ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

'ଆମକୁ ଅଲଗା କରି ପାରିବନି ସରହଦର ପାଚେରୀ ' : ସୀମା ହାଇଦରଙ୍କ ଫିଲ୍ମ ଡାଇଲଗ୍‌ର ଭିଡ଼ିଓ ଭାଇରାଲ

ନୋଏଡ଼ା – ପବଜୀ ଖେଳୁ ଖେଳୁ ପ୍ରେମରେ ପଡ଼ି ପାକିସ୍ତାନରୁ ନୋଏଡାରେ ପହଞ୍ଚି ଥିବା ସୀମା ହାଇଦର ଖୁବ୍‌ ଚର୍ଚ୍ଚାରେ। ଏହି ସମୟରେ ତାଙ୍କର ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମକୁ ନେଇ ଖୁବ୍‌ ଆଲୋଚନା ଚାଲିଛି। ଫିଲ୍ମର ତିଆରି ଜାନି ଫାୟର ଫକ୍ସ ପ୍ରଡକ୍ସନ ହାଉସ୍‌ କରୁଛି। ଏହି ଫିଲ୍ମରେ ସୀମା ହାଇଦରଙ୍କ କରାଚୀରୁ ନୋଏଡା ଯାଏ ଆସିବା ଓ ସଚିନଙ୍କ ସହ ହୋଇଥିବା ପ୍ରେମର ପୂରା କାହାଣୀ ପରଦାରେ ପ୍ରଦର୍ଶିତ ହେବ। ଅମିତ ଜାନି ଫିଲ୍ମସ ଫିଲ୍ମରେ ବିଭିନ୍ନ ଚରିତ୍ର ପାଇଁ କଳାକାରଙ୍କ ଅଡ଼ିସନ ଆରମ୍ଭ କରି ଦେଇଛନ୍ତି।

‘ ମୁଁ ଆଇଏସଆଇର ଏଜେଣ୍ଟ ନୁହେଁ …’ , ସୀମା ହାଇଦର ଏହି ସବୁ ପ୍ରଶ୍ନରେ ଦେଲେ ଆଶ୍ଚର୍ଯ୍ୟକର ଜବାବ

ନୋଏଡ଼ା ଫିଲ୍ମ ସିଟି ସେକ୍ଟର-୧୪ ସ୍ଥିତ ଏକ ଷ୍ଟୁଡ଼ିଓରେ ବୁଧବାର ମୁଖ୍ୟ ଚରିତ୍ର ସୀମା ହାଇଦରଙ୍କ ରୋଲ୍‌ କଳାକାରଙ୍କ ଅଡିସନ ହୋଇଥିଲା । ଫିଲ୍ମର ଅଡିସନର ଅନେକ କ୍ଲିପ୍‌ ଭାଇରାଲ ହେଉଛି। ଭାଇରାଲ କ୍ଲିପ୍‌ରେ ଅଭିନେତ୍ରୀ ଓ ମଡେଲ ଡାଏଲଗ କହିବା ଦେଖିବାକୁ ମିଳିଥିଲା। ଏକ ଡାଏଲଗ୍‌ରେ କିଛି ଏମିତି କୁହାଯାଉଛି , ମୁଁ ତୁମକୁ ସତରେ ପ୍ରେମ କରୁଛି ସଚିନ, ଏହି ସରହଦ ଓ ଧର୍ମର ପାଚେରୀ ଆମକୁ ଅଲଗା କରି ପାରିବ ନାହିଁ । ଆମକୁ କେବଳ ଗୋଟିଏ କଥାରେ ଡ଼ର ସଚିନ , କେହି ମୋ ପିଲାଙ୍କୁ ନେଇ ... ଏହା ଉପରେ ସଚିନ କହୁଛନ୍ତି ସାବଧାନ .... ଯଦି ପୁଣି ଏମିତି କହିବ ତ । ଏମାନେ କେବଳ ତୁମର ନୁହେଁ , ମୋର ବି ପିଲା । ଆମ ଦୁହିଁଙ୍କର ...। ତୁମେ ଗୁଲାମ ହାଇଦରଙ୍କ ଗୋଲାମୀରୁ ବାହାର , ଏବେ ଆଉ ଅପେକ୍ଷା କରି ହେଉନି ।

ମୋତେ ଭାରତରେ ରହିବାକୁ ଅନୁମତି ଦିଆଯାଉ … ଭାରତୀୟ ନାଗରିକତା ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରୀ କଲେ ସୀମା ହାଇଦର

କହି ରଖୁଛୁ କି, ଏହି ଫିଲ୍ମରେ ସୀମା ଓ ସଚିନଙ୍କର ପ୍ରେମକୁ ଦେଖାଯିବ। ଉକ୍ତ ଫିଲ୍ମରେ ଏହା ବି ଦେଖାଯିବ କି ସୀମା କେମିତି ଗ୍ରେଟର ନୋଏଡାରେ ସଚିନଙ୍କ ପାଖରେ ପହଞ୍ଚି ଥିଲେ। କିପରି ସୀମା ଓ ସଚିନଙ୍କୁ ପୁଲିସ ଓ ଯାଞ୍ଚ ଏଜେନ୍ସିର ପଚରାପଚରିର ସାମନା କରିବାକୁ ପଡ଼ିଛି। ଏଥିରେ ମୁଖ୍ୟ ଚରିତ୍ରରେ ସୀମା ହାଇଦରଙ୍କ ପରି ଦେଖା ଯାଉଥିବା ଅଭିନେତ୍ରୀଙ୍କ ତଲାସ ଚାଲିଛି। ଏହା ପୂର୍ବରୁ ସେ ସୀମା ହାଇଦରଙ୍କୁ ନିଜ ଫିଲ୍ମ ଏ ଟେଲର ମର୍ଡର ଷ୍ଟୋରୀରେ ମଧ୍ୟ ସାଇନ କରି ସାରିଛନ୍ତି। ଉକ୍ତ ଫିଲ୍ମରେ ସୀମା ହାଇଦର ର’ ଏଜେଣ୍ଟର ଚରିତ୍ରରେ ନଜର ଆସିବେ। ହେଲେ ଏହି ଦୁଇଟି ଫିଲ୍ମର ସୁଟିଂ ସେତେବେଳେ ଆରମ୍ଭ ହେବ , ଯେବେ ସୀମା ହାଇଦରଙ୍କୁ ଯାଞ୍ଚ ଏଜେନ୍ସିରୁ ସଂପୂର୍ଣ୍ଣ ରୂପେ କ୍ଲିନଚିଟ୍‌ ଦିଆଯିବ।

ସୀମା ହାଇଦର ଓ ସଚିନଙ୍କ ବିବାହ ଫଟୋ ସାମନାକୁ ଆସିଲା, ନେପାଳର ମନ୍ଦିରରେ ଦୁହେଁ ନେଇଥିଲା ସାତଫେରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.