ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୪ ଦେଶ, ୨ ପାସପୋର୍ଟ: କାହିଁକି ସନ୍ଦେହ ଘେରରେ ସୀମା ହାଇଦର; ଗୁପ୍ତଚର ସାବ୍ୟସ୍ତ ହେଲେ କି ସଜା ମିଳିବ?

ନୂଆଦିଲ୍ଲୀ,୨୧/୦୭: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ଚାରି ପିଲାଙ୍କ ସହ ଦୁବାଇ ଏବଂ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି। ୟୁପି ଏଟିଏସ୍ ସୀମା ହାଇଦର, ତାଙ୍କ ପିଲା ଏବଂ ପ୍ରେମିକ ସଚିନଙ୍କୁ ପଚରାଉଚରା କରିଛି। ଏଟିଏସ୍ ବ୍ୟତୀତ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଗୁପ୍ତଚରୀ ସନ୍ଦେହକୁ ଯାଞ୍ଚ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବରୁ ଇନଷ୍ଟାଗ୍ରାମରେ ସୀମା ୯ଥର ନିଜର ପରିଚୟ ବଦଳାଇଛି।

'ଣ କହିଲା ଉତ୍ତରପ୍ରଦେଶ ପୁଲିସ?

ସେପଟେ ଉତ୍ତରପ୍ରଦେଶ ପୋଲିସ ପ୍ରଥମ ଥର ପାଇଁ ସୀମା ହାଇଦରକୁ ନେଇ ଏକ ବିବୃତ୍ତି ଦେଇଛି। ରାଜ୍ୟ ଏଡିଜି (ଲ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାରଙ୍କୁ ସୀମା ହାଇଦର ଜଣେ ପାକିସ୍ତାନୀ ଗୁପ୍ତଚର କି ବୋଲି ପଚରାଯାଇଥିଲା। ତେବେ ଏହି ପ୍ରଶ୍ନରେ ସେ କହିଛନ୍ତି ଯେ ଏତେ ଶୀଘ୍ର କିଛି କହିବା ଠିକ୍ ନୁହେଁ। ଯେହେତୁ ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଅଛି, ଯଥେଷ୍ଟ ପ୍ରମାଣ ମିଳିବା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ। ଯେତେବେଳେ ସୀମା କୁମାରଙ୍କୁ ପାକିସ୍ତାନକୁ ପଠାଇବା ନେଇ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

{"width":840,"height":472}
UP ATS interrogating Pakistan's Seema Haider, her Indian partner and his  father - Hindustan Times
ସୀମା ହାଇଦର ଓ ସଚୀନ ମୀନା

କାହିଁକି ସନ୍ଦେହ ଘେରରେ ସୀମା ହାଇଦର?

ସୀମା ହାଇଦର ଏବଂ ସଚିନଙ୍କ କାହାଣୀ ରୋଚକ ଅଟେ । କରାଚି ଅଧିବାସୀ ସୀମା ହାଇଦର ଦାବି କରିଛନ୍ତି ଯେ ସେ ଲକଡାଉନ୍ ସମୟରେ ପବ୍‌ଜି ଖେଳୁଥିବା ସମୟରେ ଗ୍ରେଟର ନୋଏଡାର ସଚିନ୍‌ ମିନାଙ୍କ ସହିତ ଅନଲାଇନରେ କଥା ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା। ତା’ପରେ ଚଳିତ ବର୍ଷ ମାର୍ଚ୍ଚରେ ସୀମା ଏବଂ ସଚିନ୍ ନେପାଳରେ ସାକ୍ଷାତ ହୋଇଥିଲେ। ଏହି ସାକ୍ଷାତ ପରେ ସୀମା ପୁଣି ପାକିସ୍ତାନକୁ ଫେରିଥିଲେ। ତା’ପରେ କିଛି ଦିନ ପରେ ସେ ତାଙ୍କର ଚାରି ସନ୍ତାନଙ୍କ ସହ ନେପାଳ ଦେଇ ଭାରତକୁ ସଚିନ୍‌ଙ୍କ ସହିତ ଆସିଥିଲେ ।

୧. ସ୍ପଷ୍ଟ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସୀମା ହାଇଦର ୟୁପି ଏଟିଏସ୍ ପଚରାଉଚରା ବେଳେ ତାଙ୍କ ବୟସ ୩୦ ବର୍ଷ ବୋଲି କହିଛନ୍ତି, କିନ୍ତୁ ସେ ଦେଖାଇଥିବା ପରିଚୟ ପତ୍ରରେ ତାଙ୍କର ଜନ୍ମ ତାରିଖ ୧ ଜାନୁୟାରୀ ୨୦୦୨ ଭାବରେ ଦର୍ଶାଯାଇଛି।

୨.  ୟୁପି ପୋଲିସର ସୂଚନାନୁସାରେ, ସୀମା ହାଇଦରଙ୍କ ଠାରୁ ମୋଟ ୬ ଟି ପାସପୋର୍ଟ ମିଳିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜନ୍ମ ତାରିଖ ଭିନ୍ନ ଭିନ୍ନ ଅଟେ। ଏପରିକି ଏହା ଗୁପ୍ତଚର ହେବାର ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।

