିକତା ପାଇଁ ଅନୁରୋଧ କରିଛନ୍ତି।

ଇନଷ୍ଟାରେ ୯ ଥର ବଦଳାଇଛନ୍ତି ପରିଚୟ, କାହିଁକି ଥିଲା ଦିଲ୍ଲୀ ପ୍ଲାନିଂ ; ସୀମା ହାଇଦରଙ୍କ ଏହି ୫ କଥା ବଢ଼ାଇଲା ସନ୍ଦେହ

ସୀମା ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଭାରତରେ ରହିବାକୁ ଅନୁମତି ମାଗିଛନ୍ତି । ଆବେଦନରେ ସେ ନିଜକୁ ଭାରତର ସଭ୍ୟତା ସଂସ୍କୃତିରେ ପ୍ରଭାବିତ ଥିବା କଥା କହିଛନ୍ତି। ସୀମା ଏହା ବି କହିଛନ୍ତି କି ସେ ନିଜର ଧର୍ମ ବଦଳାଇ ଦେଇଛନ୍ତି ଏବଂ ମୁସଲିମ୍‌ରୁ ହିନ୍ଦୁ ହୋଇ ଯାଇଛନ୍ତି। ସଚିନଙ୍କ ପ୍ରେମକୁ ପାଇବାକୁ ଭାରତ ଆସି ଥିବା ଦାବି କରୁଥିବା ମହିଳା ରାଷ୍ଟ୍ରପତିଙ୍କୁ ମାନବିକତା ଆଧାରରେ ଅନୁଗ୍ରହ କରିବାକୁ କହିଛନ୍ତି । ସୀମା ରାଷ୍ଟ୍ରପତିଙ୍କ ସାମ୍ନାରେ ଏହି ଆବେଦନ ଏମିତି ସମୟରେ କରିଛନ୍ତି ,ଯେଉଁ ସମୟରେ ତାଙ୍କୁ ପାକିସ୍ତାନ ପଠାଇବାକୁ ପ୍ରସ୍ତୁତି ଚାଲିଛି। ସୀମା ହାଇଦର ଓ ସଚିନଙ୍କ ବିବାହ ଫଟୋ ସାମନାକୁ ଆସିଲା, ନେପାଳର ମନ୍ଦିରରେ ଦୁହେଁ ନେଇଥିଲା ସାତଫେରା

{"width":614,"height":409}
Seema Haider Indian citizenship Seema sachin love story | Seema Haider को  मिल सकती है भारतीय नागरिकता, जानिए अब सचिन को क्या करना होगा? | Patrika News

ୟୁପିର ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର ପାକିସ୍ତାନୀ ମହିଳାଙ୍କୁ ଡିପୋର୍ଟ କରିବାକୁ ସ୍ପଷ୍ଟ ସଙ୍କେତ ଦେଇଥିଲେ। ଏହି ମଧ୍ୟରେ ସୂତ୍ରରୁ ପ୍ରକାଶ ଯେ , ୟୁପି ଏଟିଏସ ମଧ୍ୟ ସରକାରଙ୍କୁ ପ୍ରଦାନ କରିଥିବା ନିଜର ରିପୋର୍ଟରେ ସୀମାଙ୍କୁ  ପାକିସ୍ତାନ ପୁଣି ପଠାଇ ଦେବାକୁ ସୁପାରିଶ କରିଛନ୍ତି । ଏହା ପୂର୍ବରୁ  ମଧ୍ୟ ଏହିପରି ମାମଲାରେ ସୀମା ପାରିରୁ ଆସିଥିବା ଲୋକଙ୍କୁ ପୁଣି ପଠାଇ ଦିଆ ଯାଇଛି।  ସୀମାଙ୍କୁ ମଧ୍ୟ ପାକିସ୍ତାନ ପଠାଇବାର ଆଶଙ୍କା  ରହିଛି । ଏହି ଭିତରେ ସେ ଶୁକ୍ରବାର ଏକ ଟିଭି ଚ୍ୟାନେଲକୁ କହିଛନ୍ତି କି ସେ ପୁଣି ସେହି ଦେଶକୁ ଯିବାକୁ ଚାହିଁ ନାହାଁନ୍ତି , ଯେଉଁଠାରୁ ଆସିଛନ୍ତି ।

ଖୁବ୍‌ କାନ୍ଦିଲେ ଗୁଲାଖୁବ୍‌ କାନ୍ଦିଲେ ଗୁଲାମ ହାଇଦର , ଦେଖାଇଲେ ପତ୍ନୀ ସୀମାଙ୍କ ଭିଡ଼ିଓ ଓ ଭଏସ୍‌ ରେକର୍ଡିଂ

ଉଲ୍ଲେଖନୀୟ ଯେ,  ଗ୍ରେଟର ନୋଏଡାର ସଚିନ ମୀଣାଙ୍କ ପାଖରେ ଚଳିତ ବର୍ଷ ମେ’ ରେ ଆସିଥିବା ସୀମାଙ୍କୁ  ୪ଜୁଲାଇରେ ଗିରଫ କରାଯାଇ ଥିଲା । ୭ ଜୁଲାଇରେ ଜାମିନ ମିଳିବା ପରେ ସେ ସଚିନ ଙ୍କ ସହ ରବୁପୁରା  ଗାଁରେ ରହୁଛନ୍ତି । ଏହି ସମୟରେ ଏଟିଏସ ସୀମାଙ୍କୁ ଦୁଇଦିନ ଯାଏ ପଚରାପଚରି କରିଛି। ସୀମା କହିଛନ୍ତି ସେ ପବଜୀ ଗେମ୍‌ ଖେଳିବା ବେଳେ ସଚିନଙ୍କ ସହ ପ୍ରେମ ହୋଇଥିଲା । ସେ ନେପାଳ ରାସ୍ତାରେ ଭାରତରେ ପ୍ରବେଶ ହୋଇଛନ୍ତି । ମାର୍ଚ୍ଚରେ ଦୁହିଁଙ୍କର ସାକ୍ଷାତ ନେପାଳରେ ହୋଇଥିବା ସୀମା କହିଛନ୍ତି ଏବଂ ସେତେବେଳେ ସେ ବିବାହ କରିଥିଲେ । ସୀମା ଏବେ ନିଜକୁ ହିନ୍ଦୁ ଓ ଭାରତୀୟ କହୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.