୩.  ସୀମା ହାୟଦାରଙ୍କ ଭାଇ ପାକିସ୍ତାନୀ ସେନାରେ ଅଛନ୍ତି। ଯଦିଓ ସୀମା କ୍ରମାଗତ ଭାବରେ କହୁଛନ୍ତି ଯେ ସେ ତାଙ୍କ ଭାଇଙ୍କ ସହ କୌଣସି ପ୍ରକାର ସମ୍ପର୍କରେ ନାହାଁନ୍ତି, କିନ୍ତୁ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଏହି ଦିଗକୁ ଅନୁଧ୍ୟାନ କରୁଛନ୍ତି ଯେ ସିମାଙ୍କ ଭାରତ ଆସିବା ପଛରେ ତାଙ୍କ ଭାଇ କିମ୍ବା ଅନ୍ୟତମ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ରହିଛି କି? ଏହା ମଧ୍ୟ ଦାବି କରାଯାଉଛି ଯେ, ସୀମାର ଜଣେ ମାମୁଁ ମଧ୍ୟ ପାକିସ୍ତାନୀ ସେନାରେ ଅଛନ୍ତି।

୪. ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସୀମା ହାଇଦର ଦାବି କରିଛନ୍ତି ଯେ, ସେ ଗୁଲାମ ହାଇଦର (ପାକିସ୍ତାନୀ ସ୍ୱାମୀ) ଙ୍କ ସହ ଜବରଦସ୍ତ ବିବାହ କରିଛନ୍ତି। କିନ୍ତୁ ଗୁଲାମ ହାଇଦର କହିଛନ୍ତି ଯେ, ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ସୋସିଆଲ ମିଡିଆରେ ଏକ ପ୍ରମାଣପତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୀମା ଏବଂ ଗୁଲାମ ପାରସ୍ପରିକ ସହମତିରେ ବିବାହ କରୁଥିବା ନଜର ଆସିଛନ୍ତି।

୫. ନେପାଳର ଯେଉଁ ହୋଟେଲରେ ସୀମା ଏବଂ ସଚିନ୍ ଭାରତ ଆସିବା ପୂର୍ବରୁ ରହିଥିଲେ, ସେଠାରେ ସେମାନଙ୍କର ପ୍ରକୃତ ନାମ ମଧ୍ୟ କହି ନଥିଲେ। ଦାବି କରାଯାଇଛି ଯେ, ସଚିନଙ୍କ ପୂର୍ବରୁ ସୀମା ସୋସିଆଲ ମିଡିଆ ମାଧ୍ୟମରେ ଅନ୍ୟ ଅନେକ ଭାରତୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

ପଢ଼ନ୍ତୁ: ଖୁବ୍‌ କାନ୍ଦିଲେ ଗୁଲାମ ହାଇଦର , ଦେଖାଇଲେ ପତ୍ନୀ ସୀମାଙ୍କ ଭିଡ଼ିଓ ଓ ଭଏସ୍‌ ରେକର୍ଡିଂ

Send back my wife, kids: Pak woman Seema Haider's husband appeals to Modi  government - India Today
ସୀମା ହାଇଦର ଓ ତାଙ୍କ ପାକିସ୍ତାନୀ ସ୍ବାମୀ

ସୀମା ଗୁପ୍ତଚର ହୋଇ‌ଥିଲେ କି ସଜା ମିଳିବ?

ଯେହେତୁ ସୀମା ହାଇଦର ବେଆଇନ ଭାବେ ପାକିସ୍ତାନରୁ ପାକିିସ୍ତାନ ଆସିଛନ୍ତି, ତେଣୁ ସୁରକ୍ଷା ଏଜେନ୍ସିମାନେ ତାଙ୍କୁ ପାକିସ୍ତାନକୁ ପଠାଇ ପାରିବେ। ଗୁପ୍ତଚର ବୋଲି ପ୍ରମାଣ ହେବା ପରେ ଦଣ୍ଡ ମଧ୍ୟ ହୋଇପାରେ। ସୁପ୍ରିମକୋର୍ଟ ଓକିଲ ଆଦର୍ଶ ତିୱାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ଭାରତରେ ଗୁପ୍ତଚର ଭାବେ ସୀମାଙ୍କୁ ଧରାଯାଏ, ତେବେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨୩ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଆଇନର ଧାରା ୩ରେ ଗୁପ୍ତଚର କାର୍ଯ୍ୟରେ ଧରାପଡିଥିବା ଅଭିଯୁକ୍ତଙ୍କ ପାଇଁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ କରିଛି। ମାତ୍ର ପ୍ରତିରକ୍ଷା ସମ୍ବନ୍ଧୀୟ ମାମଲାରେ ଗୁପ୍ତଚର କାର୍ଯ୍ୟ (ଯଦି ସେନା, ବାୟୁସେନା ଏବଂ ନୌସେନା ଅନ୍ତର୍ଭୁକ୍ତ) ତେବେ ୧୪ ବର୍ଷର ଦଣ୍ଡ ପ୍ରଯୁଜ୍ୟ। ନଚେତ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ।

ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨୩ ର ଧାରା ୪ ରେ କୁହାଯାଇଛି ଯେ, ଯଦି ସମ୍ପୃକ୍ତ ଅଭିଯୁକ୍ତ ବିଦେଶୀ ଗୁପ୍ତଚରଙ୍କ ସହ କୌଣସି ପ୍ରକାରର କଥାବାର୍ତ୍ତା କରନ୍ତି, ତେବେ ଏହାକୁ ଗୁପ୍ତଚର ପ୍ରମାଣ ଭାବରେ ବିବେଚନା କରାଯିବ। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨୩ ର ଧାରା ୧୦ ଅନୁସାରେ, ଯେଉଁମାନେ ଗୁପ୍ତଚରଙ୍କୁ ସୁରକ୍ଷା ଦିଅନ୍ତି ସେମାନଙ୍କ ପାଇଁ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରାବଧାନ ରହିଚି।

You can also read: ସୀମା ହାଇଦର ଓ ସଚିନଙ୍କ ବିବାହ ଫଟୋ ସାମନାକୁ ଆସିଲା, ନେପାଳର ମନ୍ଦିରରେ ଦୁହେଁ ନେଇଥିଲା ସାତଫେରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.